ଅନୁସୂଚୀତ ଜନଜାତିର ଝିଅଙ୍କ ଶିକ୍ଷା ସୁଦୃଢ଼ ପାଣ୍ଠି ପ୍ରଦାନ କରିବାକୁ ଜୁଏଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଅନୁସୂଚୀତ ଜନଜାତିର ଝିଅଙ୍କ ଶିକ୍ଷା ସୁଦୃଢ଼ ପାଣ୍ଠି ପ୍ରଦାନ କରିବା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ବୁଧବାର ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପାଣ୍ଠିରେ ରାଜ୍ୟକୁ ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଯଥାକ୍ରମେ ୧୨.୩୮ ଓ ୧୩.୦୪ କୋଟି ଟଙ୍କାର ଅନୁଦାନ ଦେବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ ତାଙ୍କ ସରକାର ସମାଜର ଦୁର୍ବଳ ଶ୍ରେଣୀଙ୍କ ଶିକ୍ଷା ଉପରେ […]

NaveenPatnaik

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 07:50 AM IST

ଭୁବନେଶ୍ୱର: ଅନୁସୂଚୀତ ଜନଜାତିର ଝିଅଙ୍କ ଶିକ୍ଷା ସୁଦୃଢ଼ ପାଣ୍ଠି ପ୍ରଦାନ କରିବା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ବୁଧବାର ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପାଣ୍ଠିରେ ରାଜ୍ୟକୁ ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଯଥାକ୍ରମେ ୧୨.୩୮ ଓ ୧୩.୦୪ କୋଟି ଟଙ୍କାର ଅନୁଦାନ ଦେବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ ତାଙ୍କ ସରକାର ସମାଜର ଦୁର୍ବଳ ଶ୍ରେଣୀଙ୍କ ଶିକ୍ଷା ଉପରେ ଜୋର ଦେଉଛନ୍ତି। ବିଶେଷ କରି ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତିର ଲୋକଙ୍କ ଶିକ୍ଷା ଉପରେ ଜୋର ଦିଆଯାଉଛି। ଦେଶରେ ଚିହ୍ନଟ ହୋଇଥିବା ୭୫ଟି ବିଶେଷ ଭାବେ ଦୁର୍ବଳ ଜନଜାତି ସମୂହଙ୍କ ମଧ୍ୟରୁ ୧୫ଟି ସମୂହ ଓଡ଼ିଶାରେ ବସବାସ କରୁଛନ୍ତି। ଏହି ୧୫ଟି ଦୁର୍ବଳ ଜନଜାତିରେ ମହିଳାଙ୍କ ସାକ୍ଷରତା ହାର୍ ଖୁବ୍ କମ୍। ଏହି ଅଭାବକୁ ଦୂର କରିବାକୁ ସେମାନଙ୍କ ପାଇଁ ୧୯ଟି ଏଜୁକେସନାଲ୍ କଂପ୍ଲେକ୍ସ ପ୍ରତିଷ୍ଠା କରାଯାଇଛି। କମ୍ ସାକ୍ଷରତା ହାର ଜିଲ୍ଲାରେ ଅନୁସୂଚୀତ ଜନଜାତି ଝିଅଙ୍କ ଶିକ୍ଷାକୁ ସୁଦୃଢ଼ କରିବା ଯୋଜନା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ୨୦୦୮-୦୯ ଆର୍ଥିକ ବର୍ଷରୁ ଏହି ଏଜୁକେସନାଲ୍ କଂପ୍ଲେକ୍ସଗୁଡ଼ିକର ପରିଚାଳନା ପାଇଁ ଅନୁଦାନ ଦେଇ ଆସୁଛନ୍ତି। ଏହି ଏଜୁକେସନାଲ୍ କଂପ୍ଲେକ୍ସଗୁଡ଼ିକୁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଓଡ଼ିଶା ମଡେଲ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି (ଓଏମଟିଇଏସ) ପରିଚାଳନା କରି ଆସୁଛି। କିନ୍ତୁ ଚିନ୍ତାର ବିଷୟ ଏହି କି ଯେ ଏହି ଯୋଜନା ମାଧ୍ୟମରେ ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କୁ କୌଣସି ଅନୁଦାନ ଦିଆଯାଇ ନାହିଁ। ଏହି ସମୟ ମଧ୍ୟରେ ଏଜୁକେସନାଲ୍ କଂପ୍ଲେକ୍ସଗୁଡ଼ିକର ପରିଚାଳନା ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିଛନ୍ତି। ଫଳରେ ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି। ତେଣୁ ଜରୁରୀକାଳୀନ ଭିତ୍ତିରେ ଏହି ଯୋଜନାରେ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ୧୨.୩୮ କୋଟି ଟଙ୍କା ଓ ୨୦୧୫-୧୬ ବର୍ଷରେ ୧୩.୦୪ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଉ।

ଏହି ପ୍ରସଙ୍ଗରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Related story