ଢେଙ୍କାନାଳ: ଛୁଆ ହାତୀର ମୃତଦେହ ଉଦ୍ଧାର, ମା’ହାତୀର ଆକ୍ରମଣରେ ୨ ଆହତ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଳା ଷଡ଼ଙ୍ଗୀ ରେଞ୍ଜ ଗଣେଶ ଖୋଲ ଜଙ୍ଗଲରୁ ମଙ୍ଗଳବାର ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ଛୁଆ ଉଦ୍ଧାର ପରେ ସେଠାରେ ମାଆ ହାତୀ ପହଞ୍ଚି ଉପଦ୍ରବ କରୁଛି। ମା’ ହାତୀର ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ସ୍ଥାନୀୟ ଫରେଷ୍ଟର ସଗ୍ରମଣି ଓ ଜଣେ ଫଟୋଗ୍ରାଫର । ଆଜି ସକାଳେ ଗଣେଶଖୋଲ ଜଙ୍ଗଲରୁ ଏକ ୨ ମାସର ଛୁଆ ହାତୀର ମୃତଦେହକୁ ଉଦ୍ଧାର କରିଥିଲା ବନ ବିଭାଗ। […]

dhenkanal elephant

Rakesh Mallick
  • Published: Tuesday, 10 November 2015
  • , Updated: 10 November 2015, 07:47 AM IST

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଳା ଷଡ଼ଙ୍ଗୀ ରେଞ୍ଜ ଗଣେଶ ଖୋଲ ଜଙ୍ଗଲରୁ ମଙ୍ଗଳବାର ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ଛୁଆ ଉଦ୍ଧାର ପରେ ସେଠାରେ ମାଆ ହାତୀ ପହଞ୍ଚି ଉପଦ୍ରବ କରୁଛି। ମା’ ହାତୀର ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ସ୍ଥାନୀୟ ଫରେଷ୍ଟର ସଗ୍ରମଣି ଓ ଜଣେ ଫଟୋଗ୍ରାଫର ।

ଆଜି ସକାଳେ ଗଣେଶଖୋଲ ଜଙ୍ଗଲରୁ ଏକ ୨ ମାସର ଛୁଆ ହାତୀର ମୃତଦେହକୁ ଉଦ୍ଧାର କରିଥିଲା ବନ ବିଭାଗ। କେଉଁ କାରଣରୁ ହାତୀର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଡିଏଫଓ କହିଛନ୍ତି ମୃତଦେହର ବ୍ୟବଛେଦ ପରେ ଯାଇ ହାତୀ ଛୁଆର ମୃତ୍ୟୁର କାରଣ ଜଣାପଡ଼ିବ।

Related story