ଏହି ସବୁ ଉପାୟ ଆପଣେଇଲେ ମା'ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ

ଧନୀ ହେବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ। ଆରାମରେ ଜୀବନ ବିତେଇବାକୁ ଅଧିକାଂଶ ଲୋକେ ଦିନରାତି ପରିଶ୍ରମ କରିଥାନ୍ତି। ତେବେ ଅନେକଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିନଥାଏ। ସେମାନଙ୍କ ଜୀବନରେ ସବୁବେଳେ ଅଭାବ, ଅନଟନ ଲାଗି ରହିଥାଏ। ଯଦି ଆପଣ ମଧ୍ୟ ଆର୍ଥିକ ପୀଡ଼ାର ସମ୍ମୁଖୀନ ହେଉଛନ୍ତି ଅବା ଦୁଃଖରେ ରହୁଛନ୍ତି, ତେବେ ଏହାର ଉପଚାର ଜ୍ୟୋତିଷ ଶାସ୍ତ୍ରରେ ରହିଛି।  ବିଶ୍ୱାସ କରାଯାଏ ଏହି ଉପାୟ ଗୁଡିକ ଅବଲମ୍ୱନ କଲେ ମା’ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ। ଆସନ୍ତୁ […]

MaaLaxmi

MaaLaxmi

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 10:26 PM IST

Sports

Latest News

ଧନୀ ହେବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ। ଆରାମରେ ଜୀବନ ବିତେଇବାକୁ ଅଧିକାଂଶ ଲୋକେ ଦିନରାତି ପରିଶ୍ରମ କରିଥାନ୍ତି। ତେବେ ଅନେକଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିନଥାଏ। ସେମାନଙ୍କ ଜୀବନରେ ସବୁବେଳେ ଅଭାବ, ଅନଟନ ଲାଗି ରହିଥାଏ। ଯଦି ଆପଣ ମଧ୍ୟ ଆର୍ଥିକ ପୀଡ଼ାର ସମ୍ମୁଖୀନ ହେଉଛନ୍ତି ଅବା ଦୁଃଖରେ ରହୁଛନ୍ତି, ତେବେ ଏହାର ଉପଚାର ଜ୍ୟୋତିଷ ଶାସ୍ତ୍ରରେ ରହିଛି।  ବିଶ୍ୱାସ କରାଯାଏ ଏହି ଉପାୟ ଗୁଡିକ ଅବଲମ୍ୱନ କଲେ ମା'ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ। ଆସନ୍ତୁ ଜାଣିବା ଏହି ଉପାୟ ଗୁଡ଼ିକ ସଂପର୍କରେ।

- ଦେବୀ-ଦେବତାଙ୍କ ଉପରେ ଚଢ଼ାଯାଇଥିବା ଫୁଲ ଅବା ହାରକୁ ଶୁଖିଗଲା ପରେ ଘରେ ରଖନ୍ତୁ ନାହିଁ।

- ରାତିରେ ଭାତ, ଦହି ଓ ଛତୁଆ ଖାଆନ୍ତୁ ନାହିଁ ।

- ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। ସେହି ସମୟରେ କୌଣସି କାର୍ଯ୍ୟ କରୁଥିଲେ କିଛି ମିନିଟ ଯାଏଁ ରହିଯାଇ ଭଗବାନଙ୍କୁ ସ୍ମରଣ କରନ୍ତୁ। ଏହାପରେ କାର୍ଯ୍ୟ କରନ୍ତୁ।

- ପ୍ରତିଦିନ ଶିବଲିଙ୍ଗ ଉପରେ ଜଳ, ବେଲପତ୍ର ଓ ଭାଙ୍ଗି ନଥିବା ଚାଉଳ ଚଢ଼ାନ୍ତୁ।

- ମହାଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରନ୍ତୁ।

- ସନ୍ଧ୍ୟା ସମୟରେ ମନ୍ଦିରରେ ଦୀପ ଜଳାନ୍ତୁ ନାହିଁ।

- ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂଜା କରନ୍ତୁ।

ଆହୁରି ମଧ୍ୟ ପଢନ୍ତୁ: ଗୁରୁବାର ୫ଟି କାର୍ଯ୍ୟରୁ ବିରତ ରୁହନ୍ତୁ, ନ ହେଲେ ମାଡ଼ିବସିବ ଦୁର୍ଭାଗ୍ୟ!

- ଘରକୁ ସଦାବେଳେ ସଫାସୁତରା ରଖନ୍ତୁ। କୁହାଯାଏ ଯେଉଁ ଘର ସଫାସୁତରା ରହିଥାଏ, ସେହି ଘରେ ମା'ଲକ୍ଷ୍ମୀ ବାସ କରିଥାନ୍ତି।

- ଘରର ଉତ୍ତର-ପୂର୍ବ ଦିଗରେ ଅଳିଆ ରଖନ୍ତୁ ନାହିଁ।

- ନଳ କିମ୍ୱା ପାଣି ଟାଙ୍କିରୁ ପାଣିକୁ ଅନବରତ ବୋହିବାକୁ ଦିଅନ୍ତୁ ନାହିଁ। ଏହା ଧନହାନିର ସଙ୍କେତ।

- ଘରେ ଭଙ୍ଗା ଜିନିଷ ରଖନ୍ତୁ ନାହିଁ। ପଲଙ୍କ ତଳେ ଅନାବଶ୍ୟକ କାଗଜପତ୍ର ଓ ଶିଢ଼ି ତଳେ ଆବର୍ଜନା ରଖନ୍ତୁ ନାହିଁ।

- ଖାଇବା ସମୟରେ ଜୋତା ପିନ୍ଧନ୍ତୁ ନାହିଁ। ଖାଇବା ସମୟରେ ତଳେ ଆସନ ପାରିକରି ବସନ୍ତୁ । ଥାଳିରେ ଅଇଣ୍ଠା ଛାଡ଼ନ୍ତୁ ନାହିଁ। ଏପରି କଲେ ଲକ୍ଷ୍ମୀ ଛଡ଼ା ହୋଇଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos