ଏକାଦଶୀରେ ଭାତ ଖାଆନ୍ତି ନାହିଁ କାହିଁକି ?

ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତର ବିଶେଷ  ମହତ୍ତ୍ୱ ରହିଛି। ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ ଏହି ବ୍ରତରେ ଅନ୍ନ ଭୋଜନ ନିଷେଧ। ଏକାଦଶୀ ଦିନ ଖାଦ୍ୟ-ପାନୀୟ, ବ୍ୟବହାରରେ ସଂଯମତା ଅବଲମ୍ବନ କରିବାକୁ ପଡିଥାଏ। ଏହି ପବିତ୍ର ଦିନରେ ତାମାସିକ ଭୋଜନ ପରିହାର କରିବା କଥା। ମନରେ ଖରାପ ଚିନ୍ତାଧାରା ଯେଭଳି ନ ଆସେ ସେ ନେଇ ଯଥାସମ୍ଭବ ଚେଷ୍ଟା କରନ୍ତୁ। ଏତଦ୍‌ ବ୍ୟତୀତ ଏହି ଦିନ ଅନ୍ନ ଭୋଜନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲେ ବି ଆମେ ଜାଣି […]

rice

rice

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 08:50 AM IST

ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତର ବିଶେଷ  ମହତ୍ତ୍ୱ ରହିଛି। ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ ଏହି ବ୍ରତରେ ଅନ୍ନ ଭୋଜନ ନିଷେଧ। ଏକାଦଶୀ ଦିନ ଖାଦ୍ୟ-ପାନୀୟ, ବ୍ୟବହାରରେ ସଂଯମତା ଅବଲମ୍ବନ କରିବାକୁ ପଡିଥାଏ। ଏହି ପବିତ୍ର ଦିନରେ ତାମାସିକ ଭୋଜନ ପରିହାର କରିବା କଥା। ମନରେ ଖରାପ ଚିନ୍ତାଧାରା ଯେଭଳି ନ ଆସେ ସେ ନେଇ ଯଥାସମ୍ଭବ ଚେଷ୍ଟା କରନ୍ତୁ। ଏତଦ୍‌ ବ୍ୟତୀତ ଏହି ଦିନ ଅନ୍ନ ଭୋଜନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲେ ବି ଆମେ ଜାଣି ନ ଥାଉ ଏଭଳି ପ୍ରଥା କାହିଁକି ଚାଲି ଆସିଛି । ତା’ହେଲେ ଆସନ୍ତୁ ଜାଣିବା ଏହାର ପଛରେ ରହିଥିବା ଧାର୍ମିକ ଓ ବୈଜ୍ଞାନିକ କାରଣ ସମ୍ପର୍କରେ।

ଧାର୍ମିକ କାରଣ: ଅନ୍ନ ପାକ ହେବାକୁ ଜଳର ଆବଶ୍ୟକତା ଥାଏ। ଆଉ ଏହି ଜଳ ସହ ଚନ୍ଦ୍ରମାଙ୍କ ସମ୍ପର୍କ ରହିଛି। ଚନ୍ଦ୍ର ଚଞ୍ଚଳତାର ପ୍ରତୀକ ହୋଇଥିବାରୁ ଭାତ ଖାଇବା ଦ୍ୱାରା ତତ୍‌ସଂଲଗ୍ନ ଜଳ ମନକୁ ଚଞ୍ଚଳ କରିଥାଏ, ବିଚଳିତ କରିଥାଏ। ଏଣୁ ଏହି ଦିନ ଅନ୍ନ ଭୋଜନକୁ ନିଷିଦ୍ଧ କରିଛି ଶାସ୍ତ୍ର। ଶାସ୍ତ୍ରରେ ଥିବା ସମସ୍ତ ୨୪ଟି ଏକାଦଶୀରେ  ଭାତ ଖାଇବାକୁ ବର୍ଜନ କରିବାକୁ କୁହାଯାଇଛି। ଏହି ଦିନରେ  ଭାତ ଖାଇବା ଦ୍ୱାରା ପରଜନ୍ମରେ ମନୁଷ୍ୟକୁ ଗୁରୁଣ୍ଡିବା ଜୀବ ଭଳି ଦଶା ଭୋଗିବାକୁ ପଡିଥାଏ।

ବୈଜ୍ଞାନିକ କାରଣ: ବିଜ୍ଞାନ କୁହେ ସୂର୍ଯ୍ୟଙ୍କ ସ୍ଥିତିକୁ ଲକ୍ଷ କରି ଆମ ଶରୀରେ ଖାଦ୍ୟ ପାନୀୟ ପାଚନ ହୋଇଥାଏ। ଏକାଦଶୀ ତିଥି ଏକ ନିର୍ଦ୍ଦିଷ୍ଟ ସମୟରେ ପଡିଥାଏ। ଏଣୁ ଏହି ସମୟରେ ଶରୀରରେ ଜଳର ପରିମାଣ ସନ୍ତୁଳିତ ରହିଲେ ମନ ଫଫୁଲ୍ଲ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos