କେନ୍ଦ୍ର କୃଷିମନ୍ତ୍ରୀ ରାଧା ମୋହନ ସିଂଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଭୁବନେଶ୍ୱର: କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କ ଗାଡ଼ି ଉପରକୁ ରାଜ୍ୟ ଅତିଥି ଭବନ ଆଗରେ ଅଣ୍ଡାମାଡ଼ ହୋଇଛି। ଯୁବ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ।

ଜଟଣୀ ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ରାଧାମୋହନ ସିଂଙ୍କୁ ଅଣ୍ଡାମାଡ଼ ହୋଇଛି।