କୈଫିୟତ ଏକ୍ସପ୍ରେସ ଦୁର୍ଘଟଣା: ରାଜଧାନୀ ସମେତ ୩ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ

ଭୁବନେଶ୍ୱର: ଉତ୍ତରପ୍ରଦେଶର ଔରିଆଠାରେ କୈଫିୟତ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ପରେ ପୂର୍ବତଟ ରେଲୱେରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଓଡ଼ିଶାରେ ଚଳାଚଳ କରୁଥିବା ୩ଟି ଟ୍ରେନ୍‌ର ଗତିପଥକୁ ପରିବର୍ତ୍ତନ କରାଯାଇଛି। ଆଜି ନୂଆଦିଲ୍ଲୀ ଛାଡୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଏହା କାନପୁର-ଲକ୍ଷ୍ମୌ-ମୁରାଦାବାଦ-ଗାଜି‌ଆବାଦ ଦେଇ ଭୁବନେଶ୍ୱର ଆସିବ। ସେହିପରି  ନୂଆଦିଲ୍ଲୀ-ପୁରୀ ପୁରଷୋତ୍ତମ ଏକ୍ସପ୍ରେସ୍ ଆଗ୍ରା-ଝାନ୍ସି-କାନପୁର ଦେଇ ଚଳାଚଳ କରିବ। ନୂଆଦିଲ୍ଲୀ-ପୁରୀ-ନନ୍ଦନକାନନ୍ ଏକ୍ସପ୍ରେସ୍ ଆସନ୍ତାକାଲି ପଲଓ୍ୱାଲ-ଝାନ୍ସି-କାନପୁର ଦେଇ ଆସିବ ବୋଲି ରେଲ ବିଭାଗ ପକ୍ଷରୁ କୁହାଯାଇଛି। […]

rr

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 10:02 AM IST

ଭୁବନେଶ୍ୱର: ଉତ୍ତରପ୍ରଦେଶର ଔରିଆଠାରେ କୈଫିୟତ ଏକ୍ସପ୍ରେସ୍‌ ଦୁର୍ଘଟଣା ହେବା ପରେ ପୂର୍ବତଟ ରେଲୱେରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଓଡ଼ିଶାରେ ଚଳାଚଳ କରୁଥିବା ୩ଟି ଟ୍ରେନ୍‌ର ଗତିପଥକୁ ପରିବର୍ତ୍ତନ କରାଯାଇଛି। ଆଜି ନୂଆଦିଲ୍ଲୀ ଛାଡୁଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଏହା କାନପୁର-ଲକ୍ଷ୍ମୌ-ମୁରାଦାବାଦ-ଗାଜି‌ଆବାଦ ଦେଇ ଭୁବନେଶ୍ୱର ଆସିବ। ସେହିପରି  ନୂଆଦିଲ୍ଲୀ-ପୁରୀ ପୁରଷୋତ୍ତମ ଏକ୍ସପ୍ରେସ୍ ଆଗ୍ରା-ଝାନ୍ସି-କାନପୁର ଦେଇ ଚଳାଚଳ କରିବ। ନୂଆଦିଲ୍ଲୀ-ପୁରୀ-ନନ୍ଦନକାନନ୍ ଏକ୍ସପ୍ରେସ୍ ଆସନ୍ତାକାଲି ପଲଓ୍ୱାଲ-ଝାନ୍ସି-କାନପୁର ଦେଇ ଆସିବ ବୋଲି ରେଲ ବିଭାଗ ପକ୍ଷରୁ କୁହାଯାଇଛି।

ଗତକାଲି ରାତି ପ୍ରାୟ ୨ଟା ୫୦ ମିନିଟ୍‌ରେ କାନପୁର ଓ ଇଟାୱା ମଧ୍ୟ ଔରିୟା ଲେଭଲ କ୍ରସିଂରେ ଏକ ଡମ୍ଫରକୁ ଧକ୍କା ଦେଇ କୈଫିୟତ ଏକ୍ସପ୍ରେସ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

 

Related story