‘ମୁଁ ମଦ ବେପାରୀ’: ପନି ପରିବା ପରି ଗାଁକୁ ଗାଁ ବୁଲି ବିକୁଥିଲେ ଦେଶୀ

ଢେଙ୍କାନାଳ: ପନି ପରିବା ପରି ଗାଁକୁ ଗାଁ ବୁଲି ମଦ ବିକିବା ମହଙ୍ଗା ପଡିଲା। ଉତ୍ତ୍ୟକ୍ତ ଲୋକେ ବିରୋଧ କଲେ। ଖାଲି ବିରୋଧ ନୁହେଁ ଅଟକ ରଖିଲେ ଓ ସିଲଟ ଧରାଇଦେଲେ। ଯେଉଁଥିରେ ତାଙ୍କ ନାଁ ସହ ‘ମଦ ବେପାରୀ’ ଲେଖା ଯାଇଛି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ସିମିନଈ ଅଞ୍ଚଳରେ।

ଏହି ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ଜୋରସୋରରେ ଚାଲିଛି। ଅଞ୍ଚଳବାସୀ ମଦ ବିକ୍ରିକୁ ବିରୋଧ କରୁଛନ୍ତି। ଏପରି ସ୍ଥିତିରେ ୩ ଜଣ ବେପାରୀ ଗତକାଲି ଗାଡିରେ ଗାଁକୁ ଗାଁ ବୁଲି ମଦ ବିକ୍ରି କରୁଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ସେମାନଙ୍କୁ ଅଟକ ରଖି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଏହାପରେ ‘ମଦ ବେପାରୀ’ ଲେଖା ଥିବା ସିଲଟ ଧରାଇ ଦେଇ ପଞ୍ଚାୟତ ଅଫିସ ଆଗରେ ବସାଇ ଦେଇଥିଲେ। ସେମାନଙ୍କୁ ନିକଟରୁ ଅଞ୍ଚଳବାସୀ ଦେଶୀ ମଦର ପାଉଚ ଜବତ କରିଛନ୍ତି।

ଅଞ୍ଚଳରେ ମଦ ହଟାଅ ଅଭିଯାନ ଚାଲିଥିବା ବେଳେ ବାରମ୍ବାର ମନା କରିବା ସତ୍ତ୍ୱେ ଏମାନେ ମାନୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।

ଖବର ପାଇ ଅବକାରୀ ବିଭାଗର ଅଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଛନ୍ତି।

Ordigital Desk
• Published: Wednesday, 16 August 2017
• Updated: 16 August 2017, 01:21 PM IST

Sports

Latest News

ଢେଙ୍କାନାଳ: ପନି ପରିବା ପରି ଗାଁକୁ ଗାଁ ବୁଲି ମଦ ବିକିବା ମହଙ୍ଗା ପଡିଲା। ଉତ୍ତ୍ୟକ୍ତ ଲୋକେ ବିରୋଧ କଲେ। ଖାଲି ବିରୋଧ ନୁହେଁ ଅଟକ ରଖିଲେ ଓ ସିଲଟ ଧରାଇଦେଲେ। ଯେଉଁଥିରେ ତାଙ୍କ ନାଁ ସହ ‘ମଦ ବେପାରୀ’ ଲେଖା ଯାଇଛି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ସିମିନଈ ଅଞ୍ଚଳରେ।

ଏହି ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ଜୋରସୋରରେ ଚାଲିଛି। ଅଞ୍ଚଳବାସୀ ମଦ ବିକ୍ରିକୁ ବିରୋଧ କରୁଛନ୍ତି। ଏପରି ସ୍ଥିତିରେ ୩ ଜଣ ବେପାରୀ ଗତକାଲି ଗାଡିରେ ଗାଁକୁ ଗାଁ ବୁଲି ମଦ ବିକ୍ରି କରୁଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ସେମାନଙ୍କୁ ଅଟକ ରଖି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଏହାପରେ ‘ମଦ ବେପାରୀ’ ଲେଖା ଥିବା ସିଲଟ ଧରାଇ ଦେଇ ପଞ୍ଚାୟତ ଅଫିସ ଆଗରେ ବସାଇ ଦେଇଥିଲେ। ସେମାନଙ୍କୁ ନିକଟରୁ ଅଞ୍ଚଳବାସୀ ଦେଶୀ ମଦର ପାଉଚ ଜବତ କରିଛନ୍ତି।

ଅଞ୍ଚଳରେ ମଦ ହଟାଅ ଅଭିଯାନ ଚାଲିଥିବା ବେଳେ ବାରମ୍ବାର ମନା କରିବା ସତ୍ତ୍ୱେ ଏମାନେ ମାନୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।

ଖବର ପାଇ ଅବକାରୀ ବିଭାଗର ଅଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos