ଫୁଡ୍ କମିଶନ୍ ବିଜ୍ଞପ୍ତି ନେଇ ଦ୍ୱନ୍ଦ୍ୱ: ମାତ୍ର ୩ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଫୁଡ୍ କମିଶନ୍ ଗଠନ କରିବା ନେଇ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ନିୟମ ଅନୁଯାୟୀ କମିଶନରେ ଜଣେ ଅଧ୍ୟକ୍ଷ ଓ ୫ ଜଣ ସଦସ୍ୟ ରହିବା କଥା। ଏହା ସହିତ ଜଣେ ସଦସ୍ୟ ସେକ୍ରେଟେରୀ ରହିବେ। ତେବେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିରେ ଜଣେ ଅଧ୍ୟକ୍ଷ ଓ ଦୁଇଟି ସଦସ୍ୟ ପଦବୀ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛନ୍ତି। ଚଳିତ […]

food commission

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 02:38 PM IST

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଫୁଡ୍ କମିଶନ୍ ଗଠନ କରିବା ନେଇ ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ନିୟମ ଅନୁଯାୟୀ କମିଶନରେ ଜଣେ ଅଧ୍ୟକ୍ଷ ଓ ୫ ଜଣ ସଦସ୍ୟ ରହିବା କଥା। ଏହା ସହିତ ଜଣେ ସଦସ୍ୟ ସେକ୍ରେଟେରୀ ରହିବେ। ତେବେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିରେ ଜଣେ ଅଧ୍ୟକ୍ଷ ଓ ଦୁଇଟି ସଦସ୍ୟ ପଦବୀ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛନ୍ତି। ଚଳିତ ମାସ ୨୮ ତାରିଖ ଆବେଦନ କରିବାର ଶେଷ ଦିନ ହୋଇଥିବା ବେଳେ ଫୁଡ୍ କମିଶନ୍‌ରେ ସଦସ୍ୟ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠିଛି।

ଗୋଟିଏ ପକ୍ଷରେ ରାଜ୍ୟରେ ଫୁଡ୍ କମିଶନ୍ ଗଠନ ପ୍ରକ୍ରିୟା ବିଳମ୍ବିତ ହୋଇଥିବା ବେଳେ ଏଭଳି ବ୍ୟତିକ୍ରମ ଯୋଗୁଁ ହିତାଧିକାରୀମାନଙ୍କ ସମସ୍ୟାର ସମାଧାନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଫୁଡ୍ କମିଶନ୍ ସଦସ୍ୟ ରାଜ କିଶୋର ମିଶ୍ର ଆଶଙ୍କା ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି,“ଏ ବିଜ୍ଞପ୍ତିକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମାତ୍ର ୩ ଜଣଙ୍କ ପାଇଁ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇଲା? ଆଉ ତିନି ଜଣଙ୍କୁ ନିଯୁକ୍ତି ଦେବେ ନା ନାହିଁ? ସେଥିରେ ମହିଳା କେତେ କ’ଣ ରହିବେ? ଆଦିବାସୀ ଅବା ଦଳିତ ସଂପ୍ରଦାୟର କେହି ଏଥିରେ ରହିବେ ନା ରହିବେ ନାହିଁ?”

ରାଜ କିଶୋର  ମିଶ୍ର କହିଛନ୍ତି,“ଫୁଡ୍ କମିଶନ ହେଉ ଅବା ଡିଜିଆର୍ (ଡିଷ୍ଟ୍ରିକ୍ ଗ୍ରିଭାନ୍ସ ରିଡ୍ରେସାଲ୍ ଅଫିସର) ହେଉ- ପ୍ରାରମ୍ଭିକ ସମୟରେ ଏମାନେ ସକ୍ରିୟ ହେବା ନିହାତି ଜରୁରୀ। ଏ ସମୟରେ ଯଦି ଦ୍ୱନ୍ଦ୍ୱ ସୃଷ୍ଟି ହେବ, ତା’ହେଲେ ପରବର୍ତ୍ତୀ ସମୟରେ ସମସ୍ୟାଗୁଡ଼ିକ ବିଭିନ୍ନ ଆକାରରେ ପ୍ରତିଫଳିତ ହେବ।”

ଅନ୍ୟପକ୍ଷରେ ଖାଦ୍ୟ ଓ ଯୋଗାଣ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ଯେ ବର୍ତ୍ତମାନ ସରକାର ନିଷ୍ପତ୍ତି ନେଇଛନ୍ତି କମିଶନର ଅଧ୍ୟକ୍ଷଙ୍କ ସହିତ ଆଉ ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେବା ପାଇଁ। ବାକି ସଦସ୍ୟମାନଙ୍କୁ ନିଯୁକ୍ତି ଦେବା ପାଇଁ ପର୍ଯ୍ୟାୟକ୍ରମେ ବିଜ୍ଞପ୍ତି ପ୍ରକାଶ ପାଇବ। କମିଶନର ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଖାଦ୍ୟ ଓ ଯୋଗାଣ ସଚିବଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ସର୍ଟଲିଷ୍ଟ୍ କରି ସମ୍ଭାବ୍ୟ ସଦସ୍ୟଙ୍କ ନାମ ସରକାରଙ୍କୁ ସୁପାରିଶ କରିବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ସର୍ବଭାରତୀୟ ପ୍ରଶାସନିକ ସେବାରେ ଥିବା ଅଧିକାରୀ ଫୁଡ୍ କମିଶନ୍‌ର ଅଧ୍ୟକ୍ଷ ଓ ସଦସ୍ୟ ହେବା ପାଇଁ ଆବେଦନ କରିପାରିବେ। ସେହିପରି ଆଶାୟୀମାନଙ୍କର ଖାଦ୍ୟ ସୁରକ୍ଷା, ନୀତି ନିର୍ଦ୍ଧାରଣ ସାଙ୍ଗକୁ କୃଷି, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଭିଜ୍ଞତା ରହି ଥିବ। ଆଇନ, ସମାଜସେବା, ମାନବାଧିକାର, ମ୍ୟାନେଜ୍‌ମେଣ୍ଟ୍ ଓ ନ୍ୟୁଟ୍ରିସନ୍ ଉପରେ ମଧ୍ୟ ଆବେଦନକାରୀଙ୍କର ଦକ୍ଷତା ଓ ଜ୍ଞାନ ଥିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Related story