ନିର୍ଭୟା ଗଣ ଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ। ଆଜି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ୨୦୧୪ରେ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ ଦିଲ୍ଲୀ ହାଇକୋର୍ଟ। ଫାଶୀ ଦଣ୍ଡାଦେଶ ପାଇବାକୁ ଥିବା ଦୋଷୀମାନେ ହେଲେ ମୁକେଶ, ପୱନ, ବିନୟ ଶର୍ମା ଓ ଅକ୍ଷୟ ଠାକୁର। ଫାଶୀଦଣ୍ଡାଦେଶ ବିରୋଧରେ ଏହି ଅଭିଯୁକ୍ତମାନଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମ୍‌ କୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ୨୦୧୨ […]

Supreme-Court

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 03:39 PM IST

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କାଏମ। ଆଜି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ୨୦୧୪ରେ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ ଦିଲ୍ଲୀ ହାଇକୋର୍ଟ। ଫାଶୀ ଦଣ୍ଡାଦେଶ ପାଇବାକୁ ଥିବା ଦୋଷୀମାନେ ହେଲେ ମୁକେଶ, ପୱନ, ବିନୟ ଶର୍ମା ଓ ଅକ୍ଷୟ ଠାକୁର। ଫାଶୀଦଣ୍ଡାଦେଶ ବିରୋଧରେ ଏହି ଅଭିଯୁକ୍ତମାନଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ସୁପ୍ରିମ୍‌ କୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

୨୦୧୨ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଜଣେ ପାରା ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୬ ଅଭିଯୁକ୍ତ। ଏମାନଙ୍କ ମଧ୍ୟରୁ ରାମ ସିଂ ନାମକ ଅଭିଯୁକ୍ତ ତିହାର ଜେଲରେ ଥିବା ବେଳେ ଆତ୍ମହତ୍ୟା କରିଥିଲା।  ଅନ୍ୟଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।

Related story