ଡାକ୍ତର ଶ୍ୱେତପଦ୍ମା ମିଶ୍ର ମୃତ୍ୟୁ ଘଟଣା: ବାପଘର ଓ ଶାଶୁଘର ଲୋକଙ୍କ ଉପସ୍ଥିତିରେ ପୁରୀରେ ହେଲା ଶେଷକୃତ୍ୟ

ଭୁବନେଶ୍ୱର: ଡାକ୍ତର ଶ୍ୱେତପଦ୍ମା ମିଶ୍ରଙ୍କ ମୃତଦେହ ହସ୍ତାନ୍ତର ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଶବ ବ୍ୟବଚ୍ଛେଦ ପରେ କ୍ୟାପିଟାଲ୍ ହସ୍ପିଟାଲରେ ଥିବା ଶ୍ୱେତପଦ୍ମାଙ୍କ ମୃତଦେହକୁ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଉଭୟ ପରିବାରର ଉପସ୍ଥିତିରେ ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ମଧ୍ୟ ହୋଇଛି। ଅନ୍ୟପକ୍ଷେ ଶ୍ୱେତପଦ୍ମାଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମୃତ୍ୟୁ ପୂର୍ବ ଓ ପର ଚିତ୍ର। ଯାହା ସିସିଟିଭିରେ କଏଦ୍ ହୋଇଥିଲା ଓଟିଭିର […]

sathapdma

sathapdma

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 03:08 PM IST

Sports

Latest News

ଭୁବନେଶ୍ୱର: ଡାକ୍ତର ଶ୍ୱେତପଦ୍ମା ମିଶ୍ରଙ୍କ ମୃତଦେହ ହସ୍ତାନ୍ତର ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଶବ ବ୍ୟବଚ୍ଛେଦ ପରେ କ୍ୟାପିଟାଲ୍ ହସ୍ପିଟାଲରେ ଥିବା ଶ୍ୱେତପଦ୍ମାଙ୍କ ମୃତଦେହକୁ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଉଭୟ ପରିବାରର ଉପସ୍ଥିତିରେ ପୁରୀରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ମଧ୍ୟ ହୋଇଛି। ଅନ୍ୟପକ୍ଷେ ଶ୍ୱେତପଦ୍ମାଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମୃତ୍ୟୁ ପୂର୍ବ ଓ ପର ଚିତ୍ର। ଯାହା ସିସିଟିଭିରେ କଏଦ୍ ହୋଇଥିଲା ଓଟିଭିର ହସ୍ତଗତ ହୋଇଛି। ଏହି ସିସିଟିଭି ଫୁଟେଜରେ ଶ୍ୱେତପଦ୍ମା ହଳଦିଆ ରଙ୍ଗର ଶାଲୱାର ପିନ୍ଧିଥିବା ସ୍ପଷ୍ଟ ହୋଇଛି। ମୃତ୍ୟୁ ପୂର୍ବରୁ ସେ ବିଚଳିତ ନ ଥିବା ଭଳି ଲାଗୁଛନ୍ତି । ସିସିଟିଭି ଚିତ୍ରକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

ପ୍ରାଥମିକ ଅନୁସନ୍ଧାନରୁ ଶ୍ୱେତପଦ୍ମା ଆତ୍ମହତ୍ୟା କରିଥିବା ନେଇ ପୋଲିସ୍ ସନ୍ଦେହ କରୁଥିବା ଡିସିପି ସୂଚନା ଦେଇଛନ୍ତି। ରବିବାର ୮ ମହଲା କୋଠାରୁ ଡେଇଁପଡି ଶ୍ୱେତପଦ୍ମାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ତାଙ୍କ ବାପାଘର ପକ୍ଷରୁ ଯୌତୁକ ଓ ମାନସିକ ନିର୍ଯାତନା ଯୋଗୁଁ ଶ୍ୱେତପଦ୍ମା ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ। ଏପରି କି ଶବ ବ୍ୟବଚ୍ଛଦ ପରେ ମୃତଦେହ ନେବା ପାଇଁ ଉଭୟ ବାପଘର ଓ ଶ୍ୱଶୁର ଘର ଲୋକେ ଦାବି କରିବାରୁ ଶବ ହସ୍ତାନ୍ତର ହୋଇ ପାରୁ ନ ଥିଲା। ଅନ୍ୟପକ୍ଷେ ଶ୍ୱେତପଦ୍ମା ସିଜୋଫ୍ରିନିଆ ରୋଗରେ ପୀଡ଼ିତ ଥିବା ସଂକ୍ରାନ୍ତ ସମସ୍ତ କାଗଜପତ୍ର ତାଙ୍କ ପରିବାର ଲୋକେ ପୋଲିସକୁ ହସ୍ତାନ୍ତର କରିଥିବା ଡିସିପି ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos