ଇଂଜିନିୟରିଂ ନାମଲେଖା କାଉନସେଲିଂରେ ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ଆଇଆଇଟି ଓ ଏନ୍‌ଆଇଟି ଭଳି ରାଜ୍ୟରେ ଇଂଜିନିୟରିଂ ନାମଲେଖା କାଉନସେଲିଂ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ। ୨୦୧୭ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ତୃତୀୟ ପର୍ଯ୍ୟାୟ କାଉନସେଲିଂ ପରେ ନାମଲେଖା ସମ୍ପର୍କିତ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଏହା ମଧ୍ୟରେ ନିଜ ରାଙ୍କ ଅନୁସାରେ ଛାତ୍ରଛାତ୍ରୀମାନେ କଲେଜ ଓ ବ୍ରାଞ୍ଚ ଅଦଳବଦଳ କରିପାରିବେ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ପରେ […]

OJEE

Rakesh Mallick
  • Published: Wednesday, 11 January 2017
  • , Updated: 11 January 2017, 08:24 PM IST

ଭୁବନେଶ୍ୱର: ଆଇଆଇଟି ଓ ଏନ୍‌ଆଇଟି ଭଳି ରାଜ୍ୟରେ ଇଂଜିନିୟରିଂ ନାମଲେଖା କାଉନସେଲିଂ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ। ୨୦୧୭ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

ତୃତୀୟ ପର୍ଯ୍ୟାୟ କାଉନସେଲିଂ ପରେ ନାମଲେଖା ସମ୍ପର୍କିତ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଏହା ମଧ୍ୟରେ ନିଜ ରାଙ୍କ ଅନୁସାରେ ଛାତ୍ରଛାତ୍ରୀମାନେ କଲେଜ ଓ ବ୍ରାଞ୍ଚ ଅଦଳବଦଳ କରିପାରିବେ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ପରେ ସିଟ୍‌ ଖାଲି ରହିଲେ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ସୁଯୋଗ ମିଳିବ। ପ୍ରାଥମିକ ପର୍ଯ୍ୟାୟରେ କଲେଜ ବଦଳରେ ଓଜେଇଇ କର୍ତ୍ତୃପକ୍ଷଙ୍କ ପାଖରେ ନାମଲେଖା ବାବଦକୁ ୨୫,୦୦୦ ଟଙ୍କା ଜମା କରିପାରିବେ।

ଇଂଜିନିୟରିଂ କାଉନସେଲିଂ ପ୍ରକ୍ରିୟାରେ କିଛି ସଂସ୍କାର ବ୍ୟବସ୍ଥାକୁ ଲାଗୁ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

Related story