ଡେଙ୍ଗୁ-ଗେଡୁ

  ଧନୀ ସାହୁ ଚା ଦୋକନରେ ସକାଳୁଆ ଭିଡ଼। ବାମ୍ଫମରା ଗରମ ଚା’କୁ ଓଠରେ ସୁଡୁସୁଡୁ କରି ଶୋଷି ଚାଲିଥିଲେ କିଛି ବେକାରିଆ ଲୋକ। ତା ସାଙ୍ଗରେ ମୋଫତ ଖବରକାଗଜରେ ଆଖି ଲଖେଇ ଦେଇଥିଲେ କିଛି ଲୋକ। ଗେଡ଼ା ବି କୋଉ ଗୋଟେ ଖବର ଉପରେ ଆଖି ଅଜାଡ଼ି ଦେଇଥିଲା। ହଠାତ ତାକୁ ଠେସାଏ ମାଇଲା ଡେଙ୍ଗା। ‘ହଇରେ ଗେଡ଼ୁ ! ଆରେ ସେ ଓଡ଼ିଆ ପେପର୍‌ରେ କି ଖବର ବାହାରିଚି? ଏ ଇଂଲିଶ ପେପର୍‌କୁ ଅନା। […]

subrat

subrat

Ordigital Desk
  • Published: Monday, 27 November 2017
  • Updated: 27 November 2017, 09:13 PM IST

Sports

Latest News

ଧନୀ ସାହୁ ଚା ଦୋକନରେ ସକାଳୁଆ ଭିଡ଼। ବାମ୍ଫମରା ଗରମ ଚା’କୁ ଓଠରେ ସୁଡୁସୁଡୁ କରି ଶୋଷି ଚାଲିଥିଲେ କିଛି ବେକାରିଆ ଲୋକ। ତା ସାଙ୍ଗରେ ମୋଫତ ଖବରକାଗଜରେ ଆଖି ଲଖେଇ ଦେଇଥିଲେ କିଛି ଲୋକ। ଗେଡ଼ା ବି କୋଉ ଗୋଟେ ଖବର ଉପରେ ଆଖି ଅଜାଡ଼ି ଦେଇଥିଲା। ହଠାତ ତାକୁ ଠେସାଏ ମାଇଲା ଡେଙ୍ଗା।

‘ହଇରେ ଗେଡ଼ୁ ! ଆରେ ସେ ଓଡ଼ିଆ ପେପର୍‌ରେ କି ଖବର ବାହାରିଚି? ଏ ଇଂଲିଶ ପେପର୍‌କୁ ଅନା। ଇମିତିଆ ନ୍ୟୁଜ୍‌ଟେ ବାହାରିଚି ପଢ଼ିଲେ ତାଟକା ହେଇଯିବୁ।‘

ହଠାତ ଡେଙ୍ଗୁଠୁ ଠେସା ଖାଇ ଗେଡ଼ୁ ତାକୁ ବଲବଲ କରି ଅନେଇଲା। ତା ବଦନଟା ଶୁଖିକି ଆମ୍ୱିଳିଆ ଦିଶିଲା। ଗେଡୁ ଜାଣେ ସେ ଇଂଲିଶ ପଢି ଜାଣେନା। ଏଇଆକୁ ବାହାନା କରି ଡେଙ୍ଗୁ ତାକୁ ଲୋକଙ୍କ ଆଗରେ ମନଇଚ୍ଛା ଥଟ୍ଟା ତାମସା କରେ। ହେଲେ ଗେଡ଼ୁ ବି ଛାଡିବା ଲୋକ ନୁହଁ। ଡେଙ୍ଗୁ ମୁହଁ ବନ୍ଦ କରିବା କଳା ତାକୁ ବେଶ୍ ମାଲୁମ୍। ଖାଲି ଚାନ୍ସ ମିଳିଲେ ଜୋର୍‌କା ଝଟ୍‌କା...।

‘ଆଚ୍ଛା ତୋ ସେ ତାଟକା ଖବରଟା ଟିକେ ଓଡ଼ିଆରେ ଟ୍ରାନ୍ସଲେସନ କରିକି ଶୁଣା।’

ଡେଙ୍ଗୁ ଆଡିକି ପ୍ରଶ୍ନଟି ଫିଙ୍ଗି ଦେଇ ଉତ୍ତର ଅପେକ୍ଷାରେ ରହିଲା ଗେଡୁ।

‘ବୁଝିଲୁ ଗେଡୁ...ଖବରଟା ହେଲା ବିଦେଶରେ ଆମ ଦେଶରେ ତିଆରି ଜିନିଷର ଚାହିଦା ବଢିଛି। ଆମେରିକା ଲୋକେ ଅନ୍‌ଲାଇନରେ ଆମ ଦେଶ ଜିନିଷକୁ ବୋହି ନଉଚନ୍ତି। ବୁଝିଲୁ ବାପଧନ ! ଏଇଟା ହେଲା ମୋଦୀଙ୍କ ମେକ୍ ଇନ୍ ଇଣ୍ଡିଆର କମାଲ। ତୁ ଖାଲି ମିଛୁଟାରେ ମୋଦିଜୀଙ୍କୁ ଭାଷଣବାଜ୍‌ କହି ଉଡ଼େଇ ଦଉଥିଲୁ।’

