ଦୁଇଦିନ ମହାନଦୀ ପାଣି ଅଟକାଇ ଥିଲା ଛତିଶଗଡ଼

ଭୁବନେଶ୍ୱର: ମହାନଦୀ ବିବାଦରେ ଆଇନଗତ ଲଢେଇ ଜାରି ରହିଥିବା ବେଳେ ଛତିଶଗଡ଼ ଦୁଇଦିନ ପାଣି ଅଟକାବା ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି। ଡିସେମ୍ବର ୧୨ ଓ ୧୩ ତାରିଖରେ ଦୁଇଦିନ ଛତିଶଗଡ଼ ସରକାର ହୀରାକୁଦ ଉପରମୁଣ୍ଡରେ ଥିବା କଲମା ବ୍ୟାରେଜ୍‌ରେ ସବୁ ଗେଟ୍‌ ବନ୍ଦ କରିଦେଇଥିଲା। ଫଳରେ ହୀରାକୁଦକୁ ଜଳ ପ୍ରଭାବ ଠପ୍‌ ହୋଇଯାଇଥିଲା। ଛତିଶଗଡ଼ର ଏପରି ପଦକ୍ଷେପକୁ ନେଇ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ […]

mahanadi

Rakesh Mallick
  • Published: Sunday, 01 January 2017
  • , Updated: 01 January 2017, 07:55 PM IST

ଭୁବନେଶ୍ୱର: ମହାନଦୀ ବିବାଦରେ ଆଇନଗତ ଲଢେଇ ଜାରି ରହିଥିବା ବେଳେ ଛତିଶଗଡ଼ ଦୁଇଦିନ ପାଣି ଅଟକାବା ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି। ଡିସେମ୍ବର ୧୨ ଓ ୧୩ ତାରିଖରେ ଦୁଇଦିନ ଛତିଶଗଡ଼ ସରକାର ହୀରାକୁଦ ଉପରମୁଣ୍ଡରେ ଥିବା କଲମା ବ୍ୟାରେଜ୍‌ରେ ସବୁ ଗେଟ୍‌ ବନ୍ଦ କରିଦେଇଥିଲା। ଫଳରେ ହୀରାକୁଦକୁ ଜଳ ପ୍ରଭାବ ଠପ୍‌ ହୋଇଯାଇଥିଲା।

ଛତିଶଗଡ଼ର ଏପରି ପଦକ୍ଷେପକୁ ନେଇ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କେନ୍ଦ୍ର ଜଳସମ୍ପଦ ସଚିବଙ୍କୁ ଅବଗତ କରିଛନ୍ତି।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରିପାଠୀ କହିଛନ୍ତି,“ଛତିଶଗଡ଼ ସରକାର ଯଦି ଦୁଇଦିନ ସବୁ ଗେଟ୍‌ ବନ୍ଦ କରିଛନ୍ତି ଏହା ଠିକ୍‌ ହୋଇନାହିଁ। ହୀରାକୁଦକୁ ଜଳପ୍ରବାହ ଉପରେ ଏହା ପ୍ରଭାବ ପକାଇବ।”

ସେହିପରି ବିବାଦୀୟ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରିବାରୁ ବିରତ ରହିବାକୁ ବିଜେଡି କେନ୍ଦ୍ର ନିକଟରେ ଦାବି କରିଛି। କେବଳ କଲମା ବ୍ୟାରେଜ ଗେଟ୍‌ ପଡ଼ିବା ଦ୍ୱାରା ଯଦି ଏଭଳି ସ୍ଥିତି ସୃଷ୍ଟି ହେଉଛି ତେବେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ସବୁ ବ୍ୟାରେଜ କାର୍ଯ୍ୟକ୍ଷମ ହେଲେ ଅବସ୍ଥା କ’ଣ ହେବ ବୋଲି ଦଳ ପ୍ରଶ୍ନ ଉଠାଇଛି।

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“କଲମା ବ୍ୟାରେଜରେ ଦୁଇଦିନ ସବୁ ଗେଟ୍‌ ବନ୍ଦ ହେବା ଫଳରେ ସୂଚନା ମିଳିଛି ଜଳର ପ୍ରଭାବ କେମିତି କମିଛି ଓ ଆଗକୁ କମିବ। ଓଡ଼ିଶାବାସୀଙ୍କ ଦାବିକୁ ବିଚାରକୁ ନେଇ ସମସ୍ତ ଇଣ୍ଡଷ୍ଟ୍ରିୟାଲ ବ୍ୟାରେଜ କାମ ବନ୍ଦ କରାଯିବା ଦରକାର।”

ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୂରେଶ ପୂଜାରୀ କହିଛନ୍ତି,“କେଉଁ ସିଜିନରେ କେତେ ପ୍ରଭାବ ପଡିବ ତାହା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ଭେ ହୋଇନାହିଁ। ସେମାନେ ଆଶଙ୍କା ପ୍ରକାଶ କରିବା ଅପେକ୍ଷା କେତେ ପ୍ରଭାବ ପଡ଼ିବ ତାହାର ସର୍ଭେ କରିବା ଦରକାର।”

ଅନ୍ୟପକ୍ଷରେ ମହାନଦୀ ସୁରକ୍ଷାକୁ ନେଇ ଓଡ଼ିଶା-ଛତିଶଗଡ଼ ସୀମାନ୍ତ କନକତୋରାରେ ଆଜି ମାନବଶୃଙ୍ଖଳା କରାଯାଇଥିଲା। ଏଥିରେ ଓଡ଼ିଶା ଓ ଛତିଶଗଡ଼ଣ ବହୁ ସଂଗଠନ ସାମିଲ ହୋଇଥିଲେ। ମହାନଦୀ ବଞ୍ଚାଅ ଓ ଜୀବିକା ବଞ୍ଚାଅ ବ୍ୟାନରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁଇ ରାଜ୍ୟର ସରକାରଙ୍କୁ ସମାଲୋଚନା କରାଯାଇଥିଲା। ସ୍ୱତନ୍ତ୍ର ଜଳନୀତି ଆଣିବା ଲାଗି ଏହି ସଂଗଠନମାନେ ଦାବି କରିଛନ୍ତି।

Related story