ଭାଙ୍ଗିବ ୫୮ ବର୍ଷର ପରମ୍ପରା: ବଦଳିବ ଦୂରଦର୍ଶନର ଲୋଗୋ

ନୂଆଦିଲ୍ଲୀ: ନୂଆ ରୂପରେ ଆସିବ ଦୂରଦର୍ଶନ ଚାନେଲ। ବଦଳିବ  ଲୋଗୋ। ଦୀର୍ଘ ୫୮ ବର୍ଷ ଧରି ସ୍ୱତନ୍ତ୍ର  ପରିଚୟ ସୃଷ୍ଟି କରିଆସିଥିବା ଏହି  ସାଙ୍କେତିକ ଚିହ୍ନ ପ୍ରଥମ ଥର ପାଇଁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ଛାଇ ହୋଇ ରହିଥିବା ଏହି ଛବି ଏବେ ସବୁଦିନ ପାଇଁ ଲିଭିଯିବ। ପ୍ରାଚୀନ ପରମ୍ପରାକୁ ଛାଡ଼ି  ସମସାମିୟିକ ଯୁଗର ଆଧୁନିକତା ଦୌଡ଼ରେ ସାମିଲ ହେବା ଲକ୍ଷ୍ୟରେ ଦୂରଦର୍ଶନ। ମୁଖ୍ୟତଃ ଯୁବପିଢିଙ୍କୁ ଛୁଇଁଲା ଭଳି […]

logo

Rakesh Mallick
  • Published: Tuesday, 25 July 2017
  • , Updated: 25 July 2017, 06:21 PM IST

ନୂଆଦିଲ୍ଲୀ: ନୂଆ ରୂପରେ ଆସିବ ଦୂରଦର୍ଶନ ଚାନେଲ। ବଦଳିବ  ଲୋଗୋ। ଦୀର୍ଘ ୫୮ ବର୍ଷ ଧରି ସ୍ୱତନ୍ତ୍ର  ପରିଚୟ ସୃଷ୍ଟି କରିଆସିଥିବା ଏହି  ସାଙ୍କେତିକ ଚିହ୍ନ ପ୍ରଥମ ଥର ପାଇଁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ଛାଇ ହୋଇ ରହିଥିବା ଏହି ଛବି ଏବେ ସବୁଦିନ ପାଇଁ ଲିଭିଯିବ। ପ୍ରାଚୀନ ପରମ୍ପରାକୁ ଛାଡ଼ି  ସମସାମିୟିକ ଯୁଗର ଆଧୁନିକତା ଦୌଡ଼ରେ ସାମିଲ ହେବା ଲକ୍ଷ୍ୟରେ ଦୂରଦର୍ଶନ।

ମୁଖ୍ୟତଃ ଯୁବପିଢିଙ୍କୁ ଛୁଇଁଲା ଭଳି ନୂଆ ଲୋଗୋ ଆସିବ। ତେଣୁ ଏଥିପାଇଁ ସର୍ବସାଧାରଣଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରାଯିବ। ଏଥିପାଇଁ ଯେଉଁମାନେ ଚାହିଁବେ ସେମାନେ ନୂଆ ଆଇଡିଆ ସହ ଲୋଗୋର ଚିତ୍ର ଆଙ୍କି ପଠାଇପାରିବେ ବୋଲି ଦୂରଦର୍ଶନ ପକ୍ଷରୁ କୁହାଯାଇଛି। ଏଥିରେ ଶ୍ରେଷ୍ଠ ବିବେଚିତ ଲୋଗୋକୁ ଚୟନ କରାଯିବ ବୋଲି ପ୍ରସାରଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଶସି ଶେଖର ଭିମପତି କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭାରତ ହେଉଛି ଯୁବପିଢିଙ୍କ ଦେଶ।

ଭାରତର ଜନସଂଖ୍ୟାରେ ସର୍ବାଧିକ ୩୦ ବର୍ଷରୁ କମ ବୟସର ଅଛନ୍ତି। ତେଣୁ  ଏମାନଙ୍କୁ ଆକୃଷ୍ଟ କଲା ଭଳି ଲୋଗୋ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି। ତେବେ ଏ ସମ୍ପର୍କରେ ଖୁବ୍‌ ଶ୍ରୀଘ୍ର ପ୍ରସାରଭାରତୀ ୱେବସାଇଟରେ ସବିଶେଷ ତଥ୍ୟ ପାଇବ ବୋଳି ଜଣାପଡ଼ିଛି। ସୂଚନା ଅନୁଯାୟୀ ୧୯୫୯ରେ ଦୂରଦର୍ଶନର ପ୍ରସାରଣ ଆରମ୍ଭ ହେବାଠାରୁ ଅଦ୍ୟାବଧି ଲୋଗୋରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

Related story