ଢେଙ୍କାନାଳ ଡଙ୍ଗା ବୁଡ଼ି: ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି, ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ

ଢେଙ୍କାନାଳ: ଜାଗର ଯାତ୍ରା ଦେଖିବାକୁ ଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ ଭୁବନ ବ୍ଲକ୍ ଅନ୍ତର୍ଗତ ଚଣ୍ଡୀପାଳ ନିକଟ ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ଗତକାଲି ଜଣଙ୍କର ମୃତଦେହ ମିଳିଥିବା ବେଳେ ଆଜି ଆଉ ୩ଜଣଙ୍କ ମୃତଦେହ ମିଳିଛି। ସରକାର ମୃତକଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସମସ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଲେଖାଏଁ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଆଜି ସକାଳେ ଭୁବନ […]

dkl

Rakesh Mallick
  • Published: Tuesday, 08 March 2016
  • , Updated: 08 March 2016, 06:10 PM IST

ଢେଙ୍କାନାଳ: ଜାଗର ଯାତ୍ରା ଦେଖିବାକୁ ଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ ଭୁବନ ବ୍ଲକ୍ ଅନ୍ତର୍ଗତ ଚଣ୍ଡୀପାଳ ନିକଟ ବ୍ରାହ୍ମଣୀ ନଦୀରେ ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ଗତକାଲି ଜଣଙ୍କର ମୃତଦେହ ମିଳିଥିବା ବେଳେ ଆଜି ଆଉ ୩ଜଣଙ୍କ ମୃତଦେହ ମିଳିଛି। ସରକାର ମୃତକଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସମସ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଲେଖାଏଁ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।

ଆଜି ସକାଳେ ଭୁବନ ଚିତଲପୁର ଘାଟରୁ ୯ ବର୍ଷର ବାଳକ ସତ୍ୟନାରାୟଣ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅପରାହ୍ନରେ ସୁରପ୍ରତାପପୁର ଗାଁର କାଳିଆ ମହାନ୍ତି (୧୩)ଙ୍କ ମୃତଦେହ କୀର୍ତ୍ତନପୁର ଘାଟ ନିକଟରୁ ଉଦ୍ଧାର କରାଯାଇଛି। ସେହିପରି ସନ୍ଧ୍ୟାରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଭୂଷଳ ଘଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଗତକାଲି ରୁବିନା ନାୟକ ନାମକ ଜଣେ ୧୮ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ଘଟିଥିଲା।

ସୁରପ୍ରତାପପୁରର ଶ୍ରୀଧର ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ସାଗରିକା ନିଖୋଜ ଅଛି। ଫଳରେ ନିଖୋଜଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

ଏହି ଘଟଣା ପରେ ନାଉରିଆ ଫେରାର୍ ଅଛି। ଜିଲ୍ଲା ପ୍ରଶାସନ ଫେରାର ନାଉରିଆକୁ ଧରିବାକୁ ତନାଘନା ଆରମ୍ଭ କରିଛି ।

ଗତକାଲି ଜାଗର ଯାତ୍ରା ଦେଖିବା ପାଇଁ ଭୁବନ ବ୍ଲକ୍ ସୁରପ୍ରତାପପୁର ଗାଁର ପ୍ରାୟ ୨୪ ଜଣ ଲୋକ ଯାଉଥିବା ବେଳେ ଚଣ୍ଡୀପାଳ ଘାଟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ଡଙ୍ଗାଟି ବୁଡ଼ି ଯିବା ପରେ କିଛି ଲୋକ ପହଁରି ପହଁରି କୂଳକୁ ଫେରି ଆସିଥିଲେ। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଗତକାଲି ରାତି ଓ ଆଜି ଦିମ ତମାମ ନିଖୋଜମାନଙ୍କୁ ଖୋଜା ଚାଲିଛି। କଟକରୁ ଯାଇଥିବା ଦୁଇଟି ଓଡ୍ରାଫ ଟିମ୍‌, କାମାକ୍ଷାନଗର ଓ ଢେଙ୍କାନାଳରୁ ଅଗ୍ନିଶମ ଟିମ୍‌ ଉଦ୍ଧାର କାମରେ ଲାଗିଛନ୍ତି। ଜିଲ୍ଲାପାଳ ରୁପାରୋଶନ ସାହୁଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି, “ବେଆଇନ ଭାବେ ଏହି ଲୋକଙ୍କୁ ନଦୀପାର କରାଯାଉଥିଲା। ଏ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି।”

Related story