ଡାଏଟ୍‌ ଚାଟ୍‌ରେ ପରିବର୍ତ୍ତନ ଫେରାଇ ଆଣିବ ଦୃଷ୍ଟିଶକ୍ତି !

ଆଖି ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ଏହାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। କିନ୍ତୁ ବହୁତ ସମୟରେ ଆମର ପରିବର୍ତ୍ତିତ ଜୀବନ ଶୈଳୀ  ଓ ପ୍ରଦୂଷଣ ଯୋଗୁଁ କମ୍‌ ବୟସରୁ ଆଖି ଜନିତ ସମସ୍ୟାରେ ପଡ଼ିଥାଉ। ଛୋଟ ଛୋଟ ପିଲାଙ୍କ ଆଖିରୁ ଦୃଷ୍ଟି ଶକ୍ତି କମି ଯାଇଥାଏ। ଯାହାଫଳରେ ଅଳ୍ପ ବୟସରୁ ଚଷମା ଲଗାଇବାକୁ ପଡ଼ିଥାଏ। ଏହାସହ ଟିଭି ଓ କମ୍ପ୍ୟୁଟର ଆଗରେ ଅଧିକ ସମୟ ବସୁଥିବା ବ୍ୟକ୍ତିଙ୍କର ଶୀଘ୍ର ଆଖିରୁ ଦୃଷ୍ଟି ଶକ୍ତି ହ୍ରାସ […]

hhh

Rakesh Mallick
  • Published: Saturday, 03 March 2018
  • , Updated: 03 March 2018, 06:19 PM IST

ଆଖି ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ଏହାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। କିନ୍ତୁ ବହୁତ ସମୟରେ ଆମର ପରିବର୍ତ୍ତିତ ଜୀବନ ଶୈଳୀ  ଓ ପ୍ରଦୂଷଣ ଯୋଗୁଁ କମ୍‌ ବୟସରୁ ଆଖି ଜନିତ ସମସ୍ୟାରେ ପଡ଼ିଥାଉ। ଛୋଟ ଛୋଟ ପିଲାଙ୍କ ଆଖିରୁ ଦୃଷ୍ଟି ଶକ୍ତି କମି ଯାଇଥାଏ। ଯାହାଫଳରେ ଅଳ୍ପ ବୟସରୁ ଚଷମା ଲଗାଇବାକୁ ପଡ଼ିଥାଏ। ଏହାସହ ଟିଭି ଓ କମ୍ପ୍ୟୁଟର ଆଗରେ ଅଧିକ ସମୟ ବସୁଥିବା ବ୍ୟକ୍ତିଙ୍କର ଶୀଘ୍ର ଆଖିରୁ ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ ବୋଲି କୁହାଯାଏ। ମଧୁମେହ, ଅଧିକ ମଦ ପିଇବା ଯୋଗୁଁ ଓ ଧୂମପାନ ଦ୍ୱାରା ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ। ଏଥିନେଇ ଡାକ୍ତର ପରାମର୍ଶ ନେଇ ଔଷଧ ଖାଇଥାଉ।

ଆପଣ ଏମିତି ସମସ୍ୟାରେ ପଡିଛନ୍ତି କି? ତା ହେଲେ ଚିନ୍ତା କରନ୍ତୁ ନାହିଁ । ଡାଏଟ ଚାଟ୍‌ରେ ସାମାନ୍ୟ ପରିବର୍ତ୍ତନରେ ଆମ ଆଖିରୁ ଦୃଷ୍ଟି ଶକ୍ତି ଫେରି ଆସିବ ବୋଲି ଗବେଷଣାରୁ ଜଣାପଡ଼ିଛି। ଆସନ୍ତୁ ଜାଣିବା ସେ ବିଷୟରେ ।

ଅଙ୍ଗୁର ଓ ଆପେଲ- ଆମେ  ପ୍ରତିଦିନ କିଛି  ଅଙ୍ଗୁର ଓ ଆପେଲ  ଖାଇବା ଆବଶ୍ୟକ। ଏହା ଆମ ଆଖି ପାଇଁ  ଲାଭଦାୟକ ହୋଇଥାଏ।

ପାଳଙ୍ଗ ଶାଗ- ପ୍ରତିଦିନ ଖାଦ୍ୟରେ ପାଳଙ୍ଗ ଶାଗ ଖାଇବା ମଧ୍ୟ ଆବଶ୍ୟକ। ଏହା  ଆମ ଶରୀରେ ହିମୋଗ୍ଲୋବିନ୍ ମାତ୍ରାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହା ଆଖି ପାଇଁ ଭାରି ଲାଭଦାୟକ।

ଗାଜର ଓ କାକୁଡ଼ି- ପ୍ରତିଦିନ ଗାଜର କାକୁଡ଼ି ଖାଇବା ଆବଶ୍ୟକ। ଏଥିରୁ ‘ଭିଟାମିନ୍‌ ଏ’ ମିଳିଥାଏ। ଏହା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ।

Related story