ଜୀବନ ହାରିଲେ ଆଉ ତିନି ଚାଷୀ

ପାଟଣାଗଡ଼/ଜୟପୁର/ଆଠଗଡ଼: ଫସଲ ହାନି ଓ ଋଣବୋଝ ଯୋଗୁଁ ଆଜି ପୁଣି ତିନି ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର, କୋରାପୁଟ ଓ କଟକ ଜିଲ୍ଲାରୁ ଆସିଛି ଏହି ତିନି ଅଭିଯୋଗ। ବଲାଙ୍ଗିରରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ଗୁରୁବାରୁ ସାହୁ। ତାଙ୍କ ଘର ଜିଲ୍ଲାର ବେଲପଡ଼ା ବ୍ଲକ ଜାମଜୁର ଗାଁରେ। ସେ ଗତକାଲି କୀଟନାଶକ ଔଷଧ ଖାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲପଡ଼ା ଏବଂ ପରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ସକାଳେ ଚିକିତ୍ସାଧୀନ […]

patanagrah

Rakesh Mallick
  • Published: Saturday, 07 November 2015
  • , Updated: 10 November 2015, 02:59 AM IST

ପାଟଣାଗଡ଼/ଜୟପୁର/ଆଠଗଡ଼: ଫସଲ ହାନି ଓ ଋଣବୋଝ ଯୋଗୁଁ ଆଜି ପୁଣି ତିନି ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର, କୋରାପୁଟ ଓ କଟକ ଜିଲ୍ଲାରୁ ଆସିଛି ଏହି ତିନି ଅଭିଯୋଗ।

ବଲାଙ୍ଗିରରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାମ ଗୁରୁବାରୁ ସାହୁ। ତାଙ୍କ ଘର ଜିଲ୍ଲାର ବେଲପଡ଼ା ବ୍ଲକ ଜାମଜୁର ଗାଁରେ। ସେ ଗତକାଲି କୀଟନାଶକ ଔଷଧ ଖାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବେଲପଡ଼ା ଏବଂ ପରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକେ କହିଛନ୍ତି, ଗୁରୁବାରୁ ଏକ ଲକ୍ଷ ଟଙ୍କା ହାତ ଉଧାରି କରି ନିଜର ୬ ଏକର ଜମିରେ କପା, ଧାନ ଏବଂ ଚିନାବାଦାମ୍ ଚାଷ କରିଥିଲେ। ତେବେ ଅନାବୃଷ୍ଟି ଯୋଗୁ ଫସଲ ହାନି ହେବାରୁ ସେ ଗତକାଲି କୀଟନାଶକ ପିଇଥିଲେ।

ସେହିଭଳି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଭେଜାଗୁଡ଼ା ଗାଁର ଚାଷୀ ଲବ ହରିଜନ ଆତ୍ମହତ୍ୟା କରିଛନ୍ତି। ସେ ଗତକାଲି ବିଷ ପିଇ ଦେଇଥିଲେ। ଜୟପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଫସଲ ହାନି ଓ ଋଣବୋଝ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ତିଗିରିଆ ବ୍ଲକ ଅନ୍ତର୍ଗତ ସଂପଡ଼ା ଗାଁରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ ସୁଧୀର ସାହୁ। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲହାନି ଓ ଋଣବୋଝରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ନବରଙ୍ଗପୁରରେ ୨ ଜଣ ଓ ଢେଙ୍କାନାଳ ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ଚାଷୀ ଆତ୍ମହତ୍ୟା କରିଥିଲେ।

Related story