ସପ୍ତମ ବେତନ କମିଶନ: ରାଜ୍ୟ କର୍ମଚାରୀ ପାଇବେ ୧୪.୫% ବର୍ଦ୍ଧିତ ଦରମା, ଆସିଲା ଫିଟମେଣ୍ଟ କମିଟି ରିପୋର୍ଟ  

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଖୁବ୍ ଶୀଘ୍ର ରିପୋର୍ଟ ଦେବ ଫିଟମେଣ୍ଟ କମିଟି। ସପ୍ତମ ବେତନ କମିଶନ ସୁପାରିସ ଆଧାରରେ କମିଟି ରିପୋର୍ଟ ପ୍ରସ୍ତୁତ କରିସାରିଛି। ମିଳିଥିବା ସୂଚନା ଅନୁଯାୟୀ କର୍ମଚାରୀଙ୍କ ଦରମା, ସ୍କେଲ ଅଫ୍ ପେ, ଡିଏ ଓ ରାଙ୍କକୁ ଦେଖି କମିଟି ରିପୋର୍ଟ ପ୍ରସ୍ତୁତ କରିଛି। ଜଣେ କର୍ମଚାରୀଙ୍କର ମୂଳ ଦରମାରେ ହାରାହାରି ୧୪.୫ ପ୍ରତିଶତ ବଢାଇବା ଲାଗି କମିଟି ପ୍ରସ୍ତାବ ଦେଇଛି। ତେବେ ସରକାର କେନ୍ଦ୍ରୀୟ ଢାଞ୍ଚାରେ ଯଦି ଭତ୍ତା ଲାଗୁ କରନ୍ତି ତାହେଲେ […]

vlcsnap-2017-06-18-18h58m25s424-720x430

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 09:00 PM IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଖୁବ୍ ଶୀଘ୍ର ରିପୋର୍ଟ ଦେବ ଫିଟମେଣ୍ଟ କମିଟି। ସପ୍ତମ ବେତନ କମିଶନ ସୁପାରିସ ଆଧାରରେ କମିଟି ରିପୋର୍ଟ ପ୍ରସ୍ତୁତ କରିସାରିଛି।

ମିଳିଥିବା ସୂଚନା ଅନୁଯାୟୀ କର୍ମଚାରୀଙ୍କ ଦରମା, ସ୍କେଲ ଅଫ୍ ପେ, ଡିଏ ଓ ରାଙ୍କକୁ ଦେଖି କମିଟି ରିପୋର୍ଟ ପ୍ରସ୍ତୁତ କରିଛି। ଜଣେ କର୍ମଚାରୀଙ୍କର ମୂଳ ଦରମାରେ ହାରାହାରି ୧୪.୫ ପ୍ରତିଶତ ବଢାଇବା ଲାଗି କମିଟି ପ୍ରସ୍ତାବ ଦେଇଛି। ତେବେ ସରକାର କେନ୍ଦ୍ରୀୟ ଢାଞ୍ଚାରେ ଯଦି ଭତ୍ତା ଲାଗୁ କରନ୍ତି ତାହେଲେ ହାରାହାରି ଦରମାର ୨୩ ପ୍ରତିଶତ ବଢିବ। ଆସନ୍ତା ଦୁର୍ଗାପୂଜା ବେଳକୁ ସରକାର ନୂଆ ଦରମା ଲାଗୁ କରିବା ସମ୍ଭାବନା ରହିଛି। ୨୦୧୬  ଜାନୁୟାରୀ ପହିଲାରୁ ନୂଆ ଦରମା ଲାଗୁ ପାଇଁ  ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏରିଅର ଟଙ୍କା ଏକାଠି ମିଳିନପାରେ। ଆସନ୍ତା ୩ ବର୍ଷରେ ସରକାର ପର୍ଯ୍ୟୟ କ୍ରମେ ଏହି ଟଙ୍କା ଦେବେ। ଏପଟେ ଶୀଘ୍ର ନୂଆ ଦରମା ଲାଗୁ କରିବାକୁ ଦାବି କରିଛି ସଚିବାଳୟ ସେବା ସଂଘ।

ସଚିବାଳୟ ସେବା ସଂଘ ଉପସଭାପତି ସୁନ୍ଦରମୂର୍ତ୍ତି ବେଉରିଆ କହିଛନ୍ତି-“ସପ୍ତମ ବେତନ ଲାଗୁକୁ ନେଇ ସରକାର ଆମକୁ ଅନ୍ଧକାରରେ ରଖିଛନ୍ତି। ଯଦି ସରକାର ଲାଗୁ ନ କରନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ୱନ କରାଯିବ।”

ନୂଆ ଦରମା ଲାଗୁ ହେଲେ ସାଢ଼େ ୪ ଲକ୍ଷ କର୍ମଚାରୀ ଓ ଅଢ଼େଇ ଲକ୍ଷ ପେନସନଧାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ୫,୫୦୦ କୋଟି ଟଙ୍କାର ଅତିରକ୍ତି ବୋଝ ପଡିବ। ବିଶେଷଜ୍ଞଙ୍କ ମତରେ କିଛି ନିର୍ଦ୍ଦିଷ୍ଟ କାରଣରୁ ସରକାର ନୂଆ ଦରମା ଲାଗୁ କରିବାକୁ ବାଧ୍ୟ। ପ୍ରଥମତଃ ସରକାର କର୍ମଚାରୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁବେ ନାହିଁ। ସର୍ବଭାରତୀୟସ୍ତରରେ ଅଫିସର ଓ ଅନ୍ୟ ରାଜ୍ୟର କର୍ମଚାରୀ ଅଧିକ ଦରମା ପାଉଥିବାରୁ ଓଡିଶାରେ ସମାନ ବ୍ୟବସ୍ଥା ଲାଗୁ କରିପାରନ୍ତି। କେନ୍ଦ୍ରରୁ ଡେପୁଟେସନ୍‌ରେ ଆସି ଓଡିଶାରେ କାର୍ଯ୍ୟ କରୁଥିବା କିଛି ଅଫିସର ପୂର୍ବ ତୁଳନାରେ କମ୍ ଦରମା ପାଉଥିବାରୁ ସେମାନଙ୍କ ମନରେ ଅସନ୍ତୋଷ ରହିଛି। ସେହିପରି କୃଷି ଋଣ ଛାଡ ପାଇଁ ଚାପ ବଢୁଥିବାରୁ ଏସଂପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସରକାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିପାରନ୍ତି।

ବରିଷ୍ଟ ସମ୍ବାଦିକ ଦିଲୀପ ବିଶୋୟୀ କହିଛନ୍ତି-“ଅଲ୍‌ ଇଣ୍ଡିଆ ଲେବୁଲ୍‌ରେ କାର୍ଯ୍ୟ କରୁଥିବା ସମସ୍ତ ଆଇଏଏସ୍‌ ଓ ଆଇଏଫ୍‌ଏସ୍‌ଙ୍କୁ ବର୍ଦ୍ଧିତ ଦରମା ମିଳୁଛି। ମାତ୍ର ଓଡ଼ିଶାରେ ଏପର୍ଯ୍ୟନ୍ତ ଲାଗୁ ହୋଇନି। ଏପରିକି ନଜିର ରହିଛି ଯେଉଁମାନେ ଡେପୁଟେସନ୍‌ରେ ରାଜ୍ୟ ବାହାରକୁ ଯାଇ ବର୍ଦ୍ଧିତ ଦରମା ପାଉଥିଲେ ଓଡ଼ିଶା ଫେରିବା ପରେ ସେମାନଙ୍କ ଦରମା କମିଛି।”

Related story