ବ୍ରହ୍ମପୁରରେ ଅଣ୍ଡରଓ୍ୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍!, ୪ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ଅଣ୍ଡରଓ୍ୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍ ଅଭିଯୋଗ। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ମୁମ୍ବାଇ ପୋଲିସ୍‌ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମାଷ୍ଟରମାଇଣ୍ଡ ହେଉଛନ୍ତି ଟି.ଲକ୍ଷ୍ମୀନାରାୟଣ। ଏହାଛଡ଼ା ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବ୍ରହ୍ମପୁରର ଉତ୍କଳ ଆଶ୍ରମ ରୋଡ୍‌ରେ ୩ ଜଣ ସହଯୋଗୀଙ୍କ ସହ ଲକ୍ଷ୍ମୀନାରାଣ ଏସ୍.ୱାର୍ଲଡ୍ ନାମକ ଏକ ବ୍ୟାବସାୟୀକ ପ୍ରତିଷ୍ଠାନ ଖୋଲି ସିମ୍ ବକ୍ସ ସେବା ଯୋଗାଇଥିଲେ। ଏପରିକି ବିଭିନ୍ନ ଅପରାଧୀକ ମାମଲାରେ […]

Berhampur-Underworld-links (1)

Berhampur-Underworld-links (1)

Rakesh Mallick
  • Published: Saturday, 08 July 2017
  • Updated: 13 July 2017, 03:27 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁରରେ ଅଣ୍ଡରଓ୍ୱାର୍ଲଡ୍ ଡନ୍ ଛୋଟା ରାଜନ୍ ଲିଙ୍କ୍ ଅଭିଯୋଗ। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ମୁମ୍ବାଇ ପୋଲିସ୍‌ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମାଷ୍ଟରମାଇଣ୍ଡ ହେଉଛନ୍ତି ଟି.ଲକ୍ଷ୍ମୀନାରାୟଣ। ଏହାଛଡ଼ା ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ବ୍ରହ୍ମପୁରର ଉତ୍କଳ ଆଶ୍ରମ ରୋଡ୍‌ରେ ୩ ଜଣ ସହଯୋଗୀଙ୍କ ସହ ଲକ୍ଷ୍ମୀନାରାଣ ଏସ୍.ୱାର୍ଲଡ୍ ନାମକ ଏକ ବ୍ୟାବସାୟୀକ ପ୍ରତିଷ୍ଠାନ ଖୋଲି ସିମ୍ ବକ୍ସ ସେବା ଯୋଗାଇଥିଲେ। ଏପରିକି ବିଭିନ୍ନ ଅପରାଧୀକ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଏମାନେ ଯୋଗାଉଥିଲେ ସିମ୍‌ ବକ୍ସ ସେବା। ଆଉ ଉପାର୍ଜନ କରୁଥିଲେ କୋଟି କୋଟି ଟଙ୍କା। କାରଣ ଏହି ସିମ୍ ବକ୍ସ ଜରିଆରେ ଯେକୌଣସି ବ୍ୟକ୍ତିଙ୍କୁ ଫୋନ୍ କଲେ ସିମ୍‌କୁ ଟ୍ରେସ୍ ଆଉଟ୍ କରିବା ସମ୍ଭବ ନୁହେଁ। ତେଣୁ ଛୋଟା ରାଜନର ସହଯୋଗୀ ସୁରେଶ ପୂଜାରୀ ଏହି ଗ୍ୟାଙ୍ଗକୁ ମାଧ୍ୟମ କରି ନିଜର ଅପରାଧୀକ ସାମ୍ରାଜ୍ୟ ବଢ଼ାଇ ଚାଲିଥିଲା।

ତେବେ କିଛି ଦିନ ତଳେ ସୁରେଶ ସିମ୍ ବକ୍ସ ବ୍ୟବହାର କରି ମୁମ୍ବାଇର ଜଣେ ବିଲ୍ଡରଙ୍କୁ ୨ କୋଟି ଟଙ୍କା ବଟି ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରୁଥିବା ମୁମ୍ୱାଇ ପୋଲିସ ଓଡ଼ିଶା ଲିଙ୍କ୍‌ ନେଇ ତଥ୍ୟ ପାଇଥିଲା। ୧୫ ଦିନ ତଳେ ମୁମ୍ୱାଇ ପୋଲିସ ଗଞ୍ଜାମ ପୋଲିସର ସହଯୋଗ ଲୋଡ଼ିଥିଲା। ଗୋପାଳପୁର ପୋଲିସ୍ ଘଟଣାକୁ ଗୁରୁତର ନେଇ ତଦନ୍ତ ଅରମ୍ଭ କରିଥିଲା। ଏହି ଘଟଣାରେ ଟି.ଲକ୍ଷ୍ମୀନାରାୟଣ ସମେତ ବ୍ରହ୍ମପୁରରୁ ୨ ଜଣ ଓ ପାଟପୁରରେ ଜଣଙ୍କୁ ଗିରଫ କରିଥିଲା। ତା’ସହ ୫ଟି ସିମ୍‌ ବକ୍ସ ସହ ଅନେକ ନକଲି ସିମ୍‌କାର୍ଡ ଓ ନକଲି ପରିଚୟ ପତ୍ର ଜବତ କରିଥିଲା।

ସିମ୍ବ ବକ୍ସ କଣ?

ଚାଇନା କମ୍ପାନୀ ନିର୍ମିତ ଏହା ଏକ ଇଲେକଟ୍ରୋନିକ୍ ଡିଭାଇସ୍। ଏଥିରେ ୧୬ରୁ ୬୪ କିମ୍ବା ତା’ଠୁ ଅଧିକ ସିମ୍ ବ୍ୟବହାର କରାଯାଇପାରିବ। ଏହି ସିମ୍‌ ବକ୍ସକୁ ସାଧାରଣ ଭାଷାରେ ଛୋଟ ଟେଲିଫୋନ୍ ଏକ୍ସଚେଞ୍ଜ ମଧ୍ୟ କୁହାଯାଇପାରିବ। ଏହି ସିମ ବକ୍ସ ମାଧ୍ୟମରେ ଯେକୌଣସି ବ୍ୟକ୍ତିଙ୍କୁ ଫୋନ୍ କଲେ ମଧ୍ୟ ସିମ୍‌ ଅସଲି ଲୋକେସନକୁ ଟ୍ରେସ କରିବା ସମ୍ଭବ ନୁହେଁ। ଏହି ସିମ ବକ୍ସ ଜରିଆରେ ସମସ୍ତ ଏସ୍‌ଟିଡି କିମ୍ବା ଆଇଏସ୍‌ଟିଡି କଲ୍‌ ଲୋକାଲ୍ କଲରେ କନଭର୍ଟ କରାଯାଇପାରିବ। ମୁଖ୍ୟତଃ ଏହାକୁ ଆତଙ୍କବାଦୀ ଓ ଗ୍ୟାଙ୍ଗଷ୍ଟରମାନେ ବ୍ୟବହାର କରୁଥିବା ବେଳେ ଟେଲିକମ୍ ନିୟାମକ ଆୟୋଗ ବା ଟ୍ରାଇ ଏହାକୁ ସ୍ୱୀକୃତି ଦେଇନାହିଁ। ଏହାକୁ ବ୍ୟବହାର କରିବା ସଂପୂର୍ଣ୍ଣ ବେଆଇନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos