ନୂଆବର୍ଷରୁ ସରକାରୀ ଡାକ୍ତରଖାନାରେ ମିଳିବ ଏହି ସବୁ ମାଗଣା ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୧ରୁ ସରକାରୀ ଡାକ୍ତରଖାନାରେ ମିଳିବ ମାଗଣା ରୋଗ ନିରୂପଣ ଓ ଡାଇଲେସିସ ସେବା। ଯେଉଁଥିରେ ୧୫ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ପାଥୋଲୋଜି ଟେଷ୍ଟ, ସିଟି ସ୍କାନ, ଏମଆରଆଇ,ଏକ୍ସରେ ଓ ଟେଲି ରେଡିଓଲୋଜି ଭଳି ପରୀକ୍ଷା ରହିଛି। ପ୍ରଥମ ପର୍ଯ୍ୟାୟରେ ୯ଟି ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଏହି ସେବା ଉପଲବ୍ଧ ହେବ। ସେହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ଅନୁଗୋଳ, କେନ୍ଦୁଝର, ପୁରୀ, ସୁନ୍ଦରଗଡ଼, କଳାହାଣ୍ଡି ଓ ବଲାଙ୍ଗିର। ଏହି ଯୋଜନାରେ […]

medicalimage

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 05:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୧ରୁ ସରକାରୀ ଡାକ୍ତରଖାନାରେ ମିଳିବ ମାଗଣା ରୋଗ ନିରୂପଣ ଓ ଡାଇଲେସିସ ସେବା। ଯେଉଁଥିରେ ୧୫ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ପାଥୋଲୋଜି ଟେଷ୍ଟ, ସିଟି ସ୍କାନ, ଏମଆରଆଇ,ଏକ୍ସରେ ଓ ଟେଲି ରେଡିଓଲୋଜି ଭଳି ପରୀକ୍ଷା ରହିଛି। ପ୍ରଥମ ପର୍ଯ୍ୟାୟରେ ୯ଟି ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଏହି ସେବା ଉପଲବ୍ଧ ହେବ। ସେହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ଅନୁଗୋଳ, କେନ୍ଦୁଝର, ପୁରୀ, ସୁନ୍ଦରଗଡ଼, କଳାହାଣ୍ଡି ଓ ବଲାଙ୍ଗିର। ଏହି ଯୋଜନାରେ ଆହୁରି ୧୨୭ଟି ଡାଇଲେସିସ ମେସିନ୍ ସ୍ଥାପନ କରାଯିବ। ସେହିପରି ‘ଆମ କ୍ଲିନିକ’ ଯୋଜନାରେ ସପ୍ତାହରେ ଥରେ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସହରାଞ୍ଚଳର ଗରିବଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏହାଦ୍ୱାରା ୨୭ଟି ସହରାଞ୍ଚଳ ୪୫ ଲକ୍ଷ ୫୩ ହଜାର ଲୋକ ଉପକୃତ ହେବେ। ଏଥିସହ ‘ଅନମୋଲ୍’ ଯୋଜନାରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ହେବ ଅନଲାଇନ୍ ରିପୋର୍ଟ ବ୍ୟବସ୍ଥା। ପ୍ରାଥମିକ ପର୍ଯ୍ୟାୟରେ ଏହା ୧୭ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ।

ଆଜି ସଚିବାଳୟରେ ଭିଡ଼ିଓ କନଫରେନସିଂ ଜରିଆରେ ଏହି ଯୋଜନା ଗୁଡ଼ିକର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Related story