ଓଡ଼ିଶା ପାଇଁ ଗୌରବ: ଜଷ୍ଟିସ୍‌ ଦୀପକ ମିଶ୍ର ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଜଷ୍ଟିସ ଦୀପକ ମିଶ୍ର ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ୍. ଖେହରଙ୍କ ସ୍ଥାନ ନେବେ। ଜଷ୍ଟିସ୍  ଖେହର ଆସନ୍ତା ୨୭ ତାରିଖରେ ଅବସର ନେବେ। ତୃତୀୟ ଓଡିଆ ଭାବେ ଜଷ୍ଟିସ୍ ଦୀପକ ମିଶ୍ର ଏହି ସମ୍ମାନଜନକ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ପୂର୍ବରୁ ଦୁଇଜଣ ଓଡିଆ ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଓ ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। […]

Justice-Mishra-611x430

Rakesh Mallick
  • Published: Tuesday, 08 August 2017
  • , Updated: 09 August 2017, 01:18 PM IST

ଭୁବନେଶ୍ୱର: ଜଷ୍ଟିସ ଦୀପକ ମିଶ୍ର ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ୍. ଖେହରଙ୍କ ସ୍ଥାନ ନେବେ। ଜଷ୍ଟିସ୍  ଖେହର ଆସନ୍ତା ୨୭ ତାରିଖରେ ଅବସର ନେବେ। ତୃତୀୟ ଓଡିଆ ଭାବେ ଜଷ୍ଟିସ୍ ଦୀପକ ମିଶ୍ର ଏହି ସମ୍ମାନଜନକ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ପୂର୍ବରୁ ଦୁଇଜଣ ଓଡିଆ ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଓ ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। ଜଷ୍ଟିସ୍ ଦୀପକ ମିଶ୍ର ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚରାପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ପୁତୁରା। ବର୍ତ୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଖେହର୍ ପରବର୍ତ୍ତୀ ମୁଖ୍ୟ  ବିଚାରପତି ଭାବେ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ନାଁ ସୁପାରିଶ କରିଥିଲେ।

ଜଷ୍ଟିସ୍ ଦୀପକ ମିଶ୍ର ନିଜର ରାୟ ପାଇଁ ବେଶ୍ ସୁନାମ ଅର୍ଜନ କରିଛନ୍ତି। FIRର ୨୪ ଘଣ୍ଟା  ମଧ୍ୟରେ ୱେବସାଇଟ୍‌ରେ ସମସ୍ତ ତଥ୍ୟ ଅପଲୋଡ୍ କରିବା ପାଇଁ ନିର୍ଦ୍ଦେଶ  ଦେଇଥିଲେ ଜଷ୍ଟିସ୍ ମିଶ୍ର। ସେହିପରି ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଶୁଣାଣି  ହୋଇଥିବା ସୁପ୍ରିମକୋର୍ଟ ଖଣ୍ଡପୀଠରେ ମଧ୍ୟ ଜଷ୍ଟିସ୍ ମିଶ୍ର ସଦସ୍ୟ ଥିଲେ।

Related story