ଚାଷୀ ଆତ୍ମହତ୍ୟା ଘଟଣା: ବିଜେପିର ନ୍ୟାୟିକ ତଦନ୍ତ ଦାବିକୁ ବିଜେଡିର ନା

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଘଟଣାର ନ୍ୟାୟିକ ତଦନ୍ତ କରାଯାଉ। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଏହି ଦାବି କରିଛନ୍ତି। ସେ କହିଛନ୍ତି,“ବରଗଡ଼ର ଚାଷୀ ହାଡ଼ୁ ବଗର୍ତ୍ତୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାର ମିଛ କହିଛନ୍ତି। ପ୍ରଥମେ  ପାରିବାରିକ ବିବାଦ କାରଣରୁ  ସେ ଆତ୍ମହତ୍ୟା କରିଛନ୍ତି ବୋଲି ସରକାର ଗୃହରେ କହିଥିଲେ। କିନ୍ତୁ ପୁନଃ ତଦନ୍ତ ପରେ ହାଡୁ ଫସଲ କ୍ଷତିଜନିତ କାରଣରୁ ଆତ୍ମହତ୍ୟା କରିଛନ୍ତି […]

bjp

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 01:30 PM IST

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଘଟଣାର ନ୍ୟାୟିକ ତଦନ୍ତ କରାଯାଉ। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଏହି ଦାବି କରିଛନ୍ତି।

ସେ କହିଛନ୍ତି,“ବରଗଡ଼ର ଚାଷୀ ହାଡ଼ୁ ବଗର୍ତ୍ତୀ ଆତ୍ମହତ୍ୟା ପ୍ରସଙ୍ଗରେ ସରକାର ମିଛ କହିଛନ୍ତି। ପ୍ରଥମେ  ପାରିବାରିକ ବିବାଦ କାରଣରୁ  ସେ ଆତ୍ମହତ୍ୟା କରିଛନ୍ତି ବୋଲି ସରକାର ଗୃହରେ କହିଥିଲେ। କିନ୍ତୁ ପୁନଃ ତଦନ୍ତ ପରେ ହାଡୁ ଫସଲ କ୍ଷତିଜନିତ କାରଣରୁ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି। ଏଥିରୁ ସରକାର ମିଛ ରିପୋର୍ଟ ଦେଉଥିବା ସ୍ପଷ୍ଟ ହେଉଛି।”

ସମୀର ଆହୁରି କହିଛନ୍ତି,“ଚାଷ ଜନିତ କ୍ଷତି ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛି।  ଜିଲ୍ଲାର କୃଷି ଅଧିକାରୀମାନେ ସତ ରିପୋର୍ଟ ଦେଲେ ମଧ୍ୟ ଜିଲ୍ଲାପାଳମାନେ ଢଙ୍ଗ ଓ ରୂପକୁ ବଦଳାଇ ପାରିବାରିକ କଳହ ,ମଦ୍ୟପାନ ଓ ପ୍ରେମ ଜନିତ କହି ଆଡ଼େଇ ଦେଉଛନ୍ତି। ଏହାକୁ ବିଜେପି ଦୃଢ଼ ନିନ୍ଦା କରୁଛି।”

ପୂର୍ବରୁ ଆତ୍ମହତ୍ୟା କରିଥିବା ୧୭୪ ଜଣ ଚାଷୀଙ୍କର ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ବୋଲି ସମୀର ଦାବି କରିଛନ୍ତି।

ଅନ୍ୟପଟେ ‍ବିଜେପିର ନ୍ୟାୟିକ ତଦନ୍ତକୁ ଦାବିକୁ ବିଜେଡି ନା କରିଛି। ସବୁକଥାରେ ନ୍ୟାୟିକ ତଦନ୍ତ ଦାବି ଠିକ୍‌ ନୁହେଁ ବୋଲି ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି।

ସେ କହିଛନ୍ତି,“ଚାଷୀ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତର ଆବଶ୍ୟକତା ନାହିଁ। ନ୍ୟାୟିକ ତଦନ୍ତରେ ପ୍ରକ୍ରିୟା ବିଳମ୍ବ ହେବ। ପ୍ରଶାସନିକ ତଦନ୍ତ ହେଲେ ଚାଷୀ ତୁରନ୍ତ ନ୍ୟାୟ ପାଇବ।”

 

 

 

 

Related story