ଚାଷୀଙ୍କ ପାଇଁ ଡିବିଟି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ଆଜି କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗାଁରେ ଅକ୍ଷିମୁଠି ଧାନ ଅନୁକୁଳ କରିଛନ୍ତି। ଏହାସହ ସେ ରାଜ୍ୟର ଚାଷୀଙ୍କ ପାଇଁ ଡିବିଟି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଚାଷୀମାନେ ଅନ୍‌ଲାଇନ୍‌ରେ ନାମ ପଞ୍ଜିକରଣ କରି ଧାନ କିଣିପାରିବେ ଏବଂ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ସବ୍‌ସିଡି ଟଙ୍କା ଯିବ। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟ ଅର୍ଥନୀତିରେ ବିକାଶ ପାଇଁ […]

cm

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 09:09 AM IST

ପୁରୀ: ଆଜି କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗାଁରେ ଅକ୍ଷିମୁଠି ଧାନ ଅନୁକୁଳ କରିଛନ୍ତି। ଏହାସହ ସେ ରାଜ୍ୟର ଚାଷୀଙ୍କ ପାଇଁ ଡିବିଟି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଚାଷୀମାନେ ଅନ୍‌ଲାଇନ୍‌ରେ ନାମ ପଞ୍ଜିକରଣ କରି ଧାନ କିଣିପାରିବେ ଏବଂ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ସବ୍‌ସିଡି ଟଙ୍କା ଯିବ।

ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ରାଜ୍ୟ ଅର୍ଥନୀତିରେ ବିକାଶ ପାଇଁ କୃଷି ଗୁରୁତ୍ୱପୂର୍ଣ୍ଣ। କୃଷିର ବିକାଶ, ଚାଷୀ କଲ୍ୟାଣ ଓ ଜଳସେଚନକୁ ପ୍ରାଥମିକତା ଦିଆଯାଉଛି। ଏଥିସହ କୃଷି ପାଇଁ ବଜେଟ୍ ପ୍ରସ୍ତୁତ ହୋଇଛି। ପ୍ରାକୃତିକ ଦୁର୍ବିପାକ ଯୋଗୁଁ କୃଷି କ୍ଷେତ୍ରରେ ସମସ୍ୟା ଉପୁଜିଛି। ଭାରତୀୟ ପାଣିପାଗ ବିଭାଗ ଚଳିତବର୍ଷ  ବର୍ଷା ପରିମାଣ ଠିକ୍ ରହିବ ବୋଲି ପୂର୍ବାନୁମାନ କରିଛି । ତେଣୁ କୃଷି କ୍ଷେତ୍ରରେ ସମସ୍ୟା ରହିବ ନାହିଁ ।”

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ସମେତ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Related story