ଖରାଦିନେ ଏହି ସବୁ ଫଳ ଖାଆନ୍ତୁ, କମିବ ଓଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ସବୁଠୁ ବଡ଼ ସମସ୍ୟା ହେଉଛି ମୋଟାପଣ। ଯଦି ଆପଣ ବି ନିଜ ମୋଟାପଣ ଓ ବଢୁଥିବା ଓଜନକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆପଣଙ୍କୁ ନିଜ ଡାଏଟ୍‌ରେ ସିଜିନ୍ ହିସାବରେ କିଛି ଜିନିଷ ସାମିଲ କରିବାକୁ ହେବ। ଓଜନ କମ୍ କରିବା ପାଇଁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହା ବ୍ୟତୀତ ଖରା ଦିନେ ଫଳ ଖାଇଲେ ମଧ୍ୟ ଓଜନ କମିଥାଏ। ଆସନ୍ତୁ ଜାଣିବା ଖରାଦିନେ କେଉଁ ଫଳ […]

food

Rakesh Mallick
  • Published: Thursday, 12 April 2018
  • , Updated: 12 April 2018, 11:47 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିର ସବୁଠୁ ବଡ଼ ସମସ୍ୟା ହେଉଛି ମୋଟାପଣ। ଯଦି ଆପଣ ବି ନିଜ ମୋଟାପଣ ଓ ବଢୁଥିବା ଓଜନକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆପଣଙ୍କୁ ନିଜ ଡାଏଟ୍‌ରେ ସିଜିନ୍ ହିସାବରେ କିଛି ଜିନିଷ ସାମିଲ କରିବାକୁ ହେବ। ଓଜନ କମ୍ କରିବା ପାଇଁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହା ବ୍ୟତୀତ ଖରା ଦିନେ ଫଳ ଖାଇଲେ ମଧ୍ୟ ଓଜନ କମିଥାଏ। ଆସନ୍ତୁ ଜାଣିବା ଖରାଦିନେ କେଉଁ ଫଳ ଖାଇଲେ ଓଜନ କମିଥାଏ।

ବିନ୍‌ସ: ବିନ୍‌ସ ଏକ ଏପରି ପରିବା ଯାହା ଆପଣଙ୍କ ଓଜନ କମ୍‌ କରିବାରେ ସାହାଯ୍ୟ କରେ। ବିନ୍‌ସରେ କ୍ୟାଲୋରୀର ମାତ୍ରା ଖୁବ୍ କମ୍‌ ଥାଏ। ଏଥିରେ ଆଇରନ୍ ଓ ଫାଇବର୍‌ର ମାତ୍ରା ଅଧିକ ଥାଏ। ଏହା ସମ୍ପୂର୍ଣ୍ଣ ରୂପେ ଫ୍ୟାଟ୍‌ ଫ୍ରି। ତେଣୁ ଏହାକୁ ଖାଇ ଆପଣ ଓଜନ କମ୍‌ କରିପାରିବେ।

ଆମ୍ବ: ଖରାଦିନେ ସମସ୍ତେ ଆମ୍ବ ଖାଇବାକୁ ବେଶ୍ ଭଲ ପାଇଥାନ୍ତି। ଆମ୍ବ କେବଳ ସୁଆଦିଆ ନୁହେଁ, ଏହାର ଅନେକ ଫାଇଦା ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆମ୍ବ ଖାଇବା ଦ୍ୱାରା ଓଜନ କମିଥାଏ। ଏଥିରେ ମ୍ୟାଗ୍ନେସିୟମ୍, ଆଣ୍ଟିଅକ୍ସିଡେଣ୍ଟ ଓ ଆଇରନ୍‌ ରହିଛି। ଯାହା ଭୋକକୁ ନିୟନ୍ତ୍ରଣ କରେ। ଫଳରେ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହେ।

କଲରା: କଲରା କ୍ୟାଲୋରୀ ଇଣ୍ଟେକ୍‌କୁ କମ୍ କରିବା ସହ ଇନସୁଲିନ୍‌ ରିଲିଜ୍ କରିଥାଏ। କଲରା ବ୍ଲଡ୍‌ରେ ସୁଗାର ସ୍ତର ନିୟନ୍ତ୍ରଣ କରିଥାଏ। ଏହା ଶରୀରରେ ଜମା ହୋଇଥିବା ଫ୍ୟାଟକୁ କମ୍‌ କରିଥାଏ।

ତରଭୂଜ: ତରଭୂଜ ଖରାଦିନରେ ଆପଣଙ୍କ ଶରୀରରେ ପାଣିର ମାତ୍ରା କମ୍‌ ହେବାକୁ ଦେଇ ନଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଲାଇକୋପିନ୍ ଫ୍ୟାଟ୍ ମଧ୍ୟ କମ୍‌ କରିଥାଏ। ଏଥିରେ ଆଦୌ ଫ୍ୟାଟ୍‌ ନଥାଏ। ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରିଥାଏ। ଫଳରେ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

Related story