ବନ୍ଦ ହେବ ଅଭାବୀ ବିକ୍ରି! ଇ-ମାର୍କେଟିଂରୁ ଫାଇଦା ପାଇବେ ଚାଷୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମୂଲ୍ୟଠାରୁ କମ୍ ଦରରେ ଚାଷୀ ନିଜ ଉତ୍ପାଦ ବିକି ପାରିବେ ନାହିଁ। ଏନେଇ କେନ୍ଦ୍ରର ଚିଠି ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। କେନ୍ଦ୍ରର ପରାମର୍ଶ ଅନୁଯାୟୀ ଇଲେକ୍ଟ୍ରୋନିକ୍ ନ୍ୟାସନାଲ ଏଗ୍ରିକଲଚରାଲ ମାର୍କେଟିଂ (ଇନାମ୍‌) ବ୍ୟବସ୍ଥା ଆରମ୍ଭ କରାଯାଉଛି। ସାକ୍ଷୀଗୋପାଳ ନଡିଆ ହେଉ କି କୁଚିଣ୍ଡା ଲଙ୍କା ଏବେ ଇ-ମାର୍କେଟିଂ ଜରିଆରେ ଚାଷୀ ବିକି ପାରିବେ। ଏହାର ଲାଭ ମଧ୍ୟ ଚାଷୀ ପାଇବେ। ସେଥିପାଇଁ ସାକ୍ଷୀଗୋପାଳ ଆର୍‌ଏମ୍‌ସିରେ ଇ-ମାର୍କେଟିଂ ଜରିଆରେ […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 10:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମୂଲ୍ୟଠାରୁ କମ୍ ଦରରେ ଚାଷୀ ନିଜ ଉତ୍ପାଦ ବିକି ପାରିବେ ନାହିଁ। ଏନେଇ କେନ୍ଦ୍ରର ଚିଠି ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। କେନ୍ଦ୍ରର ପରାମର୍ଶ ଅନୁଯାୟୀ ଇଲେକ୍ଟ୍ରୋନିକ୍ ନ୍ୟାସନାଲ ଏଗ୍ରିକଲଚରାଲ ମାର୍କେଟିଂ (ଇନାମ୍‌) ବ୍ୟବସ୍ଥା ଆରମ୍ଭ କରାଯାଉଛି। ସାକ୍ଷୀଗୋପାଳ ନଡିଆ ହେଉ କି କୁଚିଣ୍ଡା ଲଙ୍କା ଏବେ ଇ-ମାର୍କେଟିଂ ଜରିଆରେ ଚାଷୀ ବିକି ପାରିବେ। ଏହାର ଲାଭ ମଧ୍ୟ ଚାଷୀ ପାଇବେ। ସେଥିପାଇଁ ସାକ୍ଷୀଗୋପାଳ ଆର୍‌ଏମ୍‌ସିରେ ଇ-ମାର୍କେଟିଂ ଜରିଆରେ ନଡିଆ ବିକିବା ଲାଗି ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ସରକାରଙ୍କ ଇ-ନାମ ବ୍ୟବସ୍ଥା ଅନ୍ତର୍ଗତ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ।

କୁଚିଣ୍ଡା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ମନୋଜ କୁମାର ମହାରଣା କହିଛନ୍ତି-“ଇ-ମାର୍କେଟିଂରେ ଦ୍ୱାରା ହେଉଥିବା ନିଲାମରେ ଅଧିକ ବ୍ୟବସାୟୀ ସାମଲ ହେଲେ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟ ଅଧିକ ଦାମରେ ବିକ୍ରି ହେବ। ଏହାର ଲାଭ ଚାଷୀ ସିଧାସଳଖ ପାଇପାରିବେ।”

ସର୍ବନିମ୍ନ ସହାୟକ ମୂଲ୍ୟଠାରୁ କମ୍ ଦରରେ ନିଜ ଉତ୍ପାଦିତ ସାମଗ୍ରୀ ବିକୁଥିଲେ ଚାଷୀ। ଫଳରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଥିଲା। କେତେକ ଚାଷୀ ଅର୍ଥ ବୋଝ ସହିନପାରି ଆତ୍ମହତ୍ୟା କରୁଥିଲେ। ତେଣୁ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତର ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଦେବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ସେହିପରି ଉତ୍ପାଦର ଗୁଣବତ୍ତା ସୁନିଶ୍ଚିତ କରିବା ଓ ଚାଷୀଙ୍କ ମୁଲଚାଲ କ୍ଷମତା ବଢାଇବା ଲାଗି ସେମାନଙ୍କୁ ଇ-ନାମ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲା କେନ୍ଦ୍ର ସରକାର। ଏହାପରେ ସମବାୟ ବିଭାଗ ମାର୍କଫେଡ୍ ସମେତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ଏସଂପର୍କରେ ଅବଗତ କରାଇବା ସହ ଆବଶ୍ୟକ ପଦକ୍ଷେପ ନେବାକୁ କହିଛି।

ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି-“ଇ-ମେର୍କେଟିଂ ହେଲେ ସମଗ୍ର ଦେଶର ବହୁ ବେପାରି ଭାଗ ନେବେ। ଯାହାର ଲାଭ ଚାଷୀମାନେ ପାଇବେ”

କେନ୍ଦ୍ର ସରକାର ଏବେ ଧାନ, ଗହମ, ଆଳୁ, ପିଆଜ ସମେତ ୨୫ଟି କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି।

Related story