ଢେଙ୍କାନାଳରେ ଯୁବତୀଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ଢେଙ୍କାନାଳରେ ଜଣେ ଯୁବତୀଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ତାଙ୍କ ଘର ଗଁଦିଆ ଅଞ୍ଚଳରେ। ପୋଲିସ୍ ତାକୁ ପଚରାଉଚରା କରୁଛି। ଅନ୍ୟପକ୍ଷରେ ପୀଡ଼ିତ ଯୁବତୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ୍ ପଠାଯାଇଛି। ଯୁବତୀଙ୍କ କହିବା ଅନୁସାରେ ଅଭିଯୁକ୍ତ ତାଙ୍କ ପ୍ରେମିକ। ସେ ଗତ ସୋମବାର ତାଙ୍କୁ ଢେଙ୍କାନାଳ ସହର ବାଇପାସ୍‌ ନିକଟ ଜଙ୍ଗଲକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ବଳାତ୍କାର କରିବା ପରେ ପ୍ରବଳ ମାଡ଼ ମାରିଥିଲା ଓ ଜଙ୍ଗଲରେ […]

dkl

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 03:27 PM IST

ଢେଙ୍କାନାଳ: ଢେଙ୍କାନାଳରେ ଜଣେ ଯୁବତୀଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ତାଙ୍କ ଘର ଗଁଦିଆ ଅଞ୍ଚଳରେ। ପୋଲିସ୍ ତାକୁ ପଚରାଉଚରା କରୁଛି।

ଅନ୍ୟପକ୍ଷରେ ପୀଡ଼ିତ ଯୁବତୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ୍ ପଠାଯାଇଛି।

ଯୁବତୀଙ୍କ କହିବା ଅନୁସାରେ ଅଭିଯୁକ୍ତ ତାଙ୍କ ପ୍ରେମିକ। ସେ ଗତ ସୋମବାର ତାଙ୍କୁ ଢେଙ୍କାନାଳ ସହର ବାଇପାସ୍‌ ନିକଟ ଜଙ୍ଗଲକୁ ଡାକିଥିଲେ। ସେଠାରେ ସେ ତାଙ୍କୁ ବଳାତ୍କାର କରିବା ପରେ ପ୍ରବଳ ମାଡ଼ ମାରିଥିଲା ଓ ଜଙ୍ଗଲରେ ଛାଡି ପଳାଇଯାଇଥିଲା। ସୋମବାର ସନ୍ଧ୍ୟାରୁ ବୁଧବାର ପର୍ଯ୍ୟନ୍ତ ସେ ସେଠାରେ ପଡ଼ି ରହିଥିଲେ।

ଯୁବତୀ ଜଣଙ୍କୁ ଗତକାଲି କିଛି ସ୍ଥାନୀୟ ଲୋକ ଜଙ୍ଗଲ ଭିତରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ତାଙ୍କୁ ଉଦ୍ଧାର କରିବା ପରେ ଘଟଣା ସଂପର୍କରେ ଜଣା ପଡ଼ିଥିଲା।

Related story