ତିନି ଦଶନ୍ଧି ପରେ ରମ୍ଭା ସେକ୍ଟରରେ ଦେଖିବାକୁ ମିଳୁଛି ବିରଳ ପ୍ରଜାତିର ଡଲ୍‌ଫିନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିନି ଦଶନ୍ଧି ପରେ ଚିଲିକାର ରମ୍ଭା ସେକ୍ଟରରେ ଦେଖିବାକୁ ମିଳିଛି ବିରଳ ପ୍ରଜାତିର ଇରାୱାଡି ଡଲ୍‌ଫିନ୍‌। ୧୯୮୦ ମସିହାରେ ରମ୍ଭା ଅଞ୍ଚଳରେ ନିୟମିତ ଡଲଫିନ୍‌ ଦେଖା ଦେଉଥିଲେ। କିନ୍ତୁ ବେଆଇନ ଚିଙ୍ଗୁଡ଼ି ଘେରି ଏମାନଙ୍କ ଗତିପଥକୁ ଅବରୋଧ କରିଲା। ଫଳରେ କେବଳ ସାତପଡ଼ା ଅଞ୍ଚଳରେ ଏମାନଙ୍କ ଗତିବିଧି ସିମୀତ ହୋଇଯାଇଥିଲା। ସେପଟେ ଡଲଫିନ୍ ଦେଖା ଦେବା ପରେ ଏହା ପର୍ଯ୍ୟଟନ ସହିତ ସ୍ଥାନୀୟ ମତ୍ସ୍ୟଜୀବୀ ଓ ପରିବେଶ ପାଇଁ ବେଶ୍ ଉପଯୋଗୀ ହେବ ବୋଲି […]

dolfin in rambha

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତିନି ଦଶନ୍ଧି ପରେ ଚିଲିକାର ରମ୍ଭା ସେକ୍ଟରରେ ଦେଖିବାକୁ ମିଳିଛି ବିରଳ ପ୍ରଜାତିର ଇରାୱାଡି ଡଲ୍‌ଫିନ୍‌। ୧୯୮୦ ମସିହାରେ ରମ୍ଭା ଅଞ୍ଚଳରେ ନିୟମିତ ଡଲଫିନ୍‌ ଦେଖା ଦେଉଥିଲେ। କିନ୍ତୁ ବେଆଇନ ଚିଙ୍ଗୁଡ଼ି ଘେରି ଏମାନଙ୍କ ଗତିପଥକୁ ଅବରୋଧ କରିଲା। ଫଳରେ କେବଳ ସାତପଡ଼ା ଅଞ୍ଚଳରେ ଏମାନଙ୍କ ଗତିବିଧି ସିମୀତ ହୋଇଯାଇଥିଲା। ସେପଟେ ଡଲଫିନ୍ ଦେଖା ଦେବା ପରେ ଏହା ପର୍ଯ୍ୟଟନ ସହିତ ସ୍ଥାନୀୟ ମତ୍ସ୍ୟଜୀବୀ ଓ ପରିବେଶ ପାଇଁ ବେଶ୍ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।
ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଆଡିସନାଲ୍ ଚିଫ୍‌ଜିକ୍ୟୁଟିଭ ସସ୍ମିତା ଲେଙ୍କା କହିଛନ୍ତି-“ରମ୍ଭା ଅଞ୍ଚଳରେ ଡଲଫିନ୍‌ ଦେଖାଯିବା ନିଶ୍ଚିତ ଭଲ ସଙ୍କେତ। ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେବା ପରେ ସେମାନେ ଏହି ଅଞ୍ଚଳକୁ ଆସୁଛନ୍ତି। ଏବେ ସେହି ଅଞ୍ଚଳରେ ଡଲଫିନ୍‌ମାନେ ଯେପରି ମୁକ୍ତ ଭାବେ ବିତରଣ କରିପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ।ଏଥିପାଇଁ ଏକ ଟାକ୍ସ ଫୋର୍ସ ମଧ୍ୟ ଗଠନ କରାଯିବ।”

ଏଆଇଟିଏ ସଦସ୍ୟ ବେଞ୍ଜାମିନ୍‌ ସାଇମନ୍‌ କହିଛନ୍ତି-“ରମ୍ଭା ଅଞ୍ଚଳରେ ଡଲଫିନ୍‌ ଦେଖା ଯାଉଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ନିଶ୍ଚିତ ବଢ଼ିବ। ବର୍ତ୍ତମାନ ସବୁଠାରୁ ବଡ଼କଥା ହେଉଛି ସେମାନଙ୍କୁ(ଡଲଫିନ୍‌) କିପରି ସୁରକ୍ଷା ଦିଆଯିବ।”

Related story