ଗାଈସିଲଟର ଦୁଃଖ: ଏଠି ନିର୍ବାଚନ ଅର୍ଥ କେବଳ ପ୍ରତିଶ୍ରୁତି, ସମସ୍ୟା ଯେମିତି କି ସେମିତି

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବିଜେପୁର, ବରପାଲି ଓ ଗାଈସିଲେଟ୍ ବ୍ଲକ ଭୋଟର। ସବୁଠୁ ଅନୁନ୍ନତ ବ୍ଲକ୍ ଗାଈସିଲେଟ୍‌ରେ ଜଳସେଚନ, ପାନୀୟ ଜଳ ପରି ବହୁ ସମସ୍ୟା ରହିଛି। ଏହି ସମସ୍ୟା ପୂରଣ ପାଇଁ ନେତାମାନେ ବହୁବାର ପ୍ରତିଶ୍ରୁତି ଦେଇ ପରେ ଠକେଇ ଦେଇଛନ୍ତି। ଆଗକୁ ଉପନିର୍ବାଚନ ଥିବାରୁ ନେତାମାନେ ପୁଣି ସେହି ପ୍ରତିଶ୍ରୁତି ଦୋହରାଉଛନ୍ତି। ତେବେ ସମୟ କହିବ, କାହା […]

gaisilot

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 09:06 PM IST

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବିଜେପୁର, ବରପାଲି ଓ ଗାଈସିଲେଟ୍ ବ୍ଲକ ଭୋଟର। ସବୁଠୁ ଅନୁନ୍ନତ ବ୍ଲକ୍ ଗାଈସିଲେଟ୍‌ରେ ଜଳସେଚନ, ପାନୀୟ ଜଳ ପରି ବହୁ ସମସ୍ୟା ରହିଛି। ଏହି ସମସ୍ୟା ପୂରଣ ପାଇଁ ନେତାମାନେ ବହୁବାର ପ୍ରତିଶ୍ରୁତି ଦେଇ ପରେ ଠକେଇ ଦେଇଛନ୍ତି। ଆଗକୁ ଉପନିର୍ବାଚନ ଥିବାରୁ ନେତାମାନେ ପୁଣି ସେହି ପ୍ରତିଶ୍ରୁତି ଦୋହରାଉଛନ୍ତି। ତେବେ ସମୟ କହିବ, କାହା ମୁଣ୍ଡରେ ଜନତା ହାତ ରଖିବେ। ଆସନ୍ତୁ ଦେଖିବା ଗାଈସିଲଟ ବ୍ଲକର କଣ ରହିଛି ସମସ୍ୟା?

ବିଜେପୁର ନିର୍ବାଚନ ମଣ୍ଡଳୀରେ ଗାଈସିଲେଟ୍ ବ୍ଳକରେ ୧୯ଟି ପଞ୍ଚାୟତ ରହିଛି। ଏହି ଅଞ୍ଚଳର ଲୋକେ ଚାଷ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରିଥାଆନ୍ତି। ମାତ୍ର ଜଳ ପ୍ରକଳ୍ପ ବ୍ୟବସ୍ଥା ନଥିବାରୁ ବର୍ଷା ପାଣିକୁ ଚାତକ ପରି ଅନାଇ ରହିଥାଆନ୍ତି। ବର୍ଷା ହେଉନଥିବାରୁ ଗତ ୩ ବର୍ଷ ହେଲା ହଜାର ହଜାର ଏକର ଚାଷ ଜମି ପଡ଼ିଆ ପଡ଼ିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଅଙ୍ଗ ନଦୀରେ ବନ୍ଧ ଯୋଜନା ନାଁରେ ଏକ ପ୍ରକଳ୍ପ ନିର୍ମାଣ ପାଇଁ ୪ ବର୍ଷ ତଳେ ଶୁଭ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। ତେଣୁ ପ୍ରତିବର୍ଷ ବର୍ଷା ଅଭାବରୁ ଚାଷ ହେଉନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଆଗକୁ ଉପ-ନିର୍ବାଚନ ଥିବାରୁ ଭୋଟ୍‌କୁ ହାତେଇବା ପାଇଁ ନେତାମାନେ ଏବେ ଜଳସେଚନର ଶୁଖିଲା ପ୍ରତିଶ୍ରୁତି ଦେଉଛନ୍ତି। ଗତ ୪ ବର୍ଷ ଭିତରେ ଯଦି ଏକ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲା ନାହିଁ, ସେପରି ସ୍ଥଳେ ଆଗକୁ ହେବ ସେହି ପ୍ରତିଶ୍ରୁତି ଭୋଟରଙ୍କ ମନକୁ ପାଉନାହିଁ।

ଗାଈସିଲେଟ୍ ବ୍ଳକ ଆଉ ଏକ ବଡ଼ ସମସ୍ୟା ହେଲା ପାନୀୟ ଜଳ। ଲୋକେ ପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଡାଙ୍ଗବାହଲ ଗାଁର ନଳକୂପରୁ ବାହାରୁଛି ଫ୍ଲୋରାଇଡ୍ ପାଣି। ଏହି ପାଣି ପିଇ ଗାଁର ଜୟନ୍ତୀ ପ୍ରଧାନ ପାଦଙ୍କ ଆଙ୍ଗୁଠି ଗୁଡିକ ବଙ୍କା ହୋଇଯାଇଛି। ଗାଁ ଲୋକଙ୍କର ହାତ, ଗୋଡ଼ ଗଣ୍ଠି ଫୁଲିଯାଇଛି। ବ୍ଲକର ୪-୫ଟି ପଞ୍ଚାୟତର ପାନୀୟଜଳର ଏଭଳି ଉତ୍କଟ ସମସ୍ୟା।

Related story