ଦୂତୀଙ୍କ ସନ୍ଦେହ: ବ୍ଲୁ ହ୍ୱେଲ ଗେମ୍‌ ନେଇଛି ଭାଇର ଜୀବନ

ଯାଜପୁର (ଓଡ଼ିଶା ରିପୋର୍ଟର): ବ୍ଲୁ ହ୍ୱେଲ ଗେମ୍‌ ପାଇଁ ମୋ ସଂପର୍କୀୟ ଭାଇଙ୍କ ଜୀବନ ଯାଇଥିବା ସନ୍ଦେହ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଏନେଇ ଦୂତୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ମଧ୍ୟ ଲେଖିଛନ୍ତି। ଗତ ୬ ତାରିଖରେ ଦୂତୀ କାର ଦୁର୍ଘଟଣା ଘଟି ତାଙ୍କ ସମ୍ପର୍କୀୟ ଭାଇ ଉତ୍କଳ ଗୁଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଦୂତୀ କହିଛନ୍ତି- “ଉତ୍କଳ ତାଙ୍କୁ ନ ଜଣାଇ ତାଙ୍କ କାର୍ ନେଇ ଯାଇଥିବା […]

Rakesh Mallick
  • Published: Monday, 11 September 2017
  • , Updated: 11 September 2017, 04:24 PM IST

ଯାଜପୁର (ଓଡ଼ିଶା ରିପୋର୍ଟର): ବ୍ଲୁ ହ୍ୱେଲ ଗେମ୍‌ ପାଇଁ ମୋ ସଂପର୍କୀୟ ଭାଇଙ୍କ ଜୀବନ ଯାଇଥିବା ସନ୍ଦେହ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ଏନେଇ ଦୂତୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ମଧ୍ୟ ଲେଖିଛନ୍ତି। ଗତ ୬ ତାରିଖରେ ଦୂତୀ କାର ଦୁର୍ଘଟଣା ଘଟି ତାଙ୍କ ସମ୍ପର୍କୀୟ ଭାଇ ଉତ୍କଳ ଗୁଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ।

ଦୂତୀ କହିଛନ୍ତି- “ଉତ୍କଳ ତାଙ୍କୁ ନ ଜଣାଇ ତାଙ୍କ କାର୍ ନେଇ ଯାଇଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଏଥିରେ ସନ୍ଦେହ ହେବାରୁ ସେ ତାଙ୍କ (ଉତ୍କଳ) ଫେସ୍‌ବୁକ୍‌ ପୋଷ୍ଟ ସବୁ ଚେକ୍ କରିଥିଲେ। ଏଥିରୁ ଉତ୍କଳ ବ୍ଲୁ ହ୍ୱେଲ୍ ଗେମ୍ ଖେଳୁଥିବା ଜଣାପଡିଥିଲା। ଏହି ଘାତକ ଅନ୍‌ଲାଇନ୍‌ ଗେମ୍‌ର ନିୟମ ଭଳି ସେ ତାଙ୍କ ହାତକୁ କାଟିବା, ଛାତର ଗୋଟିଏ କୋଣରେ ଠିଆ  ହୋଇ ସେଲ୍‌ଫି ନେବା, ରାତି ୪ଟାରୁ ଉଠି ଚା ପିଇବାକୁ ଯିବାର ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ଏପରିକି ଗେମ୍‌ର ଶେଷ ପର୍ଯ୍ୟନ୍ତ ଖେଳିବାକୁ ଯାଇ ନିଜେ ଆତ୍ମଘାତୀ ଦୁର୍ଘଟଣା ଘଟାଇ ଥାଇ ପାରନ୍ତି।”

ଏସବୁ ଘଟଣାର ତଦନ୍ତ କରାଗଲେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଦୂତୀ କହିଛନ୍ତି।

ଗତ ୬ ତାରିଖ ଭୋର ସମୟରେ ଦୂତୀ ଘରେ ଶୋଇଥିବା ବେଳେ ଉତ୍କଳ ତାଙ୍କ ଅଜଣାତରେ କାର ନେଇଯାଇଥିଲେ। ସେ କାର୍ ଚଳାଉଥିବା ବେଳେ ତାଙ୍କର ଜଣେ ସାଙ୍ଗ ମଧ୍ୟ କାରରେ ଥିଲେ। କୁଆଖିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ଛକଠାରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାରକୁ ଉତ୍କଳ ଧକ୍କା ଦେଇଥିଲା। ଏଥିରେ ଉତ୍କଳଙ୍କ ମୃତ୍ୟୁ ଘଟିଥିଲା।

Related story