ସମ୍ପ୍ରସାରଣ ହେବ ସ୍ୱର୍ଗଦ୍ୱାର: ଜମି ହଡ଼ପକାରୀଙ୍କୁ ନିସ୍ତାର ନାହିଁ

ପୁରୀ: ସ୍ୱର୍ଗଦ୍ୱାର ସମ୍ପ୍ରସାରଣ ବିବାଦ ଏବେ ଘନେବାରେ ଲାଗିଛି। ଶଙ୍କରାଚାର୍ଯ୍ୟଙ୍କ ମାର୍ଫତରେ ଥିବା ୧୬ ଏକର ଜମି କିଏ ହଡ଼ପ କରିଛି ତାହାର ତଦନ୍ତ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି। ଏହା ଜଣାପଡ଼ିବା ପରେ ଜମି ହଡ଼ପ କରି ବ୍ୟସାୟୀକ ପ୍ରତିଷ୍ଠାନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଛନକା ପଶି ଯାଇଛି। ଏହାସହ […]

puri

Rakesh Mallick
  • Published: Wednesday, 22 March 2017
  • , Updated: 22 March 2017, 10:01 PM IST

ପୁରୀ: ସ୍ୱର୍ଗଦ୍ୱାର ସମ୍ପ୍ରସାରଣ ବିବାଦ ଏବେ ଘନେବାରେ ଲାଗିଛି। ଶଙ୍କରାଚାର୍ଯ୍ୟଙ୍କ ମାର୍ଫତରେ ଥିବା ୧୬ ଏକର ଜମି କିଏ ହଡ଼ପ କରିଛି ତାହାର ତଦନ୍ତ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି। ଏହା ଜଣାପଡ଼ିବା ପରେ ଜମି ହଡ଼ପ କରି ବ୍ୟସାୟୀକ ପ୍ରତିଷ୍ଠାନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଛନକା ପଶି ଯାଇଛି।

ଏହାସହ ପୁରୀରେ ଦ୍ୱିତୀୟ ସ୍ୱର୍ଗଦ୍ୱାର କରାଯିବା ପ୍ରସଙ୍ଗକୁ ଜିଲ୍ଲାପାଳ ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି,“ସ୍ୱର୍ଗଦ୍ୱାର ସମ୍ପ୍ରସାରଣ କରାଯିବ। ୧୯୨୮ରେ ଥିବା ୧୬ ଏକର ଜମି କୁଆଡେ ଗଲା ତାହାର ତଦନ୍ତ ହେବ। ଜବରଦଖଲ ଜମିକୁ ଫେରାଇ ଆଣିବାକୁ ସିଭିଲ କେସ୍‌ କରାଯିବ। ଆବଶ୍ୟକ ପଡ଼ିଲେ ହଡ଼ପକାରୀଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହେବ।”

ଅନ୍ୟପକ୍ଷରେ ସ୍ୱର୍ଗଦ୍ୱାର ନାଁରେ କୌଣସି ଦମ୍ପତ୍ତିର ରେକର୍ଡ ନାହିଁ ବୋଲି ପୁରୀ ନଗରପାଳ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି,“ଯେତିକି ଜାଗା ଅଧିଗ୍ରହଣ କରାଯାଇଥିଲା ସେତିକି ହିଁ ରହିଛି।”

ଏହାସହ ସେ ସ୍ୱର୍ଗଦ୍ୱାର ସମ୍ପ୍ରସାରଣ ପଦକ୍ଷେପକୁ ସ୍ୱାଗତ କରୁଥିବା କହିଛନ୍ତି।

Related story