ସଂଗୀତ ସଂଯୋଜକ ବିରୁଦ୍ଧରେ ପ୍ରତାରଣା ଅଭିଯୋଗ ଆଣିଲେ ମହିଳା କଣ୍ଠଶିଳ୍ପୀ

ଭୁବନେଶ୍ୱର: ସଂଗୀତ ସଂଯୋଜକ ଦୀପୁ ଦାସମହାପାତ୍ରଙ୍କ ନାଁରେ ଆସିଛି ପ୍ରତାରଣା ଅଭିଯୋଗ। ଏନେଇ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ଜଣେ ଗାୟିକା। ବିବାହର ପ୍ରତିଶ୍ରୁତି ଦେଇ ଦୀପୁ ଦାସମହାପାତ୍ର ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ପରେ ଏବେ ଧୋକା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ନିଜ ଅଭିଯୋଗକୁ ପ୍ରମାଣ କରିବା ପାଇଁ ଗାୟିକା ଜଣଙ୍କ ସୋସିଆଲ ମିଡିଆରେ ଦୀପୁଙ୍କ ସହ ହୋଇଥିବା ଅନ୍ତରଙ୍ଗ ଚାର୍ଟିଂର ସବୁ ତଥ୍ୟ ମଧ୍ୟ ପୋଲିସକୁ ଦେଇଛନ୍ତି। […]

deepu

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 06:43 PM IST

ଭୁବନେଶ୍ୱର: ସଂଗୀତ ସଂଯୋଜକ ଦୀପୁ ଦାସମହାପାତ୍ରଙ୍କ ନାଁରେ ଆସିଛି ପ୍ରତାରଣା ଅଭିଯୋଗ। ଏନେଇ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ଜଣେ ଗାୟିକା। ବିବାହର ପ୍ରତିଶ୍ରୁତି ଦେଇ ଦୀପୁ ଦାସମହାପାତ୍ର ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ପରେ ଏବେ ଧୋକା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ନିଜ ଅଭିଯୋଗକୁ ପ୍ରମାଣ କରିବା ପାଇଁ ଗାୟିକା ଜଣଙ୍କ ସୋସିଆଲ ମିଡିଆରେ ଦୀପୁଙ୍କ ସହ ହୋଇଥିବା ଅନ୍ତରଙ୍ଗ ଚାର୍ଟିଂର ସବୁ ତଥ୍ୟ ମଧ୍ୟ ପୋଲିସକୁ ଦେଇଛନ୍ତି।

ଅଭିଯୋଗ ଅନୁସାରେ ୨ ବର୍ଷ ପୂର୍ବରୁ ଉଭୟଙ୍କ ଦେଖା ହୋଇଥିଲା। ପ୍ରଥମ ଦେଖାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଡି ଉଠିଥିଲା। ଏହାପରେ ସମ୍ପର୍କ ଓ ବିବହାର ପ୍ରତିଶ୍ରୁତି ଦେଇ ଦୀପୁ ପ୍ରତାରଣା କରିଥିବା ଅଭିଯୋଗକାରିଣୀ କହିଛନ୍ତି। ପୂର୍ବରୁ କମିଶନରେଟ୍‌ ପୋଲିସ ଅଧୀନରେ ଥିବା ମାଧ୍ୟମ ଅନୁଷ୍ଠାନରେ ଉଭୟଙ୍କ କାଉନସେଲିଂ କରାଯାଇଥିଲା। ଘଟଣାର ସମାଧାନ ହେବା ପୂର୍ବରୁ ଦୀପୁ ବିବାହ କରିଥିବା ଗାୟିକା ଜଣଙ୍କ ଅଭିଯୋଗ କରିଛନ୍ତି।

ଅଭିଯୋଗକାରିଣୀ କହିଛନ୍ତି ଯେ ଦୀପୁ ତାଙ୍କୁ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି। ବିବାହ ନ କରି ପ୍ରତାରଣା ଦେଇଛନ୍ତି।  ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଦୀପୁ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ମୁଁ ସେ ଝିଅକୁ ଭଲ ପାଇ ନାହିଁ କି ବିବାହ କରିବା ପାଇଁ କହି ନାହିଁ।”

ମହିଳା ଥାନା ପୋଲିସ ଗାୟିକାଙ୍କ ବୟାନ ରେକର୍ଡ କରିଥିବା ବେଳେ ଘଟଣାର ତଦନ୍ତ ହେବ ବୋଲି ଭୁବନେଶ୍ୱର ଡିସିସି ସତ୍ୟବ୍ରତ ଭୋଇ କହିଛନ୍ତି।

Related story