ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ: କୀଟନାଶକ ପିଇଲେ ପି.ନବୀନ

ବରଗଡ଼: ବରଗଡ଼ରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଅତାବିରା ଥାନା ଅନ୍ତର୍ଗତ ନୂଆଖଇରପାଲିର ଚାଷୀ ପି. ନବୀନ କୁମାରଙ୍କ ଫସଲରେ  ଚକଡ଼ା ପୋକ ଲାଗି ଯାଇଥିଲା। ଫଳରେ ତାଙ୍କର ପ୍ରାୟ ୧୫ ଏକର ଧାନ ଫସଲ ନଷ୍ଟ ହୋଇଯାଇଥିଲା। ତେଣୁ ସେ କୀଟନାଶକ ପିଇଥିବା ପରିବାର ଲୋକେ କହିଛନ୍ତି। ଗତକାଲି ମଧ୍ୟାହ୍ନରେ ନବୀନ ଜମି ଦେଖିବାକୁ ଯାଇଥିଲେ।  ସେଠାରୁ ଫେରିବା ପରେ ସେ କୀଟନାଶକ ପିଇଦେଇଥିଲେ।  ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ […]

Farmer_suicide

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 08:58 AM IST

ବରଗଡ଼: ବରଗଡ଼ରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଅତାବିରା ଥାନା ଅନ୍ତର୍ଗତ ନୂଆଖଇରପାଲିର ଚାଷୀ ପି. ନବୀନ କୁମାରଙ୍କ ଫସଲରେ  ଚକଡ଼ା ପୋକ ଲାଗି ଯାଇଥିଲା। ଫଳରେ ତାଙ୍କର ପ୍ରାୟ ୧୫ ଏକର ଧାନ ଫସଲ ନଷ୍ଟ ହୋଇଯାଇଥିଲା। ତେଣୁ ସେ କୀଟନାଶକ ପିଇଥିବା ପରିବାର ଲୋକେ କହିଛନ୍ତି।

ଗତକାଲି ମଧ୍ୟାହ୍ନରେ ନବୀନ ଜମି ଦେଖିବାକୁ ଯାଇଥିଲେ।  ସେଠାରୁ ଫେରିବା ପରେ ସେ କୀଟନାଶକ ପିଇଦେଇଥିଲେ।  ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଚାରି ଦିନ ତଳେ ବରଗଡ଼ ଜିଲ୍ଲା କଳାପାଣିର ଚାଷୀ ବୃନ୍ଦା ସାହୁ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଫସଲରେ ଚକଡ଼ା ପୋକ ଲାଗିବାରୁ ସେ ତାଙ୍କର ଅଧା ଏକର ଜମିରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେ ଆତ୍ମହତ୍ୟା କରିଥିଲେ।

Related story