‘ଧର୍ମାନ୍ତରୀକରଣ’ କନ୍ଧମାଳ ଦଙ୍ଗାର କାରଣ

ଭୁବନେଶ୍ୱର: ଧର୍ମାନ୍ତରୀକରଣ ଥିଲା କନ୍ଧମାଳ ଦଙ୍ଗା ପଛର କାରଣ। ସରକାରଙ୍କୁ ଦେଇଥିବା ନିଜ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ କମିଶନ। ଦଙ୍ଗା ପଛରେ କିଛି ମୌଳବାଦୀ ସଂଗଠନର ହାତ ଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୦୭ ଡିସେମ୍ୱର ୨୪ ବଡ଼ଦିନ ଉତ୍ସବ ପାଳନ ପୂର୍ବରୁ କନ୍ଧମାଳରେ ସାମ୍ପ୍ରଦାୟିକ ଦଙ୍ଗାର ସୂତ୍ରପାତ  ହୋଇଥିଲା। ୩ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଯୋଗୁଁ ୩ ଜଣଙ୍କ ଜୀବନ ଯାଇଥିଲା। ୧୦୦ରୁ ଅଧିକ ଉପାସନ ଗୃହ […]

kandhamala1

Rakesh Mallick
  • Published: Friday, 25 December 2015
  • , Updated: 26 December 2015, 08:38 AM IST

ଭୁବନେଶ୍ୱର: ଧର୍ମାନ୍ତରୀକରଣ ଥିଲା କନ୍ଧମାଳ ଦଙ୍ଗା ପଛର କାରଣ। ସରକାରଙ୍କୁ ଦେଇଥିବା ନିଜ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ କମିଶନ। ଦଙ୍ଗା ପଛରେ କିଛି ମୌଳବାଦୀ ସଂଗଠନର ହାତ ଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୦୭ ଡିସେମ୍ୱର ୨୪ ବଡ଼ଦିନ ଉତ୍ସବ ପାଳନ ପୂର୍ବରୁ କନ୍ଧମାଳରେ ସାମ୍ପ୍ରଦାୟିକ ଦଙ୍ଗାର ସୂତ୍ରପାତ  ହୋଇଥିଲା। ୩ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଯୋଗୁଁ ୩ ଜଣଙ୍କ ଜୀବନ ଯାଇଥିଲା। ୧୦୦ରୁ ଅଧିକ ଉପାସନ ଗୃହ ଓ ୭୦୦ ଘରେ ନିଆଁ ଲଗାଇ ଦେଇଥିଲେ ଦଙ୍ଗାକାରୀ। ୫୬୦ ପୃଷ୍ଠାର ରିପୋର୍ଟରେ ଏହା ଉଲ୍ଲେଖ ରହିଛି।

ଦୀର୍ଘ ଦିନ ଧରି ଜିଲ୍ଲାରେ ଧର୍ମାନ୍ତରୀକରଣ ଚାଲିଥିଲା। ତେବେ ସ୍ଥାନୀୟ ଆଦିବାସୀ ଓ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଏହା ଗ୍ରହଣୀୟ ନ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କୁହାଯାଇଛି।

ଭବିଷ୍ୟତରେ ଯେପରି ଦଙ୍ଗ। ନ ହେବ ସେଥିପାଇଁ କମିଶନ କିଛି ସୁପାରିଶ ବି କରିଛନ୍ତି। ସ୍ଥାନୀୟ ଆଦିବାସୀଙ୍କ ଜୀବନଜୀବିକା ପାଇଁ ସରକାର ପର୍ଯ୍ୟାପ୍ତ ସୁବିଧା କରିବା, ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇ ଦେବା ଓ ଧର୍ମାନ୍ତରୀକରଣ ରୋକିବା ଲାଗି ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ବୋଲି ଦଙ୍ଗା ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ ବାସୁଦେବ ପାଣିଗ୍ରାହୀ କହିଛନ୍ତି।

ଅନ୍ୟପକ୍ଷେ କନ୍ଧମାଳ ଦଙ୍ଗାର ତଦନ୍ତ ରିପୋର୍ଟ ଶୀଘ୍ର ବିଧାନସଭାରେ ଉପସ୍ଥାପନ କରିବାକୁ ବିରୋଧୀ ଦଳଙ୍କ ପକ୍ଷରୁ ଦାବି କରାଯାଇଛି। ବିଜେପି ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, କିଛି ଅଭିଯୋଗ ଅଛି। ଏହା କ୍ଲିୟର ହେବା ଦରକାର। ଏପରି କରାଗଲେ ଲୋକେ ସତର୍କ ହୋଇଯିବେ ଓ ସଂଯମତା ରକ୍ଷା କରିବେ। ଏହା ବିଧାନସଭାରେ ଚର୍ଚ୍ଚା ହେବା ଦରକାର। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କମିଶନ ତଦନ୍ତ ଏବେ ଏକ ପ୍ରହସନରେ ପରିଣତ ହୋଇଗଲାଣି। ତଦନ୍ତରେ ଡେରି ହେଉଛି ଅଥବା କମିଶନ ରିପୋର୍ଟ ଦେଲେ ଗୃହରେ ଉପସ୍ଥାପନ କରାଯାଉନାହିଁ। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, ବହୁ ସମୟରେ କମିଶନ ରିପୋର୍ଟକୁ ସରକାର ତର୍ଜମା କରିଥା’ନ୍ତି। ସେହିଭଳି ରିପୋର୍ଟ ପ୍ରକାଶ ହେଲେ ପୁଣି ସାମାଜିକ ବିଶୃଙ୍ଖଳା ସୃଷ୍ଟି ହେବାର ସମ୍ଭାବନା ଥାଏ। ସରକାର ଏଥିପ୍ରତି ନଜର ରଖିଛନ୍ତି। ରିପୋର୍ଟରେ କମିଶନ ଯାହା ପରାମର୍ଶ ଦେଇଛନ୍ତି, ସରକାର ତାହାକୁ ନିଶ୍ଚିତ ତାକୁ ସମ୍ମାନ ଦେବେ।

୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଓ ତା ପରବର୍ତ୍ତୀ ଦଙ୍ଗାର ତଦନ୍ତ କରୁଥିବା ଜଷ୍ଟିସ ଏ.ଏସ. ନାଇଡୁ କମିଶନ ତାଙ୍କ ରିପୋର୍ଟ ମଧ୍ୟ ଦେଇ ସାରିଛନ୍ତି। ଏବେ ଅପେକ୍ଷା ଏ ଦୁଇ ରିପୋର୍ଟକୁ ରାଜ୍ୟ ସରକାର କେବେ ବିଧାନସଭାରେ ଉପସ୍ଥାପନ କରୁଛନ୍ତି ଓ  ଏନେଇ କି କାର୍ଯାନୁଷ୍ଠାନ ଗ୍ରହଣ କରୁଛନ୍ତି।

Related story