ଓଡ଼ିଶାରେ ମୃଦୁ ଭୂକଂପ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତର ଓ ପୂର୍ବ ଭାରତରେ ଆଜି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସନ୍ଧ୍ୟା ପ୍ରାୟ ସାତଟା ୨୫ ମିନିଟ୍‌ରେ ଏହି ଭୂକଂପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୮ ରହିଥିଲା। ଏହାର କେନ୍ଦ୍ରସ୍ଥଳ ଥିଲା ମିଆଁମାର। ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା, ବିହାର, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଭୂକଂପ ଅନୁଭୂତ ହୋଇଥିଲା। ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ବାରିପଦା, ପୁରୀ, କେନ୍ଦ୍ରାପଡ଼ା, ପାରାଦୀପ, ଆନନ୍ଦପୁର ଓ ଭଦ୍ରକ ଆଦି […]

myamar

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 04:35 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତର ଓ ପୂର୍ବ ଭାରତରେ ଆଜି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସନ୍ଧ୍ୟା ପ୍ରାୟ ସାତଟା ୨୫ ମିନିଟ୍‌ରେ ଏହି ଭୂକଂପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୮ ରହିଥିଲା। ଏହାର କେନ୍ଦ୍ରସ୍ଥଳ ଥିଲା ମିଆଁମାର। ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା, ବିହାର, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଭୂକଂପ ଅନୁଭୂତ ହୋଇଥିଲା। ଓଡ଼ିଶାରେ ରାଜଧାନୀ ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ବାରିପଦା, ପୁରୀ, କେନ୍ଦ୍ରାପଡ଼ା, ପାରାଦୀପ, ଆନନ୍ଦପୁର ଓ ଭଦ୍ରକ ଆଦି ଅଞ୍ଚଳରେ ମୃଦୁ ଭୂକଂପ ଅନୁଭୂତ ହୋଇଥିଲା। ମାତ୍ର କେଇ ସେକେଣ୍ଡ ପାଇଁ ଏହା ଅନୁଭୂତ ହୋଇଥିଲା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଶରତ ଚନ୍ଦ୍ର ସାହୁ କହିଛନ୍ତି,“ଭୁବନେଶ୍ୱରଠାରୁ ୯୮୫ କିଲୋମିଟର ପୂର୍ବରେ ଉତ୍ତର-ପୂର୍ବ ମିଆଁମାରରେ ଏହି ଭୂକଂପର କେନ୍ଦ୍ରସ୍ଥଳ ରହିଥିଲା। ଭୂପୃଷ୍ଠରୁ ପ୍ରାୟ ୧୩୪ କିଲୋମିଟର ଗଭୀରତାରେ ଏହି ଭୂକଂପ ସୃଷ୍ଟି ହୋଇଥିଲା। ତେଣୁ ଓଡ଼ିଶାରେ ଏହା ତୀବ୍ରତା କମ୍ ରହିଥିଲା।”

ଭୂମିକମ୍ପ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଘର ବାହାରକୁ ଚାଲି ଆସିଥିଲେ। କିଛି ସମୟ ଧରି ଭୟର ବାତାବରଣ ଛାଇ ଯାଇଥିଲା। ତେବେ ଭୟଭୀତ ନ ହେବାକୁ ଶରତ ଚନ୍ଦ୍ର ସାହୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି,“ ଓଡ଼ିଶାରେ ଏହି ଭୂକମ୍ପ ପରବର୍ତ୍ତୀ ଝଟ୍‌କାର ସମ୍ଭାବନା ନାହିଁ। ଏଣୁ ଭୟଭୀତ ହେବାର କିଛି ନାହିଁ।

ଏହି ଭୂକଂପର ଝଟ୍‌କା ନେପାଳ, ବାଂଲାଦେଶ ଓ ଭୁଟାନ୍‌ରେ ମଧ୍ୟ ଅନୁଭୂତ ହୋଇଛି।

Related story