ଜାଣନ୍ତୁ ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିଲେ ଭଲ

ମା’ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିଲେ କାଲିର ଦରିଦ୍ର ଆଜି ଧନୀ ହୋଇଯାଏ। ମା’ଙ୍କ କୃପା ଦୃଷ୍ଟିରୁ ଯିଏ ବଞ୍ଚିତ ହୁଏ ଯେତେ ରୋଜଗାର କିଲେ ବି ତାକୁ ଅଣ୍ଟେ ନାହିଁ। ପରିବାରରେ ସୁଖ-ଶାନ୍ତିର ପରିବେଶ ରହିଲେ ଘରେ ମା’ ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏଥିପାଇଁ ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରର ମୁଖ୍ୟଦ୍ୱାରକୁ ବାସ୍ତୁ ଦୋଷରୁ ରକ୍ଷା କରିବା। ବାସ୍ତୁଶାସ୍ତ୍ର ଅନୁସାରେ ଘରର ଭାଗ୍ୟ ପ୍ରବେଶ ଦ୍ୱାର ସହ ଜଡ଼ିତ। ଏହାର ପ୍ରଭାବ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 01:44 PM IST

Sports

Latest News

ମା’ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିଲେ କାଲିର ଦରିଦ୍ର ଆଜି ଧନୀ ହୋଇଯାଏ। ମା’ଙ୍କ କୃପା ଦୃଷ୍ଟିରୁ ଯିଏ ବଞ୍ଚିତ ହୁଏ ଯେତେ ରୋଜଗାର କିଲେ ବି ତାକୁ ଅଣ୍ଟେ ନାହିଁ। ପରିବାରରେ ସୁଖ-ଶାନ୍ତିର ପରିବେଶ ରହିଲେ ଘରେ ମା’ ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏଥିପାଇଁ ସୁବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରର ମୁଖ୍ୟଦ୍ୱାରକୁ ବାସ୍ତୁ ଦୋଷରୁ ରକ୍ଷା କରିବା। ବାସ୍ତୁଶାସ୍ତ୍ର ଅନୁସାରେ ଘରର ଭାଗ୍ୟ ପ୍ରବେଶ ଦ୍ୱାର ସହ ଜଡ଼ିତ। ଏହାର ପ୍ରଭାବ ଘରେ ରହୁଥିବା ଲୋକଙ୍କ ଉପରେ ସିଧାସଳଖ ପଡ଼ିଥାଏ। ତେଣୁ ଘର ତିଆରି କିମ୍ୱା କିଣିବା ସମୟରେ ମୁଖ୍ୟଦ୍ୱାର ସହ ଜଡ଼ିତ କିଛି କଥା ଉପରେ ଧ୍ୟାନ ଦେବା ଉଚିତ।

-ଘରର ମୁଖ୍ୟଦ୍ୱାରର କବାଟ ଦକ୍ଷିଣ କିମ୍ୱା ପଶ୍ଚିମ ଦିଗ ଆଡ଼େ ରହିବା ଉଚିତ ନୁହେଁ। ପୂର୍ବ ଓ ଉତ୍ତର ଦିଗରେ ମୁଖ୍ୟଦ୍ୱାର ରହିଲେ ବାସ୍ତୁ ଦୃଷ୍ଟିକୋଣରୁ ସବୁଠାରୁ ଭଲ ହୋଇଥାଏ।

-ଯଦି ଦୁଇଟି ବାହାର ଦ୍ୱାର କରିବାକୁ ଚାହୁଁଛନ୍ତି, ତାହେଲେ ସେଗୁଡିକୁ ସାମ୍ନାସାମ୍ନି ରଖନ୍ତୁ ନାହିଁ। ନହେଲେ ଘରକୁ ଯେତେ ଶୀଘ୍ର ଧନ ଆସିଥାଏ ସେହିପରି ଚାଲି ଯାଇଥାଏ ବୋଲି କୁହାଯାଏ।

-ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ମନ୍ଦିର, ବୃକ୍ଷ ଓ କୂଅ ରଖିବା ଉଚିତ ନୁହେଁ। ଏପରି ରହିଲେ ଲକ୍ଷ୍ମୀଙ୍କ ଆସିବାରେ ବାଧା ସୃଷ୍ଟି ହୁଏ ବୋଲି ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos