‘ରାକ୍ଷସ’ ଟିପ୍ପଣୀ ଉପରେ ଜବାବ ରଖିଲେ ଧର୍ମେନ୍ଦ୍ର, କହିଲେ ବିଜେଡି ଅଭଦ୍ରାମୀ କରୁଛି

<p>ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ବିଜେଡି ଦେଇଥିବା &lsquo;ରାକ୍ଷସ&rsquo; ମନ୍ତବ୍ୟକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କଡା ଜବାବ ରଖିଛନ୍ତି&nbsp; । ସେ ତାଙ୍କ ଜବାବରେ କହିଛନ୍ତି ବିଜେଡି ଭୟଭୀତ ହୋଇଛି ଓ ଅଭଦ୍ରାମୀ କରୁଛି । ଖାଲି ସେତିକି ନୁହଁ ସେ ବିଜେଡିକୁ ମିଛୁଆ ରାଧୁଆ ଆଖ୍ୟା ମଧ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୫୮ ହଜାର କୋଟିର ଖଣି ଲୁଟ୍ କଥା ସ୍ଵୀକାର କରିଛି ବିଜେଡି । ସେଥିପାଇଁ ହାଇକୋର୍ଟ ତାଙ୍କୁ ଭର୍ତ୍ସନା କରିଛି । ଲୋକେ ନବୀନଙ୍କ ଅପାରଗତା ଜାଣି ସାରିଲେଣି, ତେଣୁ ସେମାନେ ଷ୍ଟ୍ରାଟେଜି ପରିବର୍ତ୍ତନ କଲେଣି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।</p> <p>ସେହିପରି ଶାହଙ୍କ ଜେଲ ଯିବା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟର ଜବାବ ମଧ୍ୟ ରଖିଛନ୍ତି ଧର୍ମେନ୍ଦ୍ର। କଂଗ୍ରେସକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି &lsquo;ତାଙ୍କ ଦଳର ନେତା ଖୁବଶୀଘ୍ର ଜେଲ ଯିବେ, ସରକାରୀ ଜମି ଚୋରି ଭଳି ଅଭିଯୋଗ ତାଙ୍କ ନାଁ&rsquo;ରେ ରହିଛି ।</p>

Ordigital Desk
  • Published: Saturday, 09 September 2017
  • Updated: 09 September 2017, 04:53 PM IST

Sports

Latest News

<p>ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ବିଜେଡି ଦେଇଥିବା &lsquo;ରାକ୍ଷସ&rsquo; ମନ୍ତବ୍ୟକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କଡା ଜବାବ ରଖିଛନ୍ତି&nbsp; । ସେ ତାଙ୍କ ଜବାବରେ କହିଛନ୍ତି ବିଜେଡି ଭୟଭୀତ ହୋଇଛି ଓ ଅଭଦ୍ରାମୀ କରୁଛି । ଖାଲି ସେତିକି ନୁହଁ ସେ ବିଜେଡିକୁ ମିଛୁଆ ରାଧୁଆ ଆଖ୍ୟା ମଧ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୫୮ ହଜାର କୋଟିର ଖଣି ଲୁଟ୍ କଥା ସ୍ଵୀକାର କରିଛି ବିଜେଡି । ସେଥିପାଇଁ ହାଇକୋର୍ଟ ତାଙ୍କୁ ଭର୍ତ୍ସନା କରିଛି । ଲୋକେ ନବୀନଙ୍କ ଅପାରଗତା ଜାଣି ସାରିଲେଣି, ତେଣୁ ସେମାନେ ଷ୍ଟ୍ରାଟେଜି ପରିବର୍ତ୍ତନ କଲେଣି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।</p><p>ସେହିପରି ଶାହଙ୍କ ଜେଲ ଯିବା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମନ୍ତବ୍ୟର ଜବାବ ମଧ୍ୟ ରଖିଛନ୍ତି ଧର୍ମେନ୍ଦ୍ର। କଂଗ୍ରେସକୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି &lsquo;ତାଙ୍କ ଦଳର ନେତା ଖୁବଶୀଘ୍ର ଜେଲ ଯିବେ, ସରକାରୀ ଜମି ଚୋରି ଭଳି ଅଭିଯୋଗ ତାଙ୍କ ନାଁ&rsquo;ରେ ରହିଛି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos