ଦିଲୀପ ରାୟଙ୍କୁ ମନାଇବାକୁ ଉଦ୍ୟମ

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇନାହିଁ। ତେଣୁ ୬ ତାରିଖରେ ରାଉରକେଲାରେ ହେବାକୁ ଥିବା ବିକାଶ ପର୍ବରେ ଯୋଗ ଦେବେ ନାହିଁ ବୋଲି ଗତକାଲି ସ୍ଥାନୀୟ ବିଧାୟକ ଦିଲୀପ ରାୟ ଗଣମାଧ୍ୟମକୁ କହିଥିଲେ। ଏହା ପରେ ଦଳ ପକ୍ଷରୁ ତାଙ୍କୁ ମନାଇବାକୁ ଉଦ୍ୟମ ଜାରି ରହିଛି। ଗତକାଲି ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ବିଧାୟକ ଦିଲୀପ ରାୟ, ବିଜେପିର ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ପ୍ରମୁଖ ଯୋଗଦେଇ […]

16dilip

Rakesh Mallick
  • Published: Sunday, 05 June 2016
  • , Updated: 05 June 2016, 07:35 PM IST

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇନାହିଁ। ତେଣୁ ୬ ତାରିଖରେ ରାଉରକେଲାରେ ହେବାକୁ ଥିବା ବିକାଶ ପର୍ବରେ ଯୋଗ ଦେବେ ନାହିଁ ବୋଲି ଗତକାଲି ସ୍ଥାନୀୟ ବିଧାୟକ ଦିଲୀପ ରାୟ ଗଣମାଧ୍ୟମକୁ କହିଥିଲେ। ଏହା ପରେ ଦଳ ପକ୍ଷରୁ ତାଙ୍କୁ ମନାଇବାକୁ ଉଦ୍ୟମ ଜାରି ରହିଛି।

ଗତକାଲି ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ବିଧାୟକ ଦିଲୀପ ରାୟ, ବିଜେପିର ମଣ୍ଡଳ ସଭାପତି, ଜିଲ୍ଲା ସଭାପତି ପ୍ରମୁଖ ଯୋଗଦେଇ ବିକାଶ ପର୍ବ ସଫଳତା ଉପରେ ଆଲୋଚନା କରିଥିଲେ।

ବୈଠକ ପରେ ଦିଲୀପ କହିଥିଲେ, “ଆଇଜିଏଚ୍‌କୁ ମେଡିକାଲ କଲେଜ ଓ ସୁପର ସ୍ପେସାଲିଷ୍ଟ ହସ୍ପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଘୋଷଣାର ୧୪ ମାସ ପରେ ମଧ୍ୟ ଇସ୍ପାତ ମନ୍ତ୍ରାଳୟ କୌଣସି ପଦକ୍ଷେପ ନେଇନାହିଁ। ଏପରି ସ୍ଥିତିରେ ସ୍ଥାନୀୟ ଲୋକେ ଆମକୁ ଭୁଲ ବୁଝୁଛନ୍ତି। ଲୋକେ ଭାବୁଛନ୍ତି, ଆମେ ସେମାନଙ୍କୁ ଠକୁଛୁ।”

ସେ କହିଛନ୍ତି, “ବିକାଶ ପର୍ବରେ ସାମିଲ ହେବି ନାହିଁ। କିନ୍ତୁ ସମାବେଶରେ ପୂର୍ଣ୍ଣ ସହଯୋଗ କରିବି।”

ଆସନ୍ତାକାଲି ରାଉରକେଲା ଭଞ୍ଜଭବନ ପଡ଼ିଆରେ ବିଜେପିର ବିକାଶ ପର୍ବ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମୁଖ୍ୟଅତିଥି ଭାବେ ଯୋଗ ଦେବେ।

ପୂର୍ବତନ ବିଧାୟକ ସାରଦା ନାୟକ ଦିଲୀପ ରାୟଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

Related story