ଦୀପୁ ଓ ଓମ୍‌କୁ ଓଡ଼ିଶାରେ ହତ୍ୟା କରି ବାହାରେ ଶବ ନଷ୍ଟ କରିଥିଲେ ଡି’ ବ୍ରଦର୍ସ: ପୋଲିସ କମିଶନର

ଭୁବନେଶ୍ୱର: ଦୀପୁ ଏବଂ ଓମ୍‌ ନିଖୋଜ ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ ଦୀପୁ ଓ ଓମ୍‌କୁ ହତ୍ୟା କରିଥିବା କହିଛି ପୋଲିସ। ଡି’ ବ୍ରଦର୍ସ ଏମାନଙ୍କୁ ଓଡ଼ିଶାରେ ହତ୍ୟା କରିବା ପରେ ବାହାରକୁ ନେଇ ଶବ ନଷ୍ଟ କରିଥିବା ପୋଲିସ କମିଶନର ୱା.ବି. ଖୁରାନିଆ କହିଛନ୍ତି। ଡି’ ବ୍ରଦର୍ସ ନିଜେ ଏମାନଙ୍କୁ ହତ୍ୟା କରିଛନ୍ତି ନାଁ ଏଥିପାଇଁ କୌଣସି ସୁପାରିକିଲରଙ୍କୁ ନିୟୋଜିତ କରିଥିଲେ ତାହାର ତଦନ୍ତ ଚାଲିଛି। ଏ […]

d-brothers

Rakesh Mallick
  • Published: Tuesday, 09 February 2016
  • , Updated: 09 February 2016, 01:53 PM IST

ଭୁବନେଶ୍ୱର: ଦୀପୁ ଏବଂ ଓମ୍‌ ନିଖୋଜ ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ ଦୀପୁ ଓ ଓମ୍‌କୁ ହତ୍ୟା କରିଥିବା କହିଛି ପୋଲିସ। ଡି’ ବ୍ରଦର୍ସ ଏମାନଙ୍କୁ ଓଡ଼ିଶାରେ ହତ୍ୟା କରିବା ପରେ ବାହାରକୁ ନେଇ ଶବ ନଷ୍ଟ କରିଥିବା ପୋଲିସ କମିଶନର ୱା.ବି. ଖୁରାନିଆ କହିଛନ୍ତି। ଡି’ ବ୍ରଦର୍ସ ନିଜେ ଏମାନଙ୍କୁ ହତ୍ୟା କରିଛନ୍ତି ନାଁ ଏଥିପାଇଁ କୌଣସି ସୁପାରିକିଲରଙ୍କୁ ନିୟୋଜିତ କରିଥିଲେ ତାହାର ତଦନ୍ତ ଚାଲିଛି। ଏ ନେଇ ସବିଶେଷ ତଥ୍ୟ ଦୁଇଦିନ ମଧ୍ୟରେ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ୨୦୦୦ ମସିହାରୁ ଦିପୁ ଏବଂ ଓମ୍ ଡି’ ବ୍ରଦର୍ସଙ୍କ ପାଇଁ କାମ କରୁଥିଲେ। ବିଭିନ୍ନ ଅପରାଧ ଘଟାଇବା ସହ ଟେଣ୍ଡର ଫିକ୍ସି କାମ କରୁଥିଲେ। ଏହାସହ ଡି’ ବ୍ରସର୍ଦଙ୍କ ପାଇଁ ଏମାନେ ସାର୍ପସୁଟର୍‌ ଭାବେ କାମ କରୁଥିଲେ। ତେବେ ୨୦୧୩ ମସିହାରେ କୌଣସି କାରଣକୁ ନେଇ ଡି’ ବ୍ରଦର୍ସଙ୍କ ସହ ସେମାନଙ୍କର ମତାନ୍ତର ଘଟିଥିଲା। ସେବେଠାରୁ ଉଭୟ ନିଖୋଜ ଥିଲେ। ଏ ନେଇ ଦୀପୁର ବାପା ପ୍ରଥମେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଅଭିଯୋଗ ନ ରଖିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ନେଇ କୋର୍ଟରେ ଏକ ମାମଲା ରୁଜୁ ହେବା ସହ ଦୁଇ ଭାଇଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

ସୁଶାନ୍ତ ଓ ସୁଶୀଲ ଭାଇଜାଗ୍, ଦିଲ୍ଲୀ, ଗୌହାଟି, କୋଲକତା, ଗୋଆ ଓ ମୁମ୍ବାଇକୁ ନିୟମିତ ଯିବା ଆସିବା କରୁଥିଲେ। ଦିପୁ ଏବଂ ଓମ୍‌ର ଶବକୁ ଏମାନେ ଏହି ସବୁ ସହର ମଧ୍ୟରୁ କୌଣସି ଗୋଟିଏ ସ୍ଥାନକୁ ନେଇ ନଷ୍ଟ କରିଛନ୍ତି ନାଁ ଆଉ କେଉଁଠିକୁ ନେଇଛନ୍ତି ତାହାର ତଦନ୍ତ ଚାଲିଛି। ଶୀଘ୍ର ଏହା ଉପରୁ ପରଦା ଉଠିବ ବୋଲି ପୋଲିସ କମିଶନର କହିଛନ୍ତି।

ଡି’ ବ୍ରଦର୍ସଙ୍କ ବିଶାଖାପାଟଣା ସ୍ଥିତ ଭଡା ଘର ଯାଞ୍ଚ ବେଳେ କମିଶନରେଟ ପୋଲିସ୍‌ ଦୀପୁର ଫଟୋ ସହ ଡ୍ରାଇଭିଂ ଲାଇସିନ୍ସ ପାଇଥିଲା। ଏହାପରେ ଦୀପୁ ଏବଂ ଓମ ନିଖୋଜ ଉପରୁ ପରଦା ଉଠାଇବାକୁ ପୋଲିସ ଦିନରାତି ଏକ କରିଦେଇଥିଲା। ଜେରା ବେଳେ ଦୁଇ ଭାଇଙ୍କୁ ଏ ନେଇ ପୋଲିସ ବିଭିନ୍ନ ପ୍ରଶ୍ନ କରୁଥିଲା।

ମୃତ ଦୀପର ବାପା ମେତଦେହ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏହାସହ ହତ୍ୟାକରୀଙ୍କୁ ଫାଶୀଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି, କେବଳ ଦୀପୁ ଓ ଓମ୍‌କୁ ହତ୍ୟା କରାଯାଇନାହିଁ, ଏପରି ଘଟଣା ବହୁତ ଘଟିଛି। ହେଲେ ଭୟରେ କେହି ପାଟି ଖୋଲିନାହାନ୍ତି ବୋଲି ସେ କହିଛନ୍ତି।

Related story