ଆପଣଙ୍କ ପିଲାର ସଠିକ୍ ବିକାଶ ଲାଗି ଖୁଆନ୍ତୁ ଏହି ସବୁ ଖାଦ୍ୟ  

ବଢୁଥିବା ପିଲାମାନଙ୍କ ସଠିକ୍ ବିକାଶ ପାଇଁ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳିବା ଜରୁରୀ। ଯଦି ଆପଣ ନିଜ ପିଲାଙ୍କୁ  ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ। ଓଟ୍‌ମିଲ ଗବେଷଣାରୁ ଜଣାପଡ଼ିଛି ଓଟ୍‌ମିଲ ଖାଉଥିବା ପିଲାଏ ପାଠ ପଢ଼ାରେ ଭଲ ଧ୍ୟାନ ଦେଇପାରନ୍ତି। ଯାହାଫଳରେ ସ୍କୁଲରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରନ୍ତି। ଫାଇବର୍‌ରେ ଭରପୂର ଥିବା ଓଟ୍‌ମିଲ ଖାଦ୍ୟ ଧୀରେ ଧୀରେ […]

child

Rakesh Mallick
  • Published: Monday, 13 November 2017
  • , Updated: 13 November 2017, 10:01 PM IST

ବଢୁଥିବା ପିଲାମାନଙ୍କ ସଠିକ୍ ବିକାଶ ପାଇଁ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳିବା ଜରୁରୀ। ଯଦି ଆପଣ ନିଜ ପିଲାଙ୍କୁ  ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତା'ହେଲେ ସେମାନଙ୍କ ଡାଏଟ୍‌ରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ।

ଓଟ୍‌ମିଲ

ଗବେଷଣାରୁ ଜଣାପଡ଼ିଛି ଓଟ୍‌ମିଲ ଖାଉଥିବା ପିଲାଏ ପାଠ ପଢ଼ାରେ ଭଲ ଧ୍ୟାନ ଦେଇପାରନ୍ତି। ଯାହାଫଳରେ ସ୍କୁଲରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରନ୍ତି। ଫାଇବର୍‌ରେ ଭରପୂର ଥିବା ଓଟ୍‌ମିଲ ଖାଦ୍ୟ ଧୀରେ ଧୀରେ ହଜମ କରିବାରେ ସାହାଯ୍ୟ କରେ ଏବଂ ଶରୀରକୁ ଶକ୍ତି ଯୋଗାଏ ।

ପାଳଙ୍ଗ

ପାଳଙ୍ଗ ଶାଗରେ ଆଇରନ୍‌, କ୍ୟାଲ୍‌ସିୟମ୍‌, ଫଲିକ ଏସିଡ୍‌, ଭିଟାମିନ ଏ ଓ ସି ରହିଛି । ପିଲାର ସଠିକ ବିକାଶ ଓ ମଜଭୁତ ହାଡ ପାଇଁ ପାଳଙ୍ଗ ଶାଗ ଖାଇବାକୁ ଦିଅନ୍ତୁ ।

କନ୍ଦମୂଳ

କନ୍ଦମୂଳରେ ପୋଟାସିୟମ୍, ଭିଟାମିନ ସି, ଫାଇବର, ଭିଟାମିନ ଏ, କ୍ୟାଲସିୟମ୍, ଓ ଆଇରନ ଭରପୂର ମାତ୍ରାରେ ରହିଛି। ଆଳୁ ବଦଳରେ ଏହାର ବ୍ୟବହାର କରିହେବ। ଏହାକୁ ସିଝାଇ ଅବା ପୋଡି ପିଲାଙ୍କୁ ଖାଇବାକୁ ଦେଇପାରିବେ। ପରିବା ତରକାରିରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।

ବେରୀ

ବ୍ଲୁବେରୀ, ଷ୍ଟ୍ରବେରୀ ଆଦିରେ ଭିଟାମିନ ସି, କାର୍ବୋହାଇଡ୍ରେଡ, ଫାଇବର ଓ ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଏହାକୁ ଖାଇଲେ ଶରୀରରେ କୋଲେଷ୍ଟ୍ରଲ ବଢେନାହିଁ। ପାଟିକୁ ମିଠା ଲାଗୁଥିବାରୁ ପିଲାମାନଙ୍କର ମଧ୍ୟ ଏହା ପସନ୍ଦ।

ଅଣ୍ଡା

ଅଣ୍ଡାରେ ପ୍ରୋଟିନର ମାତ୍ରା ଅଧିକ ରହିଛି। ଏଥିରେ କୋଲିନ ନାମକ ପୋଷକ ତତ୍ତ୍ୱ ରହିଛି ଯାହା ମସ୍ତିଷ୍କ ବିକାଶ ଲାଗି ଜରୁରୀ ହୋଇଥାଏ। ଅଣ୍ଡାକୁ ସିଝାଇ ଅବା ଫ୍ରାଏ କରି ପିଲାଙ୍କୁ ଖାଇବାକୁ ଦେଇପାରିବେ ।

ଦହି

କ୍ୟାଲସିୟମ୍‌, ପ୍ରୋଟିନରେ ଭରପୂର ଥିବା ଦହି ଦାନ୍ତ ଓ ହାଡ଼କୁ ମଜଭୁତ କରେ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ତାଜା ଫଳ ସହ ଦହି ଖାଇବା ପିଲାଙ୍କ ପାଇଁ ଭଲ ହୋଇଥାଏ।

ତୁଳସୀ ପତ୍ର

ତୁଳସୀ ପତ୍ରରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ଏ, ସି, ଆଇରନ୍, ପୋଟାସିୟମ୍ ଓ କ୍ୟାଲସିୟମ୍ ରହିଛି ଯାହା ହଜମ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଗବେଷଣାରୁ ଜଣାପଡିଛି ଯେ ମୁଣ୍ଡ ବିନ୍ଧା ପରି ସମସ୍ୟାରୁ ତୁଳସୀ ମୁକ୍ତି ଦେଇଥାଏ। ପାସ୍ତା ପ୍ରସ୍ତୁତ କରିବା ସମୟରେ ତୁଳସୀ ପତ୍ରକୁ ସସ୍ ସହ ମିଶାଇ ପିଲାଙ୍କୁ ଖାଇବାକୁ ଦେଇପାରିବେ।

Related story