ପରିବର୍ତ୍ତିତ ପାଗରେ ରୋଗରୁ ରକ୍ଷା କରେ ଏହି ସବୁ ଜୁସ୍

ଦୀପାବଳି ପରେ ଧୀରେ ଧୀରେ ବାୟୁ ମଣ୍ଡଳରେ ପରିବର୍ତ୍ତନ ଆସିଥାଏ। ଏହି କାରଣରୁ ଆମେ ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହୋଇଥାଉ। ଏହି ସମୟରେ ସାଧାଣତଃ ସମସ୍ତଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଥାଏ। ଏହା ସହିତ ଏହି ସମୟରେ ବାହାରେ ବିକ୍ରି ହେଉଥିବା ପାନୀୟ ଜାତୀୟ ଖାଦ୍ୟ ଖାଇ ଅନେକ ଲୋକ ପେଟ ସମ୍ୱନ୍ଧୀୟ ରୋଗରେ ପଡ଼ିଥାନ୍ତି। ଆଜି ଆପଣଙ୍କୁ କିଛି ଏପରି ଜୁସ୍‌ ସମ୍ପର୍କରେ କହିବୁ ଯାହାକୁ ପିଇବା ଦ୍ୱାରା ଏହି ପରିବର୍ତ୍ତିତ ପାଗରେ […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 12:43 PM IST

ଦୀପାବଳି ପରେ ଧୀରେ ଧୀରେ ବାୟୁ ମଣ୍ଡଳରେ ପରିବର୍ତ୍ତନ ଆସିଥାଏ। ଏହି କାରଣରୁ ଆମେ ବିଭିନ୍ନ ପ୍ରକାର ରୋଗରେ ସଂକ୍ରମିତ ହୋଇଥାଉ। ଏହି ସମୟରେ ସାଧାଣତଃ ସମସ୍ତଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଥାଏ। ଏହା ସହିତ ଏହି ସମୟରେ ବାହାରେ ବିକ୍ରି ହେଉଥିବା ପାନୀୟ ଜାତୀୟ ଖାଦ୍ୟ ଖାଇ ଅନେକ ଲୋକ ପେଟ ସମ୍ୱନ୍ଧୀୟ ରୋଗରେ ପଡ଼ିଥାନ୍ତି। ଆଜି ଆପଣଙ୍କୁ କିଛି ଏପରି ଜୁସ୍‌ ସମ୍ପର୍କରେ କହିବୁ ଯାହାକୁ ପିଇବା ଦ୍ୱାରା ଏହି ପରିବର୍ତ୍ତିତ ପାଗରେ ଆପଣ ଫିଟ୍ ଏବଂ ଫାଇନ୍ ରହିପାରିବେ।

କଖାରୁ ଜୁସ୍

କଖାରୁରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଯେତିକି ସ୍ୱାଦିଷ୍ଟ ଲାଗିଥାଏ, ଏଥିରେ ତିଆରି ହୋଇଥିବା ଜୁସ୍ ମଧ୍ୟ ଶରୀର ପାଇଁ ସେତିକି ଲାଭଦାୟକ। ଏହି ଜୁସ୍ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ଓ ବିଭିନ୍ନ ପ୍ରକାର ରୋଗକୁ ଶରୀରଠାରୁ ଦୂରେଇ ରଖିଥାଏ।

ଲାଉ ଜୁସ୍

ସାଧାରଣତଃ ଲାଉ ଶରୀର ପାଇଁ ଉତ୍ତମ ଖାଦ୍ୟ। ପେଟ ସମ୍ୱନ୍ଧୀୟ ରୋଗ ପାଇଁ ଏହା ରାମବାଣ ପରି କାମ କରିଥାଏ।  ପ୍ରାୟ ୯୦ ପ୍ରତିଶତ ରୋଗ ପେଟରୁ ଆରମ୍ଭ ହୋଇଥାଏ। ଲାଉ ଖାଇବା ଦ୍ୱାରା ପେଟ ସୁସ୍ଥ ରହେ।

ପାଳଙ୍ଗ ଜୁସ୍

ପାଳଙ୍ଗ ଜୁସ୍ ମଧ୍ୟ ଶରୀରକୁ ସୁସ୍ଥ ରଖିଥାଏ। ତଟକା ପାଳଙ୍ଗ ଶାଗକୁ ପ୍ରତିଦିନ ଜୁସ୍ କରି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।

ଟୋମାଟ ଜୁସ୍

ଟୋମାଟ ଜୁସ୍‌ରେ ଭିଟାମିନ୍ ‘ସି’ ଓ ‘ଏ’ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ।

Related story