ମରୁଡ଼ି କ୍ଷତିପୂରଣ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମରୁଡି କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। ଫସଲହାନୀ ହୋଇଥିବା ଅଣଜଳସେଚିତ ଚାଷ ଜମିରେ ହେକ୍ଟର ପିଛା ୬,୮୦୦,  ଜଳସେଚିତ ଚାଷ ଜମିରେ ହେକ୍ଟର ପିଛା ୧୩,୫୦୦ ଟଙ୍କା ଇନପୁଟ୍ ସବ୍‌ସିଡି ଦିଆଯିବ। ୩୩ ପ୍ରତିଶତ ଓ ତା’ଠୁ ଅଧିକ ଫସଲହାନୀ ହୋଇଥିଲେ ଛୋଟ ଏବଂ ମଧ୍ୟମ ଧରଣର ଚାଷୀ ଏହି ସୁବିଧା ପାଇପାରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମରୁଡି ସ୍ଥିତି ନେଇ ଜିଲ୍ଲାପାଳମାନଙ୍କଠାରୁ ଆସିଥିବା […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 10:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମରୁଡି କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି। ଫସଲହାନୀ ହୋଇଥିବା ଅଣଜଳସେଚିତ ଚାଷ ଜମିରେ ହେକ୍ଟର ପିଛା ୬,୮୦୦,  ଜଳସେଚିତ ଚାଷ ଜମିରେ ହେକ୍ଟର ପିଛା ୧୩,୫୦୦ ଟଙ୍କା ଇନପୁଟ୍ ସବ୍‌ସିଡି ଦିଆଯିବ। ୩୩ ପ୍ରତିଶତ ଓ ତା’ଠୁ ଅଧିକ ଫସଲହାନୀ ହୋଇଥିଲେ ଛୋଟ ଏବଂ ମଧ୍ୟମ ଧରଣର ଚାଷୀ ଏହି ସୁବିଧା ପାଇପାରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ମରୁଡି ସ୍ଥିତି ନେଇ ଜିଲ୍ଲାପାଳମାନଙ୍କଠାରୁ ଆସିଥିବା ରିପୋର୍ଟ ଉପରେ ଆଜି ସଚିବାଳୟରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ତା’ପରେ ଏହି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ୟାକେଜ ଅନୁଯାୟୀ ଖରିଫ୍ ପାଇଁ ଚାଷୀ ନେଇଥିବା କ୍ଷୁଦ୍ର ମିଆଦି ଋଣକୁ ମଧ୍ୟମ ମିଆଦିରେ ପରିବର୍ତ୍ତନ କରାଯିବ। ଶୀଘ୍ର ଋଣ ପରିଶୋଧ କରୁଥିବା ଚାଷୀଙ୍କୁ ୩ ପ୍ରତିଶତ ସୁଧ ଛାଡ଼ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ତା’ସହିତ ରବି ଫସଲ ପାଇଁ ୧ଲକ୍ଷ ୨୫ ହଜାର ଡାଲି ଜାତୀୟ ମିନିକିଟ୍ସ, ୦.୫ ଲକ୍ଷ ତୈଳ ଜାତୀୟ ମିନିକିଟ୍ସ, ୦.୨୫ ଲକ୍ଷ୍ୟ ଭେଜିଟେବୁଲ୍ ମିନିକିଟ୍ସ, ରିହାତିରେ ୫ ହଜାର ପମ୍ପସେଟ୍ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମରୁଡି ପ୍ରଭାବିତ ଅଞ୍ଚଳରେ ୫୦ ଦିନ ଅଧିକ କାମ ଦେବା, ଜଳ କର ଛାଡ଼, ଟ୍ୟୁସନ୍, ପରୀକ୍ଷା ଫି ମଧ୍ୟ ଛାଡ ପାଇଁ ସରକାର ମରୁଡ଼ି ପ୍ୟାକେଜରେ ଘୋଷଣା କରିଛନ୍ତି। ମରୁଡ଼ି ସ୍ଥିତିର ଦୁରୁପଯୋଗ କରି ସାହୁକାରମାନେ ଯେପରି ଚାଷୀଙ୍କୁ ଶୋଷଣ ନକରନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଜିଲ୍ଲାପାଳମାନଙ୍କଠାରୁ ଫସଲହାନୀ ରିପୋର୍ଟ ଆସିବା ପରେ ମରୁଡି ସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଗତକାଲି ସମୀକ୍ଷା କରିଥିଲେ। ୧୫ଟି ଜିଲ୍ଲାର ୭୦ଟି ବ୍ଲକର ୧୦୯୮ ଟି ପଞ୍ଚାୟତରେ ୬୦୧୫ଟି ଗାଁ ମରୁଡି ଦ୍ୱାରା ପ୍ରଭାବିତ ହୋଇଛନ୍ତି।

Related story