ଭୁଶୁଡ଼ି ପଡ଼ିଲା ଏମାର ମଠ କାନ୍ଥ ଓ ଛାତ

Ordigital Desk
  • Published: Wednesday, 09 August 2017
  • , Updated: 09 August 2017, 09:28 AM IST
<p>ପୁରୀ: ଲଗାଣ ବର୍ଷାରେ ପୁରୀ ଏମାର ମଠ କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିଛି।&nbsp; ଆଜି ଭୋରରୁ&nbsp; ମାଟିମଣ୍ଡପ ସାହି ପାର୍ଶ୍ୱକୁ ଏମାର ମଠର ୪୦ରୁ ୫୦ଫୁଟ୍ ଓସାରର ଏକ ପାଚେରି ଭୁଶୁଡି ପଡିଛି। ଫଳରେ ଗୋଟିଏ କୋଠରୀ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏଥିଯୋଗୁ&nbsp; ଶ୍ରୀମନ୍ଦିରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏବେ ବି ଅନ୍ୟ କାନ୍ଥ ବିପଦସଙ୍କୁଳ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କାନ୍ଥଗୁଡ଼ିକ ତୁରନ୍ତ ଭାଙ୍ଗି&nbsp; ଦିଆ ନ ଗଲେ ଆଗକୁ&nbsp; ଏହା ବିପଦକୁ ଡାକିଆଣିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।</p> <p>ସ୍ଥାନୀୟ କାଉନସିଲର୍ ଘଟଣା ସମ୍ପର୍କରେ ପୁରୀ ପୌରସଂସ୍ଥା ଅଧିକାରୀଙ୍କୁ ଜଣାଇବାରୁ ଟ୍ରାକ୍ଟର ଯୋଗେ ସେଠାରୁ ଇଟା ଓ ପଥର ଖାଲି&nbsp; କରାଯାଉଛି। ଏ ସମ୍ପର୍କରେ ମହନ୍ତଙ୍କୁ ଜଣାଇଦିଆଯାଇଛି। ମଠ&nbsp; ଭିତରେ ଆମର ଥଇଥାନ କରାଯାଉ ବୋଲି ମଠ କର୍ମଚାରୀ ଦାବି କରିଛନ୍ତି ।</p> <p>[vc_video link=&quot;&quot; align=&quot;center&quot;]</p>

Related story