ବୈରି ସାଜିଲା ବାପାର ବନ୍ଧୁକ : ଖେଳୁ ଖେଳୁ କୁନି ଭାଇ ନେଇ ଗଲା ଭଉଣୀ ଜୀବନ

ଭୋପାଳ: ଖେଳ ହେଲା କାଳ। ବାପାଙ୍କ ବନ୍ଧୁକରେ ଖେଳୁ ଖେଳୁ ଅଚାନକ୍ ଗୁଳି ଫୁଟି ଭଉଣୀ ଦେହରେ ଲାଗିଯାଇଛି। ଘଟଣାସ୍ଥଳରେ ବାଳିକାଟିର ମୃତ୍ୟୁ ଘଟିଛି। ଏମିତି ଏକ ସମ୍ବେଦନଶୀଳ ଘଟଣା ମଧ୍ୟପ୍ରଦେଶର ଭିନ୍ଦ ଜିଲ୍ଲାର ଧରମପୁରୀ ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ୮ ବର୍ଷର ପୁଅଟିର ବାପା ଭିନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ କ୍ଲର୍କ ଭାବେ କାର୍ଯ୍ୟ କରନ୍ତି। ତାଙ୍କର ଏକ ଲାସେନ୍ସପ୍ରାପ୍ତ ବନ୍ଧୁକ ଥିଲା। ସୋମବାର ଉଭୟ ଭାଇ ଭଉଣୀ ଘର ଭିତରେ ଖେଳାଖେଳି […]

gun-1

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 11:02 PM IST

ଭୋପାଳ: ଖେଳ ହେଲା କାଳ। ବାପାଙ୍କ ବନ୍ଧୁକରେ ଖେଳୁ ଖେଳୁ ଅଚାନକ୍ ଗୁଳି ଫୁଟି ଭଉଣୀ ଦେହରେ ଲାଗିଯାଇଛି। ଘଟଣାସ୍ଥଳରେ ବାଳିକାଟିର ମୃତ୍ୟୁ ଘଟିଛି। ଏମିତି ଏକ ସମ୍ବେଦନଶୀଳ ଘଟଣା ମଧ୍ୟପ୍ରଦେଶର ଭିନ୍ଦ ଜିଲ୍ଲାର ଧରମପୁରୀ ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ୮ ବର୍ଷର ପୁଅଟିର ବାପା ଭିନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ କ୍ଲର୍କ ଭାବେ କାର୍ଯ୍ୟ କରନ୍ତି।

ତାଙ୍କର ଏକ ଲାସେନ୍ସପ୍ରାପ୍ତ ବନ୍ଧୁକ ଥିଲା। ସୋମବାର ଉଭୟ ଭାଇ ଭଉଣୀ ଘର ଭିତରେ ଖେଳାଖେଳି କରୁଥିଲେ। ଏହି ସମୟରେ ପୁଅଟି ତା’ ବାପାଙ୍କ ବନ୍ଧୁକ ଆଣି ଅଜାଣତରେ ଟ୍ରିଗର ଦବେଇଦେଇଥିଲା। ଆଉ ଗୁଳି ଭଉଣୀ ଦେହରେ ବାଜିଥିଲା। ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ଘଟିଥିବା ସ୍ଥାନୀୟ ଅତିରିକ୍ତି ଆରକ୍ଷୀ ଅଧିକ୍ଷକ ରାଜେନ୍ଦ୍ର ବର୍ମା କହିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି। ତେବେ ପୁଅଟିର ବୟସ ୮ ବର୍ଷ ହୋଇଥିଲା ବେଳେ ଝିଅଟିର ବୟସ ୧୦ ବର୍ଷ ବୋଲି ଜଣାପଡ଼ିଛି।

ସୌଜନ୍ୟ ହିନ୍ଦୁସ୍ଥାନ ଟାଇମ୍‌ସ୍‌

Related story