‘ବିଜୁ ବାବୁଙ୍କ ଭିଜନ୍‌କୁ ନେଇ ଜାରି ରହିବ ବିକାଶ ଧାରା’

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମହାପ୍ରୟାଣ ଦିବସ। ସାରା ରାଜ୍ୟରେ ଆଜି ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଜୁ ବାବୁଙ୍କ ଭିଜନକୁ ନେଇ ଓଡ଼ିଶାର ବିକାଶ ଧାରା ଜାରି ରହିବ ବୋଲି ଏହି ଅବସରରେ ନବୀନ କହିଛନ୍ତି। ସେ କହିଛନ୍ତି,“ଆମ ବିକାଶ ଯାତ୍ରାରେ ମହିଳାଙ୍କ ପ୍ରମୁଖ ଭୂମିକା ରହିଛି। ବିକାଶ […]

naveen

Rakesh Mallick
  • Published: Monday, 17 April 2017
  • , Updated: 17 April 2017, 07:40 PM IST

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମହାପ୍ରୟାଣ ଦିବସ। ସାରା ରାଜ୍ୟରେ ଆଜି ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଜୁ ବାବୁଙ୍କ ଭିଜନକୁ ନେଇ ଓଡ଼ିଶାର ବିକାଶ ଧାରା ଜାରି ରହିବ ବୋଲି ଏହି ଅବସରରେ ନବୀନ କହିଛନ୍ତି।

ସେ କହିଛନ୍ତି,“ଆମ ବିକାଶ ଯାତ୍ରାରେ ମହିଳାଙ୍କ ପ୍ରମୁଖ ଭୂମିକା ରହିଛି। ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟରେ ପରିଣତ ହୋଇଛି। ଆମେ କୃଷକ, ମହିଳା ଓ ଭିନ୍ନକ୍ଷମଙ୍କ ବିକାଶ ପାଇଁ କାମ କରୁଛୁ।”

ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ଓ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଜାତୀୟ ସ୍ତରର ତୁଙ୍ଗ ନେତାଙ୍କ ଯୋଗଦାନ କିଛି ମାତ୍ରାରେ ବିଜେଡିକୁ ବିଚଳିତ କରିଦେଇଛି। ଯାହାର ପ୍ରଭାବ ଆଜିର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଦଳ ରାଜଧାନୀରେ ଏକ ବିରାଟ ବାଇକ୍‌ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲି ରାମମନ୍ଦିର ଛକରୁ ବାହାରି ଦଳୀୟ କାର୍ଯ୍ୟାଳୟକୁ ଯାଇଥିଲା। ସେହିପରି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ରାଲି ବାହାରି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଥିଲା।

ସକାଳେ ଫରେଷ୍ଟ ପାର୍କ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିଥିଲେ। ସେଠାରୁ ବିଧାନସଭା ପରିସରକୁ ଯାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ପୁରୀ ଯାଇ ସ୍ୱର୍ଗଦ୍ୱାରରେ ଥିବା ବିଜୁ ସ୍ମୃତି ପୀଠରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେଠାରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟକୁ ଯାଇ ଜୀବନବିନ୍ଦୁ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ।

କେନ୍ଦ୍ରକୁ ଟାର୍ଗେଟ୍‌

କାର୍ଯ୍ୟକ୍ରମରେ ବିଜେଡି ନେତୃବୃନ୍ଦ କେନ୍ଦ୍ରକୁ ଟାର୍ଗେଟ କରିଥିଲେ। ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି,“କାଲି ଜଣେ କିଏ ଆସିଥିଲେ, ହାୱା କରି ଚାଲିଗଲେ। ସେମାନେ ହାୱା ପାର୍ଟି। ଓଡ଼ିଶା ପାଇଁ କିଛି କରିବେନି।”

ଅନଙ୍ଗ ଉଦୟ ସିଂଦେଓ କହିଛନ୍ତି,“ଓଡ଼ିଶା ପ୍ରତି କେନ୍ଦ୍ର ବୈମାତୃକ ମନୋଭାବ ଦେଖାଉଛି। ମହାନଦୀ, ପୋଲାଭରମ୍‌ ଓ ବିଜୁ ବାବୁଙ୍କୁ ଭାରତରତ୍ନ ନେଇ କେନ୍ଦ୍ରର ବୈମାତୃକି ମନୋଭାବ ସ୍ପଷ୍ଟ ଜଣାପଡୁଛି। କିଛିଦିନ ହେଲା କିଛି ଲୋକ ଆସି ହାୱା କରୁଛନ୍ତି। ଏହାର କିଛି ଅର୍ଥ ନାହିଁ।”

ସେହିପରି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି,“ବିକାଶକୁ ଏକଚାଟିଆ ଅଧିକାର ବୋଲି କେନ୍ଦ୍ର ଭାବୁଛି। ସେମାନେ ଭୁଲି ଯାଉଛନ୍ତି ନବୀନ ପଟ୍ଟନାୟକ ୪୦ଟି ଯୋଜନା କରିଛନ୍ତି। ଓଡ଼ିଶାର ବିକାଶ ହେଉଛି। ତାଚ୍ଛଲ୍ୟ କଲେ କିଛି ଲାଭ ମିଳିବ ନାହିଁ।”

Related story