ସାଉଦୀ ଆରବରୁ ଫେରିବ ଓଡ଼ିଆ ପୁଅର ମୃତଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଦୀ ଆରବକୁ କାମ କରିବାକୁ ଯାଇ ମୃତ୍ୟୁବରଣ କରିଥିବା ଓଡ଼ିଆ ଯୁବକ ସୁଦର୍ଶନ ପ୍ରଧାନଙ୍କ ମୃତଦେହ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏନେଇ ଅବଗତ କରାଯିବା ପରେ ସମସ୍ତ ଦରକାରୀ କାଗଜପତ୍ର ଦାଖଲ ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୁଦର୍ଶନଙ୍କ ପରିବାର ସଦସ୍ୟଙ୍କୁ କୁହାଯାଇଛି। ଏନେଇ ସୁଦର୍ଶନଙ୍କ ଗାଁର ଜଗତଜୀବନ ବେହେରା ନାମକ ଜଣେ ବ୍ୟକ୍ତି ସୁଷମା ସ୍ୱରାଜଙ୍କୁ ଟ୍ୱିଟ୍ କରି ତାଙ୍କ ମୃତଦେହ ଫେରାଇ […]

Rakesh Mallick
  • Published: Friday, 08 September 2017
  • , Updated: 09 September 2017, 10:30 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଦୀ ଆରବକୁ କାମ କରିବାକୁ ଯାଇ ମୃତ୍ୟୁବରଣ କରିଥିବା ଓଡ଼ିଆ ଯୁବକ ସୁଦର୍ଶନ ପ୍ରଧାନଙ୍କ ମୃତଦେହ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଏନେଇ ଅବଗତ କରାଯିବା ପରେ ସମସ୍ତ ଦରକାରୀ କାଗଜପତ୍ର ଦାଖଲ ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୁଦର୍ଶନଙ୍କ ପରିବାର ସଦସ୍ୟଙ୍କୁ କୁହାଯାଇଛି। ଏନେଇ ସୁଦର୍ଶନଙ୍କ ଗାଁର ଜଗତଜୀବନ ବେହେରା ନାମକ ଜଣେ ବ୍ୟକ୍ତି ସୁଷମା ସ୍ୱରାଜଙ୍କୁ ଟ୍ୱିଟ୍ କରି ତାଙ୍କ ମୃତଦେହ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। ଏହାପରେ ସୁଷମା ବିଭାଗୀୟ ଅଧିକାରୀଙ୍କୁ ଶୀଘ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ମୃତ ସୁଦର୍ଶନଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବଇଁଚୁଆରେ। ଫେବୃୟାରୀ ୨୦ ତାରିଖରେ ଗୁଜରାଟରୁ ସେ ସାଉଦୀ ଆରବ ଯାଇ ଏକ ଘରୋଇ କମ୍ପାନୀରେ ଅପରେଟର ଭାବେ କାମ କରୁଥିଲେ। କୌଣସି କାରଣରୁ ଗତ ୧ ତାରିଖରେ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିଲା। ଏହା ମଧ୍ୟରେ ସପ୍ତାହେ ବିତି ଯାଇଥିଲେ ମଧ୍ୟ ତାଙ୍କ ମୃତଦେହକୁ ଅଣାଯାଇ ପାରିନାହିଁ।

ଅନ୍ୟପକ୍ଷରେ ସାଉଦୀ ଆରବରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ଚିଠି ଲେଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସୁଦର୍ଶନଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଚିଠିରେ ଦର୍ଶାଇଛନ୍ତି।

Related story