ବିଜେପି ହାତକୁ ଗଲା ଢେଙ୍କାନାଳ ପୌର ପରିଷଦ

ଢେଙ୍କାନାଳ: ଢେଙ୍କାନାଳ ପୌରପାଳିକାର ପୌରାଧ୍ୟକ୍ଷ ପଦବୀ ପାଇଁ ଆଜି ହୋଇଥିବା ଉପନିର୍ବାଚନରେ ବିଜେପି ବାଜିମାତ କରିଛି। ବିଜେପିର ସୁଧାଂଶୁ ଦଳେଇ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ହୋଇଥିବା ଉପନିର୍ବାଚନରେ ବିଜେପିରୁ ସୁଧାଂଶୁ ଏବଂ କଂଗ୍ରେସରୁ ଇସ୍ତଫା ଦେଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରୁଦ୍ରାନ୍ତ ଦଳେଇଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା। ମୋଟ ୨୩ କାଉନସିଲରଙ୍କ ମଧ୍ୟରୁ ୧୮ ଜଣ ଭୋଟରେ ଅଂଶଗ୍ରହଣ କରିଥିଲେ। ଉଭୟ ସୁଧାଂଶୁ ଏବଂ ରୁଦ୍ରାନ୍ତ ୯-୯ଟି ଭୋଟ ପାଇବାରୁ ଧର୍ମଗୁଳାର ଆଶ୍ରୟ […]

dkl

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 04:58 PM IST

ଢେଙ୍କାନାଳ: ଢେଙ୍କାନାଳ ପୌରପାଳିକାର ପୌରାଧ୍ୟକ୍ଷ ପଦବୀ ପାଇଁ ଆଜି ହୋଇଥିବା ଉପନିର୍ବାଚନରେ ବିଜେପି ବାଜିମାତ କରିଛି। ବିଜେପିର ସୁଧାଂଶୁ ଦଳେଇ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ଆଜି ହୋଇଥିବା ଉପନିର୍ବାଚନରେ ବିଜେପିରୁ ସୁଧାଂଶୁ ଏବଂ କଂଗ୍ରେସରୁ ଇସ୍ତଫା ଦେଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରୁଦ୍ରାନ୍ତ ଦଳେଇଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହୋଇଥିଲା। ମୋଟ ୨୩ କାଉନସିଲରଙ୍କ ମଧ୍ୟରୁ ୧୮ ଜଣ ଭୋଟରେ ଅଂଶଗ୍ରହଣ କରିଥିଲେ। ଉଭୟ ସୁଧାଂଶୁ ଏବଂ ରୁଦ୍ରାନ୍ତ ୯-୯ଟି ଭୋଟ ପାଇବାରୁ ଧର୍ମଗୁଳାର ଆଶ୍ରୟ ନିଆଯାଇଥିଲା। ଏଥିରେ ସୁଧାଂଶୁ ବାଜିମାତ କରିଥିଲେ।

ଭୋଟରେ କଂଗ୍ରେସ୍‌ର ୧୧, ବିଜେପିର ୫ ଓ ବିଜେଡିର ୬ କାଉନସିଲରଙ୍କ ମଧ୍ୟରୁ ଜଣେ ଓ ଜଣେ ସ୍ୱାଧୀନ କାଉନସିଲର ଅଂଶ ଗ୍ରହଣ କରିଥିଲେ।

ଅଗଷ୍ଟ ୧ ତାରିଖରେ ବିଜେଡି ପକ୍ଷରୁ ପୌରାଧ୍ୟକ୍ଷ ଥିବା ଇନ୍ଦ୍ରମଣି ବେହେରା ଅନାସ୍ଥା ଭୋଟ୍‌ରେ ହାରିଥିଲେ। ହାଇକୋର୍ଟରେ ଦାୟର ହୋଇଥିବା ରିଟ୍‌ ପିଟିସନ୍‌ର ଶୁଣାଣି ଓ ନିର୍ଦ୍ଦେଶ ପରେ ଆଜି ଉପନିର୍ବାଚନ ହୋଇଥିଲା। ଉପଜିଲ୍ଲାପାଳ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିଲେ। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ୍‌ ବିଭାଗ ପକ୍ଷରୁ ‍ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Related story