ମୋଦି ମ୍ୟାଜିକ୍‌ :୧୫ବର୍ଷ ପରେ ୟୁପିର ଶାସନଭାର ବିଜେପିକୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମୋଦି ମ୍ୟାଜିକ୍‌ ଦେଖିବାକୁ ମିଳିଛି। ଐତିହାସିକ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୪୦୩ ବିଧାନସଭା ଆସନରୁ ୩୨୫ ଆସନ ବିଜେପି ହାତେଇଛି। ଉତ୍ତରପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିଛି ବିଜେପି। ମୋଦି ମ୍ୟାଜିକ୍‌ ଆଗରେ ଫିକା ପଡିଯାଇଛନ୍ତି ରାହୁଲ-ଅଖିଲେଶ ଯୋଡି ଓ ମୟାବତି। ୟୁପି ପାଇଁ ଆଜି ଥିଲା ଗୋଟିଏ ଦିନରେ ହୋଲି ଆଉ ଦିୱାଲି। ମ୍ୟାଜିକ ନମ୍ବରଠାରୁ ବହୁ ଆଗରେ ବିଜେପି। ଏକ୍‌ଜିଟ୍‌ ପୋଲ ଯାହା ଆକଳନ […]

Narendra-Modi

Rakesh Mallick
  • Published: Saturday, 11 March 2017
  • , Updated: 11 March 2017, 10:33 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମୋଦି ମ୍ୟାଜିକ୍‌ ଦେଖିବାକୁ ମିଳିଛି। ଐତିହାସିକ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୪୦୩ ବିଧାନସଭା ଆସନରୁ ୩୨୫ ଆସନ ବିଜେପି ହାତେଇଛି।

ଉତ୍ତରପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିଛି ବିଜେପି। ମୋଦି ମ୍ୟାଜିକ୍‌ ଆଗରେ ଫିକା ପଡିଯାଇଛନ୍ତି ରାହୁଲ-ଅଖିଲେଶ ଯୋଡି ଓ ମୟାବତି। ୟୁପି ପାଇଁ ଆଜି ଥିଲା ଗୋଟିଏ ଦିନରେ ହୋଲି ଆଉ ଦିୱାଲି। ମ୍ୟାଜିକ ନମ୍ବରଠାରୁ ବହୁ ଆଗରେ ବିଜେପି। ଏକ୍‌ଜିଟ୍‌ ପୋଲ ଯାହା ଆକଳନ କରିଥିଲା ତାହାଠାରୁ ବହୁ ଆଗରେ ରହିଛି ବିଜେପି। ଦେଶର ସବୁଠୁ ବଡ ରାଜ୍ୟକୁ ବିଜେପି କବ୍‌ଜା କରିବାରେ ସଫଳ ହୋଇଛି। ପରମ୍ପରା ଭାଙ୍ଗି ଏହି ନିର୍ବାଚନରେ ବିଶେଷ କରି ମୁସଲିମ୍‌ ଲୋକମାନେ ମଧ୍ୟ ବିଜେପିକୁ ଭୋଟ ଦେଇଛନ୍ତି। ଅନ୍ୟପଟେ ଏହି ବିଜୟର ସବୁଠାରୁ ଅଧିକ ଶ୍ରେୟ ଯଦି କାହାକୁ ଯାଏ ସେ ହେଉଛନ୍ତି ମୋଦି। ପୁଣି ଥରେ ମୋଦି ଲେହର୍‌ ୟୁପି ନିର୍ବାଚନରେ ଦେଖିବାକୁ ମିଳିଛି ।

୨୦୧୯ ଫାଇନାଲ ପୂର୍ବରୁ ଏହା ଥିଲା ବିଜେପି ପାଇଁ  ସେମିଫାଇନାଲ  ଲଢେଇ। ବିଜେପିର ଏହି ବିଜୟ ପରେ ଅଖିଲେଶ, ରାହୁଲ ଓ ମୟାବତିଙ୍କ ରାଜନୀତି କ୍ୟାରିୟର ଉପରେ ଏକ ବଡ ପ୍ରଶ୍ନ ଉଠିଛି? ୨୦୧୨ରେ ୨୨୪ ସିଟ୍ ଜିତି ସରକାର କରିଥିବା ସମାଜ ବାଦି ପାର୍ଟି। ଏଥର ସମାଜବାଦୀ ପାର୍ଟି ଓ କଂଗ୍ରସ ମେଣ୍ଟ ମାତ୍ର ୫୪ ଆସନ ପାଇଛନ୍ତି। ଯେଉଁଥିରେ କଂଗ୍ରେସ ମାତ୍ର ୭ଟି ସିଟ୍‌ରେ ଜିତିଛି। ଅନ୍ୟପକ୍ଷରେ ବିଏସ୍‌ପିକୁ ମାତ୍ର ୧୯ଟି ସିଟ୍‌ ପାଛି।

ଉତ୍ତରାଖଣ୍ଡରେ ବି ଦେଖିବାକୁ ମିଳିଛି ମୋଦି ଲେହର। ଏଠାରେ ୭୦ ସିଟ୍‌ରୁ ବିଜେପି ଏକାକି ୫୭ସିଟ୍ ଜିତି ସବୁ ଏକ୍‌ଜିଟ୍‌ ପୋଲ ରିପୋର୍ଟକୁ ଭୁଲ ପ୍ରମାଣିତ କରିଛି । କଂଗ୍ରେସ ମାତ୍ର ୧୧ଟି ସିଟ୍‌ରେ ସିମୀତ ରହିଛି।

Related story