ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପରେ ବିଧାନସଭା ମୁଲତବି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଇଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଆଜି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ୍ କଲାମ୍ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ୧୦ଜଣ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ନିରଞ୍ଜନ ପୂଜାରୀ। ଆଜି ଗୃହରେ ଦିବଙ୍ଗତ ସଦସ୍ୟଙ୍କ ସମ୍ପର୍କରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରିଥିଲେ ଗୃହର ନେତା ତଥା […]

assembly

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 06:44 AM IST

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଇଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଆଜି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଏପିଜେ ଅବଦୁଲ୍ କଲାମ୍ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମେତ ୧୦ଜଣ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ନିରଞ୍ଜନ ପୂଜାରୀ। ଆଜି ଗୃହରେ ଦିବଙ୍ଗତ ସଦସ୍ୟଙ୍କ ସମ୍ପର୍କରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା ସମର୍ଥନ କରିଥିଲେ। ବିଧାନସଭାରେ ପୂର୍ବତନ ରାଜ୍ୟସଭା ସଦସ୍ୟ କଳ୍ପତରୁ ଦାସ, ପୂର୍ବତନ ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟ, ଶ୍ରୀବଲ୍ଲଭ ପାଣିଗ୍ରାହୀ, କାର୍ତ୍ତିକ ମହାପାତ୍ର ଓ ପୂର୍ବତନ ସଦସ୍ୟ ପର୍ଶୁରାମ ପାଣିଗ୍ରାହୀ, ଶରତ ପାଇକରାୟ ଏବଂ ପ୍ରେମଲତା ମହାପାତ୍ରଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ତା’ସହ ମାଓ ଆକ୍ରମଣରେ ସହିଦ ଗ୍ରାମରକ୍ଷୀ ଜଗା ଖିଲଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ୨୯ ଯାଏଁ ଚାଲିବ।

Related story