ସମ୍ପତ୍ତି ପାଇଁ ସମ୍ପର୍କର ହତ୍ୟା: ସାନଭାଇକୁ ମାରିଲା ବଡ଼ଭାଇ

ଅନୁଗୋଳ: ଲୋଭ ଓ ମୋହ ମଣିଷକୁ ନିମ୍ନ ତଳକୁ ନେଇ ଯାଇଥାଏ। ଏଥିପାଇଁ ମଣିଷ ଯେକୌଣସି ପନ୍ଥ ଆପଣେଇବାକୁ ପଛାଇ ନ ଥାଏ। ଏପରି ଏକ ଘଟଣା ଘଟିଛି ଅନୁଗୋଳ ଥାନା ଅନ୍ତର୍ଗତ କୁମୁରିସିଂହା ଗାଁରେ। ସାମାନ୍ୟ ସମ୍ପତ୍ତି ପାଇଁ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କୁ ନିର୍ମମ ଭାବେ ଶାବଳରେ ଆକ୍ରମଣ କରି ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, କୁମୁରିସିଂହା ଗାଁର ରୋହିତ ନାୟକ ଏବଂ ତାଙ୍କ ସାନଭାଇ ରାଜେନ୍ଦ୍ର ନାୟକଙ୍କ ମଧ୍ୟରେ ଦୀର୍ଘଦିନରୁ ଜମିଜମା ବିବାଦ ଲାଗି […]

angul

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 11:56 AM IST

ଅନୁଗୋଳ: ଲୋଭ ଓ ମୋହ ମଣିଷକୁ ନିମ୍ନ ତଳକୁ ନେଇ ଯାଇଥାଏ। ଏଥିପାଇଁ ମଣିଷ ଯେକୌଣସି ପନ୍ଥ ଆପଣେଇବାକୁ ପଛାଇ ନ ଥାଏ। ଏପରି ଏକ ଘଟଣା ଘଟିଛି ଅନୁଗୋଳ ଥାନା ଅନ୍ତର୍ଗତ କୁମୁରିସିଂହା ଗାଁରେ। ସାମାନ୍ୟ ସମ୍ପତ୍ତି ପାଇଁ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କୁ ନିର୍ମମ ଭାବେ ଶାବଳରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, କୁମୁରିସିଂହା ଗାଁର ରୋହିତ ନାୟକ ଏବଂ ତାଙ୍କ ସାନଭାଇ ରାଜେନ୍ଦ୍ର ନାୟକଙ୍କ ମଧ୍ୟରେ ଦୀର୍ଘଦିନରୁ ଜମିଜମା ବିବାଦ ଲାଗି ରହିଥିଲା। ରାଜେନ୍ଦ୍ର ରୋହିତଙ୍କୁ ଘର ଭାଗବଣ୍ଟା କରିବାକୁ ବାରଣ କରିଥିଲେ। ପରେ ରୋହିତ ନୂଆ ଘର କରିବାକୁ ଖୁଣ୍ଟ ପୋତିବା ବେଳେ ରାଜେନ୍ଦ୍ର ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରୋହିତ ଏକ ଶାବଳରେ ରାଜେନ୍ଦ୍ରକୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ସାନଭାଇକୁ ହତ୍ୟା କରିବା ପରେ ରୋହିତ ଫେରାର ହୋଇଯାଇଛନ୍ତି।

Related story