ଗେଡୁ ଅକଲ ଗୁଡୁମ୍ କରି ଦେଇଥିବାରୁ ଡେଙ୍ଗୁ ଏଥର ଭାରି ଖୁସି ଜଣାଗଲା।

ହେଲେ ଗେଡୁ ସହଜରେ ହାର୍ ମାନିବା ପ୍ରାଣୀ ନୁହଁ।

‘ଆଚ୍ଛା...ଆମ ଇଣ୍ଡିଆ ଜିନିଷର ଆମେରିକାରେ ଏତେ ଚାହିଦା ! ସେଇ ଜିନିଷଗୁଡ଼ା କ’ଣ ଟିକେ ଶୁଣା ତ ବାପଧନ..!’ ଡେଙ୍ଗୁକୁ ପାଲଟା ପ୍ରଶ୍ନକଲା ଗେଡ଼ୁ।

ଗେଡୁ ହାରି ଆସୁଥିବା ଜାଣି ଡେଙ୍ଗୁ ଆଉଟିକେ ଉତ୍ସାହିତ ହୋଇ କହିଲା- ‘ଏଠି ଲେଖା ହେଇଚି, ଇଣ୍ଡିଆ ମେଡ୍ ଏମ୍ବ୍ରୋଡୋରି ବାଲା ବେଡ୍‌ସିଟ୍ ଆଉ ଠାକୁରଙ୍କ ପାଖରେ ଲାଗି ହଉଥିବା ତମ୍ୱା ପିତଳ ପାତ୍ର ଆମେରିକାବାସୀ ବୋହି ନଉଚନ୍ତି।’

ଗେଡୁ ଟିକେ ଉତ୍କଣ୍ଠିତ ଗଳାରେ କହିଲା- ‘ବାପଧନ ଡେଙ୍ଗୁ, ତୋ ଖବରଟା ଏଯାଏ ବୋଧେ ସରିନି। ତଳକୁ ଯାହା ଲେଖା ହେଇଚି ବଡ଼ ପାଟିରେ ପଢ଼ ! ଆମେ ସମସ୍ତେ ଶୁଣୁ।’

ଡେଙ୍ଗୁ ଯାହା ଇଂଲିଶରେ ପଢ଼ିଗଲା, ତାହାର ଓଡ଼ିଆ ଅନୁବାଦ ଏମିତି। ଆମେରିକାବାସୀ ଅନ୍‌ଲାଇନ୍‌ରେ ବୋହି ନଉଥିବା ରଙ୍ଗବେରଙ୍ଗ ବେଡସିଟ୍‌କୁ ସି-ବିଚ୍‌ରେ ପକେଇ ତା ଉପରେ ଶୌଚାଦି କର୍ମ କରୁଚନ୍ତି, ଆଉ ତା ପରେ ସେଗୁଡ଼ା ସିଧା ଯାଉଚି ଡଷ୍ଟବିନ୍‌କୁ। ସେମିତି, ଯେଉଁ ତମ୍ୱା ପିତଳ ପାତ୍ରଗୁଡିକୁ ଆମେରିକାବାସୀ ବୋହି ନେଉଚନ୍ତି, ତାହା ସିଧା ଯାଉଚି ସେମାନଙ୍କ ପାନଶାଳାକୁ। ଅର୍ଥାତ ଭାରତରୁ ଆମଦାନୀ ହେଉଥିବା ତମ୍ୱାପାତ୍ର ବିଦେଶରେ କୌଣସି ପୂଜାଦି କାର୍ଯ୍ୟରେ ଲାଗୁନାହିଁ, ବରଂ ଏହି ପବିତ୍ର ପାତ୍ରରେ ସେମାନେ ମଦିରା ପାନ କରୁଚନ୍ତି, ଯାହା ମଦିରାକୁ କୁଆଡେ ଡିଫରେଣ୍ଟ ଟେଷ୍ଟ ଦେଉଚି।

ଏତକ ପଢ଼ି ଶେଷକଲା ବେଳକୁ ଡେଙ୍ଗୁ ମୁହଁଟା ଲାଲ୍‌ ପଡ଼ି ଯାଇଥିଲା। ଲାଜରେ କି ରାଗରେ କେଜାଣି। ହାତରେ ଧରିଥିବା ଖବରକାଗଜ ଫିଙ୍ଗିଦେଇ ସିଏ ଆଗକୁ ଆଗକୁ ବାଟ କାଟିଲା। ପଛରୁ ଶୁଭୁଥିଲା ଗେଡୁର ସେଇ ପୁରୁଣା ବୋଲି- ଜୋର୍‌କା ଝଟକା...

କଳମଡା ଶାସନ, ଆଳି, କେନ୍ଦ୍ରାପଡା, ଫୋନ ୯୪୩୮୦୩୬୭୩୦

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story