ଖରାଦିନେ ପିନ୍ଧନ୍ତୁ ଏହି ସବୁ ପୋଷାକ: ଝାଳ ବାହାରିବନି, ଥଣ୍ଡା ବି ଲାଗିବ

ଆସିଗଲା ଖରାଦିନ। ଏହି ଋତୁରେ ନିଜକୁ ଫିଟ୍ ଆଉ ଫାଇନ୍ ରହିବାକୁ ଲୋକେ ବିଭିନ୍ନ ବିଷୟ ଉପରେ ଧ୍ୟାନ ଦେଇଥାନ୍ତି। କେହି ନିଜ ଖାଦ୍ୟ-ପାନୀୟ ଉପରେ ଗୁରୁତ୍ୱ ଦେଇଥାନ୍ତି ତ ଆଉ କିଏ ଟାଣ ଖରାରୁ ଦୂରେଇ ରହିବା ପାଇଁ ପୋଷାକକୁ ନେଇ ଯତ୍ନବାନ ହୁଅନ୍ତି। ଏହି ଋତୁରେ ଝାଳ ବାହାରିବା ଏକ ସାଧାରଣ କଥା। ଝାଳ ବାହାରିବା ଦ୍ୱାରା ଶରୀର କୁଣ୍ଡେଇ ହୋଇଥାଏ। ତେଣୁ ଏହି ଦିନେ ଆମେ ହାଲ୍‌କା ପୋଷାକ ପିନ୍ଧିବାକୁ  ପସନ୍ଦ କରିଥାଉ। […]

summer

summer

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 11:14 AM IST

ଆସିଗଲା ଖରାଦିନ। ଏହି ଋତୁରେ ନିଜକୁ ଫିଟ୍ ଆଉ ଫାଇନ୍ ରହିବାକୁ ଲୋକେ ବିଭିନ୍ନ ବିଷୟ ଉପରେ ଧ୍ୟାନ ଦେଇଥାନ୍ତି। କେହି ନିଜ ଖାଦ୍ୟ-ପାନୀୟ ଉପରେ ଗୁରୁତ୍ୱ ଦେଇଥାନ୍ତି ତ ଆଉ କିଏ ଟାଣ ଖରାରୁ ଦୂରେଇ ରହିବା ପାଇଁ ପୋଷାକକୁ ନେଇ ଯତ୍ନବାନ ହୁଅନ୍ତି। ଏହି ଋତୁରେ ଝାଳ ବାହାରିବା ଏକ ସାଧାରଣ କଥା। ଝାଳ ବାହାରିବା ଦ୍ୱାରା ଶରୀର କୁଣ୍ଡେଇ ହୋଇଥାଏ। ତେଣୁ ଏହି ଦିନେ ଆମେ ହାଲ୍‌କା ପୋଷାକ ପିନ୍ଧିବାକୁ  ପସନ୍ଦ କରିଥାଉ। ହାଲ୍‌କା ପୋଷାକ କଥା କହିଲେ ଅଧିକାଂଶ ଲୋକ କଟନ୍‌ ପୋଷାକକୁ ବୁଝିଥାନ୍ତି।  କିନ୍ତୁ କଟନ୍‌ ପୋଷାକର ଡିଜାଇନ୍‌ ଓ ଭେରାଇଟ୍‌ କମ୍ ମିଳୁଥିବାରୁ ଲୋକେ ଅନ୍ୟ ପୋଷାକ ପିନ୍ଧିବାକୁ ଇଚ୍ଛା କରନ୍ତି। ତେଣୁ ଆଜି ଆମେ ଆପଣଙ୍କୁ ଏପରି କିଛି ପୋଷାକର ଲିଷ୍ଟ ଦେଉଛୁ ଯେଉଁ ଗୁଡ଼ିକୁ ଆପଣମାନେ ପିନ୍ଧିବା ଦ୍ୱାରା ଆରାମ ଅନୁଭବ କରିବେ।

ଲାଇଲନ୍‌ ପୋଷାକ: ଖରାଦିନେ ଲାଇଲନ୍ ପୋଷାକ ପିନ୍ଧିବା ଦ୍ୱାରା ଥଣ୍ଡା ଲାଗିଥାଏ। ଏହା ଶରୀରର ଝାଳକୁ ଶୁଖାଇ ଥଣ୍ଡା ରଖିଥାଏ। ଏହି ପୋଷାକରେ ରିଙ୍କଲ୍ ଶୀଘ୍ର ପଡ଼ିଥାଏ। କିନ୍ତୁ ଏହାକୁ ହ୍ୟାଙ୍ଗର୍‌ରେ ରଖି ପାଣି ସ୍ପ୍ରେ କରିବା ଦ୍ୱାରା ଏହା ଚାଲିଯାଇଥାଏ। ଖରାଦିନେ ଲାଇଲନ୍‌ ସର୍ଟ, କୁର୍ତ୍ତା, ସୁଟ୍‌, ଶାଢ଼ି ଓ ଟି-ସାର୍ଟ ଭଲ ଲୁକ୍ ଦେଇଥାଏ।

ଜୋଜର୍ଟ: ଖରାଦିନେ ଜୋଜର୍ଟ  ତିଆରି  ଶାଢ଼ି, ସୁଟ୍‌, କୁର୍ତ୍ତି, ସୁଟ୍, ଡ୍ରେସ ଓ ସର୍ଟ ପିନ୍ଧିପାରିବେ। ଏହି ଲାଇଟ୍‌ୱେଟ୍‌ ଫେବ୍ରିକ୍‌ ପୋଷାକ ପିନ୍ଧିବା ଦ୍ୱାରା ଖରାଦିନେ ସୁନ୍ଦର ଦେଖାଯିବା ସହ ଆରାମ ଲାଗିଥାଏ।

ଖଦି: ଥଣ୍ଡା ଓ ଗରମ ଦିନେ ଖଦି ପୋଷାକ ପିନ୍ଧିଲେ ଆରାମ ଲାଗେ ବୋଲି କୁହାଯାଏ। ଖଦିରେ ତିଆରି ପୋଷାକ ଝାଳକୁ  ଶୁଖାଇବା ସହ ଶରୀରକୁ ଥଣ୍ଡା ରଖିଥାଏ। ପୂର୍ବରୁ କେବଳ ଖଦିର କୁର୍ତ୍ତି ବଜାରରେ ମିଳୁଥିଲା। କିନ୍ତୁ ଏବେ ଖଦିର ଶାଢ଼ି, ସୁଟ୍‌, କୁର୍ତ୍ତି, ସର୍ଟ, ସ୍କଟ୍‌ ପରି ସବୁକିଛି ମିଳିପାରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos